Online Shopping: ଅନଲାଇନ୍ ସପିଂ ପାର୍ସଲ୍‌ ବ୍ୟାଗ୍‌ ଭିତର କଳା କାହିଁକି?  ଜାଣନ୍ତୁ କାରଣ

Oct 11, 2026 - 08:06
Online Shopping: ଅନଲାଇନ୍ ସପିଂ ପାର୍ସଲ୍‌ ବ୍ୟାଗ୍‌ ଭିତର କଳା କାହିଁକି?  ଜାଣନ୍ତୁ କାରଣ

"ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଅନଲାଇନ୍ ସପିଂ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଛି।

ପୋଷାକ, ବହି, ଔଷଧଠାରୁ ଆରମ୍ଭ କରି ଘରୋଇ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଘରେ ବସି ଅର୍ଡର କରିହେଉଛି।

ଏହି ସାମଗ୍ରୀଗୁଡ଼ିକ ପ୍ରାୟତଃ ଧଳା ପ୍ଲାଷ୍ଟିକ୍‌ବ୍ୟାଗ୍‌ରେ ଆସୁଥିବା ବେଳେ ଏହାର ଭିତର ପାର୍ଶ୍ୱ କଳା ରଙ୍ଗର ହୋଇଥାଏ।

ତେବେ ଏହା ପଛରେ କ"ଣ ରହିଛି କାରଣ?Advertisment ଅନଲାଇନ୍‌ରେ ସାମଗ୍ରୀ ପଠାଇବା ପାଇଁ ବ୍ୟବହୃତ ଏହି ବ୍ୟାଗ୍‌ଗୁଡ଼ିକୁ କୁରିୟର ବ୍ୟାଗ୍‌ ବା ପଲିମେଲର୍‌ କୁହାଯାଏ।

ଏଗୁଡ଼ିକ ସାଧାରଣ ପ୍ଲାଷ୍ଟିକ୍‌ ବ୍ୟାଗ୍‌ଠାରୁ ଭିନ୍ନ ଏବଂ ଏକାଧିକ ସ୍ତରର ପ୍ଲାଷ୍ଟିକ୍‌ରେ ତିଆରି ହୋଇଥାଇପାରେ।

ସାମଗ୍ରୀକୁ ସୁରକ୍ଷିତ ଭାବେ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଗୋପନୀୟତା ରକ୍ଷା ଏହି ବ୍ୟାଗ୍‌ର ଭିତର ପାର୍ଶ୍ୱ କଳା ରହିବାର ଏକ ପ୍ରମୁଖ କାରଣ ହେଉଛି ଗୋପନୀୟତା ରକ୍ଷା।

କଳା ରଙ୍ଗର ସ୍ତର ବ୍ୟାଗ୍‌କୁ ଅସ୍ୱଚ୍ଛ କରିଥାଏ, ଯାହାଫଳରେ ବାହାରୁ ଭିତରେ ଥିବା ସାମଗ୍ରୀ ଦେଖାଯାଏ ନାହିଁ।

ଏହା ଦ୍ୱାରା ଗ୍ରାହକ କ"ଣ ଅର୍ଡର କରିଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଜାଣିବା କଷ୍ଟକର ହୋଇଥାଏ।

ଏହା ବ୍ୟତୀତ କଳା ସ୍ତର କେତେକ କ୍ଷେତ୍ରରେ ଆଲୋକର ପ୍ରବେଶକୁ ରୋକିବାରେ ସହାୟକ ହୋଇପାରେ।

ଔଷଧ, ପ୍ରସାଧନ ସାମଗ୍ରୀ ଓ ଆଲୋକ ସମ୍ବେଦନଶୀଳ କିଛି ଉତ୍ପାଦ ପାଇଁ ଏହା ଉପଯୋଗୀ ହୋଇପାରେ।

ତେବେ ସମସ୍ତ କୁରିୟର ବ୍ୟାଗ୍‌ ସାମଗ୍ରୀକୁ ସୂର୍ଯ୍ୟକିରଣ କିମ୍ବା ତାପରୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଏ ନାହିଁ।

ମାନସିକ ସ୍ୱାସ୍ଥ୍ୟ ଓ ଚିନ୍ତାଗ୍ରସ୍ତତା ନେଇ କ"ଣ କହିଛନ୍ତି ଅନୁଷ୍କା ଶର୍ମା?

ଆଉ ଏକ କାରଣ ହେଉଛି ପ୍ଲାଷ୍ଟିକ୍‌ର ରଙ୍ଗ ଓ ଉତ୍ପାଦନ ପ୍ରକ୍ରିୟା।

କେତେକ ବ୍ୟାଗ୍‌ ତିଆରିରେ ପୁନଃଚକ୍ରଣ କରାଯାଇଥିବା ପ୍ଲାଷ୍ଟିକ୍‌ ବ୍ୟବହାର ହୋଇଥାଏ।

ବିଭିନ୍ନ ରଙ୍ଗର ପ୍ଲାଷ୍ଟିକ୍‌କୁ ମିଶାଇବା ପରେ ଏକ ସମାନ ରଙ୍ଗ ଦେବା ପାଇଁ କଳା ରଙ୍ଗ ଏକ ସୁବିଧାଜନକ ବିକଳ୍ପ ହୋଇପାରେ।

ଏହା ସହ ବ୍ୟାଗ୍‌ର ଗଠନ ଓ ଗୁଣବତ୍ତା ଅନୁସାରେ ଏହା ସାମଗ୍ରୀ ପରିବହନ ସମୟରେ ଛିଣ୍ଡିବା ଓ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)