Opposition Demands Nityanand Gond's Resignation: ମନ୍ତ୍ରୀ ପଦ ଛାଡ଼ିବେ କି ନିତ୍ୟାନନ୍ଦ ଗଣ୍ଡ? ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ତାତିଲେ ବିରୋଧୀ

Jul 27, 2026 - 20:28
Opposition Demands Nityanand Gond's Resignation: ମନ୍ତ୍ରୀ ପଦ ଛାଡ଼ିବେ କି ନିତ୍ୟାନନ୍ଦ ଗଣ୍ଡ? ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ତାତିଲେ ବିରୋଧୀ

ନିଟ୍ ଲିକ୍ ପ୍ରସଙ୍ଗରେ ୫ ଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିବା ନବୀନ, ଆଜି ସିଧାସଳଖ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ। ପିଲାମାନଙ୍କୁ ଦିଆଯାଇଥିବା ପାଠ୍ୟ ବହିରେ ତ୍ରୁଟି ପ୍ରସଙ୍ଗ ଉଠାଇ ନବୀନ ଆଜି ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ପଦକ୍ଷେପକୁ ଅନୁସରଣ କରି ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ନବୀନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏ ସଂପର୍କରେ ବିଜେଡି ଦୁଇ-ତିନି ସପ୍ତାହ ହେଲା ଦାବି କରିଆସୁଛି। ସେପଟେ କଂଗ୍ରେସ ରାଜ୍ୟ ସରକାରଙ୍କୁ ୭ ଦିନର ଅଲଟିମେଟମ୍ ଶୁଣାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜନୀତି କରାଯାଇ ପାରିବନି। ଯଦି ଗଣଶିକ୍ଷା ମନ୍ତ୍ରୀ ୭ ଦିନ ଭିତରେ ଇସ୍ତାଫା ନଦିଅନ୍ତି ତେବେ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ଓଡ଼ିଶା ବନ୍ଦ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। 

ଜବାବରେ ବିଜେପି କହିଛି, ନବୀନ ନୀତି ନୈତିକତାର ପାଠ ନ ପଢାନ୍ତୁ। ବିଜେଡି ସରକାର ସମୟରେ ଅନେକ ବିଭ୍ରାଟ ହୋଇଥିଲା କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। ରାଜ୍ୟ ସରକାର ବହି ବିଭ୍ରାଟ ଘଟଣାରେ ପଦକ୍ଷେପ ନେଇଛନ୍ତି। ନବୀନ ନିଜେ ଶିଖନ୍ତୁ ବିଗତ ୨୪ ବର୍ଷ ଭିତରେ ସେ କେତେ ଉଦାହରଣ ସୃଷ୍ଟି କରିଛନ୍ତି।

ବହି ବିଭ୍ରାଟ ଘଟଣାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ ହୋଇଥିବା ବେଳେ ଅନ୍ୟ ୪ ସହକାରୀ ନିର୍ଦ୍ଦେଶକଙ୍କୁ ସସପେଣ୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ୍ ଏହି ମାମଲାର ତଦନ୍ତ କରିବା ସହିତ ତ୍ରୁଟିପୂର୍ଣ୍ଣ ବହିଗୁଡ଼ିକୁ ନେଇ ଯାଂଚ କରୁଛି। ତା ସହିତ ବହି ମୁଦ୍ରଣ କରିଥିବା ସଂସ୍ଥାକୁ ସ୍କାନରେ ରଖିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।