Online sale: ୨ ଦିନରେ ଅନଲାଇନ୍ କମ୍ପାନିଙ୍କ ୨୪ ହଜାର କୋଟି ବେପାର: ରିପୋର୍ଟ

Oct 11, 2026 - 19:56
Online sale: ୨ ଦିନରେ ଅନଲାଇନ୍ କମ୍ପାନିଙ୍କ ୨୪ ହଜାର କୋଟି ବେପାର: ରିପୋର୍ଟ

"ନୂଆଦିଲ୍ଲୀ: ଚଳିତବର୍ଷ ପାର୍ବଣରେ ଅନଲାଇନ୍ ବିକ୍ରିର ପ୍ରଥମ ଦୁଇ ଦିନରେ ଇ-କମର୍ସ କମ୍ପାନିଗୁଡ଼ିକ ପ୍ରାୟ ୨୪ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଛନ୍ତି।

ମୋବାଇଲ୍ ଫୋନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକର ଚାହିଦା ଯୋଗୁଁ ଏହି ବ୍ୟବସାୟ ବଢ଼ିଛି ବୋଲି ରେଡ୍‌ସିୟର ଷ୍ଟ୍ରାଟେଜି କନ୍‌ସଲ୍ଟାଣ୍ଟସ୍‌ର ଆକଳନରୁ ଜଣାପଡ଼ିଛି।Advertisment ରିପୋର୍ଟ ଅନୁଯାୟୀ, ଆମାଜନ୍‌, ଫ୍ଲିପ୍‌କାର୍ଟ, ମିସୋ ଓ ଆଜିଓ ଭଳି କମ୍ପାନି ପ୍ରଥମ ଦୁଇ ଦିନରେ ପ୍ରାୟ ୮ରୁ ୯ କୋଟି ଅର୍ଡର ଅନଲାଇନ୍‌ରେ ପାଇଛନ୍ତି।

ଏହି ସମୟରେ ପ୍ରାୟ ୬ରୁ ୬.୫ କୋଟି ଗ୍ରାହକ କିଣାକିଣି କରିଛନ୍ତି।

ସାଧାରଣ ଦିନରେ ହେଉଥିବା ଦୈନିକ ବ୍ୟବସାୟ ତୁଳନାରେ ଏହି ଦୁଇ ଦିନର ବ୍ୟବସାୟ ପ୍ରାୟ ଛଅ ଗୁଣ ଅଧିକ ରହିଛି।

Drone Strike: ରୁଷ୍‌ର ଇ-କମର୍ସ କମ୍ପାନି ଗୋଦାମ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ୧୫ ଆହତ ମୋବାଇଲ୍ ଫୋନ୍‌ ବିକ୍ରି ଅଧିକମୋଟ ବିକ୍ରିର ୩୮ରୁ ୪୦ ପ୍ରତିଶତ ମୋବାଇଲ୍ ଫୋନ୍‌ରୁ ଆସିଛି।

ଏହାର ମୂଲ୍ୟ ପ୍ରାୟ ୯,୧୦୦ରୁ ୯,୬୦୦ କୋଟି ଟଙ୍କା।

ଗ୍ରାହକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଇଁ ୬,୦୦୦ରୁ ୬,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପୋଷାକ ଓ ଫ୍ୟାସନ୍ ସାମଗ୍ରୀର ବିକ୍ରି ୩,୬୩୦ରୁ ୪,୩୫୦ କୋଟି ଟଙ୍କା ରହିଛି।

ପାର୍ବଣ ବିକ୍ରିର ପ୍ରଥମ ଦୁଇ ଦିନରେ ଫ୍ୟାସନ୍ ସାମଗ୍ରୀର ମୋଟ ବ୍ୟବସାୟ ଗତ ବର୍ଷର ସମାନ ସମୟ ତୁଳନାରେ ୨୨ରୁ ୨୫ ପ୍ରତିଶତ ବଢ଼ିଛି।

ଟେଲିଭିଜନ୍‌, ଫ୍ରିଜ୍‌ ଓ ଏସି ଭଳି ଘରୋଇ ଉପକରଣର ଚାହିଦା ମଧ୍ୟ ଅଧିକ ରହିଛି।

ରେଡ୍‌ସିୟର ଅନୁଯାୟୀ, ପ୍ରଥମ ଦୁଇ ଦିନରେ କିଣାକିଣି କରିଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ଟିୟର-୨ ଶ୍ରେଣୀର ସହର ଓ ଗ୍ରାମାଞ୍ଚଳର।

ପ୍ରଥମ ଦିନର ଗ୍ରାହକଙ୍କ ମଧ୍ୟରେ ଜେନ୍‌ ଜିଙ୍କ ଅଂଶ ପ୍ରାୟ ଏକ ତୃତୀୟାଂଶ ଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)