Operation sindoor : ଏସ୍‌-୪୦୦କୁ ଖୋଜିବାକୁ ଗୁପ୍ତଚର ଲଗାଇଥିଲା ପାକିସ୍ତାନ

Aug 27, 2026 - 22:29
Operation sindoor : ଏସ୍‌-୪୦୦କୁ ଖୋଜିବାକୁ ଗୁପ୍ତଚର ଲଗାଇଥିଲା ପାକିସ୍ତାନ

"ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂର ସମୟରେ ଭାରତର ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଖୋଜିବା ପାଇଁ ପାକିସ୍ତାନ ଭାରତ ଭିତରେ ଗୁପ୍ତଚର ଓ "ସ୍ଲିପର ସେଲ୍‌"କୁ ସକ୍ରିୟ କରିଥିଲା।

ପଶ୍ଚିମ ବାୟୁ କମାଣ୍ଡ୍‌ର ତତ୍କାଳୀନ ମୁଖ୍ୟ ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ର (ଅବସରପ୍ରାପ୍ତ) ଏହା କହିଛନ୍ତି।

ଗୁରୁବାର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ସେ ଅପରେସନ୍‌ ସିନ୍ଦୂର ସମୟର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ସମ୍ପର୍କରେ କହିଛନ୍ତି।Advertisment ମିଶ୍ରଙ୍କ ଅନୁସାରେ, ଏସ୍‌-୪୦୦ ପାକିସ୍ତାନର ବାୟୁସେନା ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଥିଲା।

ଏହି ବ୍ୟବସ୍ଥା ଯୋଗୁଁ ପାକିସ୍ତାନୀ ଯୁଦ୍ଧବିମାନ ଭାରତୀୟ ସୀମାଠାରୁ ୨୦୦ କିଲୋମିଟର ଭିତରକୁ ଆସିବାକୁ ସାହସ କରିପାରିନଥିଲେ।

ଏସ୍‌-୪୦୦ର ଅବସ୍ଥାନ ଜାଣିବା ପାଇଁ ପାକିସ୍ତାନ ବିଭିନ୍ନ ଉପାୟ ଆପଣାଇବା ସହ ମିତ୍ର ଦେଶ ଚୀନ୍‌ର ଉପଗ୍ରହ ସହାୟତା ମଧ୍ୟ ନେଇଥିଲା।

ମିଶ୍ର କହିଛନ୍ତି, ପାକିସ୍ତାନ ଯେତେବେଳେ ବି ଯୁଦ୍ଧବିମାନ ଉଡ଼ାଉଥିଲା, ଏସ୍‌-୪୦୦ ତାହାକୁ ଟାର୍ଗେଟ୍‌ କରୁଥିଲା।

୨୦୧୮ରେ ଭାରତ ରୁଷିଆ ସହ ୫ଟି ଏସ୍‌-୪୦୦ ବ୍ୟବସ୍ଥା ପାଇଁ ଚୁକ୍ତି କରିଥିଲା।

ଏଥିରୁ ୩ଟି ଭାରତକୁ ମିଳି ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଥିବାବେଳେ ଚଳିତବର୍ଷ ଜୁନ୍‌ରେ ଚତୁର୍ଥ ସ୍କ୍ୱାଡ୍ରନ୍‌ ମଧ୍ୟ ମିଳିଛି।

ଏୟାର୍ ମାର୍ଶାଲ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା।

ମେ ୭ରେ ଭାରତ ଜୈସ୍‌-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବା ସମେତ ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା।

ଏହାପରେ ପାକିସ୍ତାନ ସଂଘର୍ଷ ବଢ଼ାଇଥିଲା।

ଚଳନ୍ତିକା: ଏସ୍‌-୪୦୦ ବଳୟକୁ ଭେଦିବ ଭାରତୀୟ କ୍ଷେପଣାସ୍ତ୍ର ପ୍ରଥମେ ପାକିସ୍ତାନ ଆଦମପୁର ବାୟୁସେନା ଘାଟିକୁ ଲକ୍ଷ୍ୟ କରି ୧୪-୧୫ଟି ଡ୍ରୋନ୍‌ ପଠାଇଥିଲା।

ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା।

ମେ ୯ରେ ଶତାଧିକ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା।

ଏଥିରେ ଏକ ଦୀର୍ଘପଥ ଡ୍ରୋନ୍‌ ବାୟୁସେନା ଘାଟିର ହସ୍ପିଟାଲ ଓ ନିକଟସ୍ଥ ଏକ ସରକାରୀ କାର୍ଯ୍ୟାଳୟକୁ ଆଘାତ କରିଥିଲା।

ଘଟଣାରେ ଜଣେ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନର ଭୂମିଭିତ୍ତିକ ରାଡାର ଓ କମାଣ୍ଡ-କଣ୍ଟ୍ରୋଲ କେନ୍ଦ୍ରଗୁଡ଼ିକୁ ଭାରତ ଧ୍ୱଂସ କରିବା ପରେ ତାହାର ବାୟୁ ଅଭିଯାନ ପ୍ରଭାବିତ ହୋଇଥିଲା।

ଏହାପରେ ପାକିସ୍ତାନ ଏୟାର୍‌ବୋର୍ଣ୍ଣ ରାଡାର ବ୍ୟବସ୍ଥା ଉପରେ ନିର୍ଭର କରିଥିଲା।

ସରଗୋଧାରୁ ଏକ ଏଡବ୍ଲ୍ୟୁଏସିଏସ୍‌ ବିମାନ ମୁତୟନ କରାଯାଇଥିଲା।

ତାହାକୁ ଏସ୍‌-୪୦୦ ଦ୍ୱାରା ୩୧୪ କିଲୋମିଟର ଦୂରରୁ ଭାରତୀୟ ବାୟୁସେନା ଧ୍ୱଂସ କରିଥିବା ମିଶ୍ର କହିଛନ୍ତି।

ଏହାକୁ ଭୂପୃଷ୍ଠରୁ ଆକାଶମାର୍ଗରେ କରାଯାଇଥିବା ଦୀର୍ଘତମ ଆକ୍ରମଣ ବୋଲି ସେ ଦାବି କରିଛନ୍ତି।

ମେ ୧୦ରେ ଭାରତ ପାକିସ୍ତାନର ୧୧ଟି ସାମରିକ ଘାଟିକୁ ଆକ୍ରମଣ କରିଥିଲା।

ଏହାର କିଛି ଘଣ୍ଟା ପରେ ପାକିସ୍ତାନ ଯୁଦ୍ଧବିରତି ପାଇଁ ଆଗେଇ ଆସିଥିଲା।

ମିଶ୍ରଙ୍କ କହିବା ଅନୁସାରେ, ଅପରେସନ୍‌ ସିନ୍ଦୂରରେ ମହିଳା ଯୁଦ୍ଧବିମାନ ପାଇଲଟ୍‌ମାନେ ମଧ୍ୟ ଏକାଧିକ ଅଭିଯାନରେ ଭାଗ ନେଇଥିଲେ।

ସେମାନେ ଲସ୍କର-ଏ-ତୋଇବାର ମୁରିଦ୍‌କେ ମୁଖ୍ୟାଳୟ ଉପରେ ଆକ୍ରମଣ କରିବା ସହ ମେ ୧୦ରେ ପୁଣି ପାକିସ୍ତାନୀ ବାୟୁସେନା ଘାଟି ଓ କମାଣ୍ଡ-କଣ୍ଟ୍ରୋଲ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)