OTAS Officer Dismissed After Chandrika Death Case; ଡାକ୍ତରୀ ଛାତ୍ରୀଙ୍କୁ ଠକିବା ପଡ଼ିଲା ମହଙ୍ଗା; ଚାକିରିରୁ ବିଦା ହେଲେ ଧୋକେବାଜ୍ ପ୍ରେମିକ

Jun 27, 2026 - 20:30
OTAS Officer Dismissed After Chandrika Death Case; ଡାକ୍ତରୀ ଛାତ୍ରୀଙ୍କୁ ଠକିବା ପଡ଼ିଲା ମହଙ୍ଗା; ଚାକିରିରୁ ବିଦା ହେଲେ ଧୋକେବାଜ୍ ପ୍ରେମିକ

ପ୍ରେମ...ପ୍ରତାରଣା...ଧୋକା ଆଉ ପରେ ମୃତ୍ୟୁ। ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଘଟଣା ସାରା ରାଜ୍ୟରେ ଚହଲ ପକାଇଥିବା ବେଳେ ଆଜି ତାଙ୍କ ପ୍ରେମିକ OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ବହିଷ୍କାର କରିଛନ୍ତି ସରକାର। କେବେ ବି ଆଉ ସରକାରୀ ଚାକିରି କରିପାରିବେନି ଭୀମସେନ। ହେଲେ ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ପରିବାର, ଝିଅ ମୃତ୍ୟୁ ପାଇଁ ଭୀମସେନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ସେପଟେ ଏବେ ବି ସନ୍ଦେହରେ ପୁରା ଘଟଣା।

ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଚାକିରୀରୁ ବିଦା ହୋଇଛନ୍ତି ଗିରଫ ପ୍ରେମିକ OTAS ଅଧିକାରୀ ଭୀମସେନ ଟୁଡୁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆଜି ହୋଇଛି ବଡ଼ ଆକ୍ସନ୍। ଓଡ଼ିଶା ଟାକ୍ସସନ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ- OTAS ସେବାରୁ ବହିଷ୍କାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଆଗାମୀ ଦିନରେ କୌଣସି ସରକାରୀ ଚାକିରି କରିପାରିବେନି ବୋଲି ବି ସ୍ପଷ୍ଟ କରାଯାଇଛି। ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟ ପୋଲିସ ଦ୍ବାରା ଅଟକ ଥିବାରୁ ସେ ବିଦା ହେଇଛନ୍ତି। 

ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ପରିବାର, ଏତିକିରେ ନ୍ୟାୟ ମିଳିନି କହିଛନ୍ତି ଚନ୍ଦ୍ରିକାଙ୍କ ମାଆ। ଝିଅକୁ ଯେମିତି କଷ୍ଟ ଦେଇଛନ୍ତି ସେମିତି ଶାସ୍ତି ମିଳୁ। ଯେଉଁ ଝିଅ ପାଇଁ ଭୀମସେନ ଚନ୍ଦ୍ରିକାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ହେଲେ, ଯାହା ପାଇଁ ଏତେ ସବୁ ବିବାଦ ହେଲା ତାକୁ କାହିଁକି ପଚରାଉଚରା ହୋଇନି ବୋଲି ସେ ପ୍ରଶ୍ନ କରିଛନ୍ତି।

‘ଏକ୍ ଫୁଲ୍ ଦୋ ମାଲି’...ଚନ୍ଦ୍ରିକା ଓ ଭୀମସେନଙ୍କ ୧୫ ବର୍ଷର ସମ୍ପର୍କରେ ଏଣ୍ଟ୍ରି ମାରିଥିଲେ ଜଣେ ଯୁବତୀ। ଭୀମସେନଙ୍କ ସହ ଚାକିରିର ଟ୍ରେନିଂ ବେଳେ ଏଇ ଯୁବତୀଙ୍କ ଦେଖା ହୋଇଥିଲା। ସେବେଠୁ ସଂପୃକ୍ତ ଯୁବତୀଙ୍କ ପଛରେ ପାଗଳ ହୋଇ ଭୀମସେନ ଚନ୍ଦ୍ରିକାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ଲାଗିଥିଲେ।...୪ ଜୁନରେ କାଠଯୋଡ଼ି ନଦୀ ପଠାରୁ ଚନ୍ଦ୍ରିକାଙ୍କ ମୃତଦେହ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ପୋଲିସ୍ କହିଥିବା ବେଳେ ଏବେ ବି ଘଟଣାକୁ ବିଶ୍ବାସ କରିପାରୁନାହାନ୍ତି ପରିବାରଲୋକେ।