17 SEPTEMBER 2026

Welcome!

Unlock your personalized experience.
Sign Up

Orangutans: ଓରାଂଉଟାନ୍‌ ରହସ୍ୟ ‌ଖୋଲିପାରୁନି ତଦନ୍ତକାରୀ ଟିମ୍‌: ୮ ଦିନ ବିତିଲା, ଏସ୍‌ଟିଏଫ୍‌ ହାତ ଖାଲି

Sep 17, 2026 - 03:06
Orangutans: ଓରାଂଉଟାନ୍‌ ରହସ୍ୟ ‌ଖୋଲିପାରୁନି ତଦନ୍ତକାରୀ ଟିମ୍‌: ୮ ଦିନ ବିତିଲା, ଏସ୍‌ଟିଏଫ୍‌ ହାତ ଖାଲି

ବାଲେଶ୍ବର/ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ବିରଳ ବିଦେଶୀ ବନ୍ୟପ୍ରାଣୀ ଓରାଂଉଟାନ୍‌ ଉଦ୍ଧାର ହେବା ଘଟଣାକୁ ଇତିମଧ୍ୟରେ ୮ ଦିନ ବିତିଛି। ଗତ ୮ ତାରିଖ ସକାଳେ ୫ ଓରାଂଉଟାନ୍‌ ଉଦ୍ଧାର ହୋଇଥିଲେ। ଇଣ୍ଡୋନେସିଆର ଏହି ବିରଳ ବନ୍ୟପ୍ରାଣୀ ଚୋରାଚାଲାଣ ନେଇ ଉଭୟ ଦେଶର ଗଣମାଧ୍ୟମରେ ନାନା ଚର୍ଚ୍ଚା ହେଉଥିବା ବେଳେ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ କରୁଥିବା ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ରହସ୍ୟ ଉନ୍ମୋଚନ କରିପାରିନି। ଏହି ମାମଲାରେ ୱାଇଲ୍‌ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲୁସିସିବି) ଗୁଇନ୍ଦା ସୂଚନା, ବୈଷୟିକ ସହାୟତା ଆଦି କ୍ଷେତ୍ରରେ ଏସ୍‌ଟିଏଫ୍‌କୁ ସହାୟତା କରୁଛି। ହେଲେ, ଓରାଂଉଟାନ୍‌ ଉଦ୍ଧାର ହେବା ମାମଲାର ରହସ୍ୟ ଭେଦ କରିବାରେ ଉଭୟ ଏସ୍‌ଟିଏଫ୍ ଓ ଡବ୍ଲୁସିସିବି ଏଯାବତ୍‌ ସଫଳ ହୋଇନାହାନ୍ତି। ଏପରିକି, ବାଲେଶ୍ବର ବନଖଣ୍ଡ କର୍ତ୍ତୃପକ୍ଷ ମଧ୍ୟ ଏନେଇ ମୁହଁ ‌‌ଖୋଲୁନାହାନ୍ତି।

Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍‌ ବୋରା

ଏନ୍‌ଆଇଏ ତଦନ୍ତ ଦାବି ‌‌‌‌ତେଜୁଛି
କଳା ଥାର୍‌ ଜବତ ହୋଇନି କି ସନ୍ଦିଗ୍ଧଙ୍କ ପତ୍ତା ମିଳୁନି

ସାଧାରଣତଃ ଓରାଂଉଟାନ୍‌ ଦକ୍ଷିଣ-ପୂର୍ବ ଏସିଆର ଇଣ୍ଡୋନେସିଆ, ମାଲେସିଆରେ ଦେଖାଯା’ନ୍ତି। ଭାରତରୁ ହଜାରହଜାର କିମି ଦୂରରେ ଥିବା ଏହି ଦେଶରୁ  ଓରାଂଉଟାନ୍‌ ଚାଲିଆସିବା ଅସମ୍ଭବ।ଏହାପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରା କାରବାର ମାଫିଆଙ୍କ ଲିଙ୍କ୍‌ ରହିଥିବା ସନ୍ଦେହ କରାଯାଉଛି। ହେଲେ, ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଏହି ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇନି। ତେବେ, ଏହି ଘଟଣାରେ ପଡ଼ୋଶୀ ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅର ସମ୍ପୃକ୍ତି ଥିବା ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ସେମାନଙ୍କୁ ଧରିବାରେ ଏସ୍‌ଟିଏଫ୍‌ ସଫଳ ହୋଇପାରିନି। ମିଳିଥିବା ସୂଚନା ଅନୁସାରେ, ହୋଟେଲ ମାଲିକ ଓ ତାଙ୍କ ପୁଅକୁ ଗିରଫ କରିବା ପାଇଁ ଏସ୍‌ଟିଏଫ୍‌ କୋଲକାତାରେ ଡେରା ପକାଇଛି। ସେମାନଙ୍କ କଲ୍‌ ଡିଟେଲ୍ସ ରେକର୍ଡ ସଂଗ୍ରହ ପାଇଁ ତନାଘନା ଚଳାଇଛି। ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ତଦନ୍ତକାରୀ ଟିମ୍‌ ପହଞ୍ଚିବା ପୂର୍ବରୁ ଦୀଘାସ୍ଥିତ ସମ୍ପୃକ୍ତ ହୋଟେଲ୍‌ର ସିସିଟିଭି ଫୁଟେଜ୍‌କୁ ଡିଲିଟ୍‌ କରାଯାଇଛି। ଏଭଳି ସ୍ଥିତିରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏହି ମାମଲାର ତଦନ୍ତ ଏନ୍‌ଆଇଏ, ସିବିଆଇ ଭଳି ଜାତୀୟସ୍ତରର ସଂସ୍ଥା ଦ୍ବାରା କରିବାକୁ ଦାବି କରିଛନ୍ତି। ବିଶେଷଜ୍ଞମାନେ ମଧ୍ୟ ସମାନ କଥା କହିଛନ୍ତି। ଏହା ଏକ ଅନ୍ତର୍ଜାତୀୟସ୍ତରର ଅପରାଧ ହୋଇଥିବାରୁ ଇଣ୍ଟରପୋଲ ସହାୟତା ସମେତ ବାହାର ଦେଶକୁ ଯାଇ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି।

Belagavi: ବେଲଗଭିରେ ଗ୍ରାମ ପଞ୍ଚାୟତ ପରିସରରେ ବାପ-ଝିଅଙ୍କୁ ହତ୍ୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)