Paddy Procurement: ଜିଲ୍ଲା ନଭେମ୍ବର ୩୦ରୁ ଧାନ ସଂଗ୍ରହ ଆରମ୍ଭ; ଚାଷୀଙ୍କୁ ମିଳିବ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା
ସମ୍ବଲପୁର ଜିଲ୍ଲାରେ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ଧାନ ସଂଗ୍ରହ ।
ଗତବର୍ଷ ନଭେମ୍ବର ୨୮ରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ।
ଚାଷୀ ପ୍ରତିନିଧି, ମିଲର୍ସ ପ୍ରତିନିଧି ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
Advertisment ଚଳିତ ବର୍ଷ ଧାନର ଏମ୍ ଏସ୍ ପି କ୍ୱିଣ୍ଟାଲ ପିଛା ୨ହଜାର ୪୪୧ ଟଙ୍କା ରହିଥିବା ବେଳେ ଇନପୁଟ୍ ଆସିଷ୍ଟାନ୍ସ ସହ ଚାଷୀଙ୍କୁ ମିଳିବ ୩ହଜାର ୧୦୦ ଟଙ୍କା ।
ଟୋକନ୍ କିମ୍ବା ଟାର୍ଗେଟ୍ କୁ ନେଇ ଚାଷୀଙ୍କ କୌଣସି ଅସୁବିଧା ହେବନାହିଁ ।
ସୁରୁଖୁରୁରେ ଧାନ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।
ସମ୍ବଲପୁର ସହ ରେଢ଼ାଖୋଲ ଓ କୁଚିଣ୍ଡାରେ ମଧ୍ୟ ପ୍ରାୟ ସମାନ ସମୟରେ ଧାନ ସଂଗ୍ରହ ଆରମ୍ଭ ହେବ ।
ଗତବର୍ଷ ଜିଲ୍ଲାରେ ପ୍ରାୟ ୩୩ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ପରିମାଣର ଧାନ ସଂଗ୍ରହ ଆଶା ରଖାଯାଇଛି ।
ଟୋକନ୍ ଓ ଟାର୍ଗେଟ୍ ସମ୍ପର୍କିତ ବିସ୍ତୃତ ତଥ୍ୟ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
Advertisment ସମ୍ବଲପୁରରେ ନଭେମ୍ବର ୩୦ରୁ ଧାନ ସଂଗ୍ରହ ଆରମ୍ଭ ଚାଷୀଙ୍କୁ ମିଳିବ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଧାନ ସଂଗ୍ରହ ନେଇ ଜିଲ୍ଲାପାଳଙ୍କ ବଡ଼ ସୂଚନା ଟୋକନ୍ ଓ ଟାର୍ଗେଟ୍ କୁ ନେଇ ଚାଷୀଙ୍କୁ ହେବନି ଅସୁବିଧା ଚଳିତ ବର୍ଷ ୩୩ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
