Paddy Crop Destroyed: ଅମଳ ପୂର୍ବରୁ ଧାନ ଫସଲରେ ବିଷର ଖେଳ: ଘାସମରା ଔଷଧ ପକାଇ ୬ ଏକର ଫସଲ ନଷ୍ଟ ଅଭିଯୋଗ

Oct 03, 2026 - 08:37
Paddy Crop Destroyed: ଅମଳ ପୂର୍ବରୁ ଧାନ ଫସଲରେ ବିଷର ଖେଳ: ଘାସମରା ଔଷଧ ପକାଇ ୬ ଏକର ଫସଲ ନଷ୍ଟ ଅଭିଯୋଗ

"କାମାକ୍ଷାନଗର(ରାକେଶ କୁମାର ଦେହୁରୀ): ଅମଳ ପୂର୍ବରୁ ଧାନ ଫସଲରେ ଖେଳିଗଲା ବିଷର ଖେଳ।

ରାତିରେ ଧାନ ଜମିରେ ଘାସମରା ଔଷଧ ପକାଇ ପ୍ରାୟ ୬ ଏକର ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ।

ଆଖି ଆଗରେ ଶୁଖିଗଲା ସୁନାର ଫସଲ ।

ଏବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ।

ଏ ଦୃଶ୍ୟ ହେଉଛି କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ କାଦବସନ୍ତ ଗାଁ ଘୁଣ୍ଟୁଣୀପଶି ଅଞ୍ଚଳର ।

ଜମିରେ ହସୁଥିଲା ପାଚିବାକୁ ଥିବା ଧାନ ।

ଆଉ କିଛି ଦିନ ପରେ ହୋଇଥାଆନ୍ତା ଅମଳ ।

ହେଲେ ଚାଷୀଙ୍କ ଏହି ଆଶା ଉପରେ ପାଣି ପକାଇଦେଇଛି ଦୁର୍ବୃତ୍ତଙ୍କ କାରନାମା ।

ରାତିରେ କେହି ଧାନ ଜମିରେ ଘାସମରା ଔଷଧ ପକାଇ ଦେଇଥିବା ଅଭିଯୋଗ ହୋଇଛି ।

ସକାଳୁ ଜମିକୁ ଯାଇ ଧାନ ଗଛର ଅବସ୍ଥା ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ।

ଧୀରେ ଧୀରେ ଶୁଖିଯାଉଛି ଧାନ ଗଛ ।

ପ୍ରାୟ ୬ ଏକର ଜମିର ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Advertisment ହଗୁରୁ ଦେହୁରୀ, ଭଞ୍ଜ ଦେହୁରୀ, କଷ୍ଟୁ ବେହେରା, ଆନନ୍ଦ ବେହେରା, ସୁବଳ ଦେହୁରୀଙ୍କ ସମେତ ଅନେକ ଚାଷୀ ଏଥିରେ ପ୍ରଭାବିତ ହୋଇଛନ୍ତି ।

ଅମଳ ପାଇଁ ଧାନ ପ୍ରସ୍ତୁତ ହୋଇଥିଲା ।

ବହୁ ଟଙ୍କା ଖର୍ଚ୍ଚ କରିଥିଲୁ ।

ରାତିରେ କିଏ ଔଷଧ ପକାଇଦେଲା ଜାଣିନାହୁଁ ।

ଆମର ସବୁ ଫସଲ ନଷ୍ଟ ହୋଇଗଲା ।

ଘଟଣାର ତଦନ୍ତ କରି ଦୋଷୀଙ୍କୁ ଧରାଯାଉ ଓ ଆମକୁ କ୍ଷତିପୂରଣ ଦିଆଯାଉ ବୋଲି ସେମାନେ କହିଛନ୍ତି ।

ଚାଷୀଙ୍କ କହିବା କଥା, ଧାନ ହେଉଛି ସେମାନଙ୍କ ପରିବାର ଚଳାଇବାର ମୁଖ୍ୟ ଆଶା ।

ଜମି ପ୍ରସ୍ତୁତିଠାରୁ ରୋଇବା, ସାର ଓ ଔଷଧ ପକାଇବା ପର୍ଯ୍ୟନ୍ତ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

ହେଲେ ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯିବାରୁ ଏବେ ସେମାନେ ଆର୍ଥିକ ସଙ୍କଟରେ ।କିଏ ଓ କାହିଁକି ଧାନ ଜମିରେ ଘାସମରା ଔଷଧ ପକାଇଲା, ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ ।

ଘଟଣାର ନିରପେକ୍ଷ ତଦନ୍ତ ସହ ନଷ୍ଟ ହୋଇଥିବା ଫସଲର ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ଦୋଷୀ ଚିହ୍ନଟ ହେଲେ ତାଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି ।

FIR: ପ୍ରଧାନଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)