Welcome!

Unlock your personalized experience.
Sign Up

OSJA: ଏସଜେଏଫଆଇ ଏଜିଏମ୍‌ରେ ସବାନାୟକନ୍, ଓସଜା ସମ୍ନାନିତ

Jun 09, 2026 - 05:51
OSJA: ଏସଜେଏଫଆଇ ଏଜିଏମ୍‌ରେ ସବାନାୟକନ୍, ଓସଜା ସମ୍ନାନିତ

ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସଜେଏଫଆଇ)ର ସୁବର୍ଣ୍ଣ ଜୟନ୍ତୀ (୫୦ତମ) ଏଜିଏମ୍ ଗତ ୭ ତାରିଖରେ ତ୍ରିପୁରାର ଅଗରତାଲାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଆଇପିଏସର କାର୍ଯ୍ୟନିର୍ବାହୀ କମିଟିକୁ ପ୍ରଥମ ଭାରତୀୟଭାବେ ନିର୍ବାଚିତ ହୋଇଥିବାରୁ ଏସ ସବାନାୟକନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। 

ଅର୍ଜୁନ ପୁରସ୍କାରପ୍ରାପ୍ତ ଜିମ୍ନାଷ୍ଟ ମଣ୍ଟୁ ଦେବନାଥ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ଦିଲ୍ଲୀରେ ଅନୁଷ୍ଠିତ ଗତ ଏସଜେଏଫଆଇ ନ୍ୟାଶନାଲ କନ୍ଭେନଶନ ଓ ଜେକେ ବୋଷ ଟ୍ରଫି ଅବସରରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ଓସଜା ସଭାପତି ସନ୍ଦିପ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଉପସଭାପତି ସଞ୍ଜୀବ ବିଶ୍ଵାଳ ପୁରସ୍କାର ଗ୍ରହଣ କରିଥିଲେ। 

ଆହୁରି ପଢ଼ନ୍ତୁ: Sports Awards: ପ୍ରୀତିସ୍ମିତା, କାଳୁଚରଣ ପାଇଲେ ‘ଓସ୍‌ଜା’ ପୁରସ୍କାର

ଦୀର୍ଘ ୬ ବର୍ଷ ବ୍ୟବଧାନରେ ଗତବର୍ଷ ଭୁବନେଶ୍ୱରରେ ସଫଳତାର ସହ ଏଜିଏମ୍ ଆୟୋଜନ କରିଥିବାରୁ ଓସଜାକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କୋଷାଧ୍ୟକ୍ଷ ସୁରେଶ ସ୍ବାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଓସଜା ପକ୍ଷରୁ ମଧ୍ୟ ସବାନାୟକନଙ୍କୁ ସମ୍ମାନିତ କରାଯାଇଥିଲା।