Nepal flood: ନେପାଳ ଜଳପ୍ରଳୟ; ଗଣ୍ଡକ ନଦୀରେ ୧.୪୨ ଲକ୍ଷ କ୍ୟୁସେକ୍ ଜଳ

Aug 27, 2026 - 22:13
Nepal flood: ନେପାଳ ଜଳପ୍ରଳୟ; ଗଣ୍ଡକ ନଦୀରେ ୧.୪୨ ଲକ୍ଷ କ୍ୟୁସେକ୍ ଜଳ

"କାଠମାଣ୍ଡୁ: ଚୀନ-ନେପାଳ ସୀମାନ୍ତ ତିବ୍ବତ ନିକଟରେ ହିମସ୍ଖଳନ ଯୋଗୁ ନଦୀ ବନ୍ଧ ଭାଙ୍ଗିବାପରେ ନେପାଳରେ ଆସିଥିବା ଭୟାବହ ଆକସ୍ମିକ ବନ୍ୟା ଭାରତ ପାଇଁ ମଧ୍ୟ ବିପଦ ବଢ଼ାଇଛି।

ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାରେ ଗଣ୍ଡକ ଏବଂ ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Advertisment ମହାରାଜଗଞ୍ଜର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଶାନ୍ତ କୁମାରଙ୍କ ସୂଚନା ଅନୁସାରେ ନେପାଳରୁ ଜଳ ଆସୁଥିବା ଗଣ୍ଡକ, ଦରଜାନିଆ ଓ ଟେଲ୍ ଫଲ୍ ଚ୍ୟାନେଲ୍ ଉପରେ ବରିଷ୍ଠ ଅଧିକାରୀମାନେ ନଜର ରଖିଛନ୍ତି।

କୁଶୀନଗର ଜିଲ୍ଲା ମାଜିଷ୍ଟ୍ରେଟ ମହେନ୍ଦ୍ର ସିଂହ ତନୱାର ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ କେଶବ କୁମାର ବିପଦସଙ୍କୁଳ ଗ୍ରାମ ଓ ବାଲ୍ମୀକିନଗର ବ୍ୟାରେଜ୍ ପରିଦର୍ଶନ କରିଛନ୍ତି।

ନଦୀପଠାର ତଳି ଅଞ୍ଚଳରେ ରହୁଥିବା ଜନବସତି ଓ ଗୋରୁଗାଇଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ଗ୍ରାମବାସୀଙ୍କୁ ସତର୍କ କରିବା ପାଇଁ ଲାଉଡ୍‌ସ୍ପିକର ବ୍ୟବହାର କରାଯାଉଛି।

ନଦୀ ନିକଟକୁ ନଯିବା, ସରକାରୀ ନିର୍ଦ୍ଦେଶ ପାଳନ କରିବା ଏବଂ ଗୁଜବରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Odisha Girl Missing in Nepal Flood ନେପାଳ ପ୍ରଳୟଙ୍କରୀ ବନ୍ୟାରେ ବାରିପଦାର କୁଲସୁମ୍ ନିଖୋଜ!

ବିହାରରେ ମଧ୍ୟ ଗଣ୍ଡକ ନଦୀର ଜଳସ୍ତର ବଢ଼ୁଥିବାରୁ ହାଇ-ଆଲର୍ଟ ଜାରି କରାଯାଇଛି।

ବିପଦକୁ ଆଖିରେ ରଖି ବାଲ୍ମୀକିନଗର ବ୍ୟାରେଜ୍‌ର ସମସ୍ତ ୩୬ଟି ଯାକ ଗେଟ୍ ଖୋଲି ଦିଆଯାଇଛି।

ବ୍ୟାରେଜ୍‌ରୁ ଜଳ ନିଷ୍କାସନ ପରିମାଣ ରାତି ୮ ଟାରେ ୧.୦୪ ଲକ୍ଷ କ୍ୟୁସେକ୍ ଥିବାବେଳେ ରାତି ୧୦ଟା ସୁଦ୍ଧା ତାହା ୧.୪୨ ଲକ୍ଷ କ୍ୟୁସେକ୍‌କୁ ବୃଦ୍ଧି ପାଇଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏସ୍‌ଡିଆର୍‌ଏଫ, ପୁଲିସ ଏବଂ ପିଏସି ବାହିନୀକୁ ଉଦ୍ଧାର ସରଞ୍ଜାମ ସହ ମୁତୟନ କରାଯାଇଥିବା ବେଳେ ଏନ୍‌ଡିଆର୍‌ଏଫକୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)