Orangutan remains a mystery: ରହସ୍ୟରେ ରହିଗଲେ ଓରାଂଉଟାନ୍‌: ଅପରାଧୀଙ୍କ ଟେର୍‌ ପାଇଲାନି ଏସ୍‌ଟିଏଫ୍‌

Nov 23, 2026 - 01:23
Orangutan remains a mystery: ରହସ୍ୟରେ ରହିଗଲେ ଓରାଂଉଟାନ୍‌: ଅପରାଧୀଙ୍କ ଟେର୍‌ ପାଇଲାନି ଏସ୍‌ଟିଏଫ୍‌

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୫ଟି ଓରାଂଉଟାନ୍‌ଙ୍କ ଭବିଷ୍ୟତ କ'ଣ ହେବ?

ଉଦ୍ଧାରକୁ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପ୍ରଜାତି ସମ୍ପର୍କରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ।

ଟାକ୍ସୋନୋମିକ୍‌ ବିଶ୍ଳେଷଣ ପାଇଁ କଲିକତାସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା (ଜେଡ୍‌ଏସ୍‌ଆଇ)ଙ୍କୁ ସେମାନଙ୍କ ରକ୍ତ ନମୁନା ପଠାଯାଇଥିଲେ ମଧ୍ୟ ରିପୋର୍ଟ ଆସି ପାରିନାହିଁ।

କେଉଁ ଦେଶରୁ ଏମାନେ ଆସିଛନ୍ତି, କେଉଁ ପ୍ରଜାତିର, ବୟସ କେତେ, ଆଗରୁ ଭାରତକୁ ଏମାନଙ୍କର କୌଣସି ବଂଶୋଦ୍ଭବ ଆସିଥିଲେ କି ନାହିଁ ତାହାର ଯାଞ୍ଚ କରିବାକୁ ଜେଡ୍‌ଏସ୍‌ଆଇକୁ ଦାୟିତ୍ବ ଦିଆଯାଇଥିଲା।

ମାତ୍ର ଆଜି ପର୍ଯ୍ୟନ୍ତ ରିପୋର୍ଟ ହସ୍ତଗତ ହୋଇପାରି ନାହିଁ।

ଗତ ସପ୍ତାହରେ ରିପୋର୍ଟ ମିଳିବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ସମ୍ଭବପର ହୋଇ ନ ଥିବା ଜଣାପଡ଼ିଛି।

ଏହି ରିପୋର୍ଟ ଆସିବା ପରେ ଏମାନଙ୍କ ପ୍ରକୃତ ପ୍ରଜାତି ଜଣାପଡ଼ିବା ସହ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

Advertisment Horoscope 2026 November 23: ଜାଣନ୍ତୁ ଆଜିର ରାଶିଫଳ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଅଢ଼େଇ ମାସ ହେଲା ଉଦ୍ଧାର ହୋଇଥିଲେ ମଧ୍ୟ ଘଟଣାର ତଦନ୍ତ କରୁଥିବା ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଓରାଂଉଟାନ୍‌ଙ୍କ ରହସ୍ୟ ଉନ୍ମୋଚନ କରିପାରି ନାହିଁ।

ଏହି ମାମଲାରେ ୱାଇଲ୍‌ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲୁସିସିବି) ଗୁଇନ୍ଦା ସୂଚନା, ବୈଷୟିକ ସହାୟତା ଆଦି କ୍ଷେତ୍ରରେ ଏସ୍‌ଟିଏଫ୍‌କୁ ସହାୟତା କରିଥିଲେ।

ଏହାପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରା କାରବାର ମାଫିଆଙ୍କ ଲିଙ୍କ୍‌ ରହିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ କୌଣସି ଅପରାଧୀଙ୍କ ଟେର୍‌ ପାଇନାହାନ୍ତି।

ଘଟଣା ପରେ ଏସ୍‌ଟିଏଫ୍‌ର ଏକାଧିକ ଟିମ୍‌ ପଶ୍ଚିମବଙ୍ଗରେ ଡେରା ପକାଇଥିଲେ ସୁଦ୍ଧା ଖାଲି ହାତରେ ଫେରିଥିଲେ।

ଏବେ ତଦନ୍ତ ସୁପ୍ତ ଅବସ୍ଥାରେ ରହିଯାଇଛି।

ସେପଟେ ଏଯାବତ କୌଣସି ଦେଶ ଓରାଂଉଟାନ୍‌କୁ ନିଜର ବୋଲି ଦାବି କରିନାହାନ୍ତି।

ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ନଭେମ୍ବର ମାସରେ ଆସିବେ ବୋଲି କୁହାଯାଉଥିଲେ ମଧ୍ୟ କେହି ଆସି ନାହାନ୍ତି।

ଆସିବେ କି ନାହିଁ, ସେ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଖରେ କିଛି ଖବର ବି ନାହିଁ।

ଅପରାଧୀଙ୍କ ଟେର୍‌ ପାଇଲାନି ଏସ୍‌ଟିଏଫ୍‌ ପ୍ରଜାତି ବି ଚିହ୍ନଟ ହୋଇପାରିଲାନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସୁହାଉଛି ଶୀଘ୍ର ଖୋଲା ଏନ୍‌କ୍ଲୋଜରକୁ ଆସିବେ ତେବେ ଖୁସି ଖବର ହେଉଛି, ସମସ୍ତ ୫ଟି ଯାକ ଓରାଂଉଟାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି।

ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ମାପଦଣ୍ଡ ସ୍ୱାଭାବିକ ରହିଛି।

ସ୍ୱତନ୍ତ୍ର ଯତ୍ନ ଓ ଚିକିତ୍ସାରେ ରହିଥିବା ଓରାଂଉଟାନ୍‌ଗୁଡ଼ିକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହ ଭଲ ଭାବେ ଖାପ ଖୁଆଇ ନେଇଛନ୍ତି।

ପୁଷ୍ଟିହୀନତା ଓ ରକ୍ତହୀନତାରେ ପୀଡ଼ିତ ଥିବା ଓରାଂଉଟାନ୍‌ଗୁଡ଼ିକର ସ୍ବାସ୍ଥ୍ୟରେ ଉନ୍ନତି ଘଟିଛି।

ହିମୋଗ୍ଲୋବିନ୍‌ ସ୍ତର କମ୍‌ ଥିବା ୩ଟି ଯାକ ଓରାଂଉଟାନ୍‌ଙ୍କ ନିୟମିତ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ପରେ ବର୍ତ୍ତମାନ ସମସ୍ତଙ୍କ ହିମୋଗ୍ଲୋବିନ୍‌ ସ୍ତର ୧୧ ଗ୍ରାମ୍‌ରେ ପହଞ୍ଚିଛି।

କୌଣସି ଶାବକଙ୍କଠାରେ ରକ୍ତହୀନତା ଦେଖାଯାଉ ନାହିଁ।

ସେମାନଙ୍କ ସ୍ୱାସ୍ଥ୍ୟ ଓ ଶାରୀରିକ ବିକାଶ ମଧ୍ୟ ସ୍ୱାଭାବିକ ରହିଛି।

ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରୁ ନନ୍ଦନକାନନରେ ଥିବା ଓରାଂଉଟାନ୍‌ଙ୍କ ୯୦ ଦିନିଆ କ୍ବାରେଣ୍ଟାଇନ୍‌ ଆସନ୍ତା ମାସରେ ଶେଷ ହେଉଛି।

ତେଣୁ ସେମାନଙ୍କୁ ସଙ୍ଗରୋଧ ଗୃହରୁ ଖୋଲା ଏନ୍‌କ୍ଲୋଜରକୁ ଆଣିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରୁଛନ୍ତି।

Kalinga ghati: ସୀମାରେ ଯାତ୍ରୀଙ୍କ ଦୁର୍ଦ୍ଦଶା; ହଇରାଣ ହେଲେ ରୋଗୀ-ସାଧାରଣ ଜନତା ଅଧିକାରୀ ଜଣକ କହିଛନ୍ତି ଯେ ଯେହେତୁ ନନ୍ଦନକାନନରେ ଓରାଂଉଟାନ୍‌ ରହିଛନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଓ ଲାଳନପାଳନ ଦାୟିତ୍ବ ଆମର।

ଏବେ ଶୀତ ଦିନ ଆରମ୍ଭ ହୋଇ ଯାଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ସଙ୍ଗରୋଧ ଗୃହ ବାହାରେ ଖୋଲା ଏନ୍‌କ୍ଲୋଜର ନିର୍ମାଣ ଚାଲିଛି।

ସେଠାରେ ଶାବକମାନଙ୍କୁ ଦିନେ ଛାଡ଼ି ଦିନେ ଖରାରେ ରଖାଯିବ।

ଥଣ୍ଡାଜନିତ ରୋଗ ଓ ଜ୍ୱରରୁ ସେମାନଙ୍କୁ ଦୂରେଇ ରଖିବାକୁ ଏଭଳି ବ୍ୟବସ୍ଥା ହେଉଛି।

ଶୀତ ପ୍ରକୋପ ବଢ଼ିଲେ ଲାଳନପାଳନ କେନ୍ଦ୍ର ଭିତରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରାଯିବ।

ଶାବକଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଭାବେ କ୍ଷୀର, ବିଭିନ୍ନ ଫଳ ଓ ପୁଷ୍ଟିକର ଖାଦ୍ୟ ଦିଆଯାଉଛି।

ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ଡାକ୍ତରୀ ଦଳ ନଜର ରଖିଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି ଯେ ଶାବକଙ୍କ ଉପରେ ଏଯାଏଁ କୌଣସି ଦେଶ ନିଜର ଅଧିକାର ଦାବି କରିନାହାନ୍ତି।

ତେଣୁ ସେମାନଙ୍କୁ ନନ୍ଦନକାନନରେ ରଖାଯିବ।

ଯଦି କୌଣସି ଦେଶ ଦାବି କରେ, ତେବେ ଏହି ଶାବକମାନେ ସେହି ଦେଶରୁ ଆସିଥିବାର ପ୍ରମାଣ ଦେବାକୁ ପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)