Operation Sindoor Documentary: ‘ଅପରେସନ୍‌ ସିନ୍ଦୂର’ ଉପରେ ଡକ୍ୟୁମେଣ୍ଟାରୀ ଦେଖି ପାକିସ୍ତାନ ବିଚଳିତ

Aug 19, 2026 - 13:39
Operation Sindoor Documentary: ‘ଅପରେସନ୍‌ ସିନ୍ଦୂର’ ଉପରେ ଡକ୍ୟୁମେଣ୍ଟାରୀ ଦେଖି ପାକିସ୍ତାନ ବିଚଳିତ

"ନୂଆଦିଲ୍ଲୀ: "ଅପରେସନ୍ ସିନ୍ଦୂର" ଉପରେ ଭାରତର ଏକ ଡକ୍ୟୁମେଣ୍ଟାରୀ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। "ଅପରେସନ ସିନ୍ଦୂର"ବେଳେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ଡକ୍ୟୁମେଣ୍ଟାରୀ ସିରିଜ୍ ଉପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ୍ ଡକ୍ୟୁମେଣ୍ଟାରୀକୁ ଏକପାଖିଆ ବୋଲି କହିଛି।

ପାକିସ୍ତାନ ଅଭିଯୋଗ କରିଛି ଯେ, ଡକ୍ୟୁମେଣ୍ଟାରୀରେ ଘଟଣାଗୁଡ଼ିକୁ ଅତ୍ୟଧିକ ନାଟକୀୟ ଭାବରେ ଉପସ୍ଥାପନ କରାଯାଇଛି। "ଦ ଡିସ୍କଭରୀ ଡକ୍ୟୁସେରିଜ୍ "ଡିକ୍ଲାସିଫାଏଡ୍: ଅପରେସନ୍ ସିନ୍ଦୂର" ନାମକ ଡକ୍ୟୁମେଣ୍ଟାରୀ ଅଗଷ୍ଟ ୧୫ ତାରିଖରେ ପ୍ରିମିୟର ହୋଇଥିଲା।

ଏହା ଉପରେ ପାକିସ୍ତାନ ସେନାର ପ୍ରବକ୍ତା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍‌ ରାତି ୨ଟାରେ ତାଙ୍କ ବକ୍ତବ୍ୟ ଜାରି କରି ଏହାକୁ ଦୁଃଖଦ ଓ ହାସ୍ୟାସ୍ପଦ ବୋଲି କହିଛନ୍ତି।Advertisment ପାକିସ୍ତାନ ଅଭିଯୋଗ କରିଛି ମଙ୍ଗଳବାର ଭୋର ସମୟରେ "ଏକ୍ସ"ରେ ଏକ ପୋଷ୍ଟରେ ସରିଫ ଅଭିଯୋଗ କରିଛନ୍ତି ଯେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଭାରତୀୟ ସଶସ୍ତ୍ର ବାହିନୀର ଶୀର୍ଷ ନେତୃତ୍ୱଙ୍କୁ ଦର୍ଶାଯାଇଥିବା ଡକ୍ୟୁମେଣ୍ଟାରୀରେ ଗମ୍ଭୀରତାର ଅଭାବ ରହିଛି ଓ ଏହାକୁ ବଲିଉଡ୍ ଶୈଳୀରେ ନାଟକୀୟ ଭାବେ ପ୍ରସ୍ତୁତ କରାଯାଇଛି। "ଅପରେସନ ସିନ୍ଦୂର" ସମୟର ଘଟଣାବଳୀକୁ ଭାରତ ନିଜ ଶୈଳୀ ଓ ରଙ୍ଗ ଦେଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି।

ଏହାବ୍ୟତୀତ ପାକିସ୍ତାନୀ ସେନା ଡକ୍ୟୁମେଣ୍ଟାରୀରେ "ଅପରେସନ ସିନ୍ଦୂର"କୁ ଭାରତୀୟ ସାମରିକ ସଫଳତା ଭାବରେ ଚିତ୍ରଣ କରାଯିବା ଉପରେ ପ୍ରଶ୍ନ ଉଠାଇଛି।

ପାକିସ୍ତାନ ଦାବି କରିଛି ଯେ, ଏହା ଏକପାଖିଆ ସୂଚନା ପ୍ରଦାନ କରୁଛି।

ଭାରତ ସରକାର ଏପର୍ଯ୍ୟନ୍ତ ପାକିସ୍ତାନୀ ବିବୃତିର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା।

ଏହାର ଜବବାରେ ୭ ମେ, ୨୦୨୫ରେ ଭାରତ ପକ୍ଷରୁ "ଅପରେସନ ସିନ୍ଦୂର" ଆରମ୍ଭ ହୋଇଥିଲା।

Imran"s: ଇମ୍ରାନଙ୍କୁ ଭେଟିଲେ ଭଉଣୀ ଓ ପତ୍ନୀ: ସୁପ୍ରିମ‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଡିୟାଲା ଜେଲ ପହଞ୍ଚିଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media