Olympic: ଅଲିମ୍ପିକ୍ସ ପଦକ ପରବର୍ତ୍ତୀ ଲକ୍ଷ୍ୟ: ବରନିକା

Nov 08, 2026 - 07:32
Olympic: ଅଲିମ୍ପିକ୍ସ ପଦକ ପରବର୍ତ୍ତୀ ଲକ୍ଷ୍ୟ: ବରନିକା

ଆଇଚି-ନାଗୋୟା ଏସୀୟ କ୍ରୀଡ଼ାର ପୋଲ୍‌ଭଲ୍ଟ ଇଭେଣ୍ଟରେ ପଦକ ଜିତି ବରନିକା ଏଲାନଗୋଭାନ୍‌ ଇତିହାସ ରଚିଥିଲେ।

କାରଣ ଏପର୍ଯ୍ୟନ୍ତ କୌଣସି ଭାରତୀୟ ବିଶ୍ବର ତିନି ଶୀର୍ଷ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ାରେ ପୋଲ୍‌ଭଲ୍ଟ ପଦକ ଜିତି ନଥିଲେ।

ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଭୁବନେଶ୍ବରରେ ହୋଇଥିବା ଜାତୀୟ ଇଣ୍ଡୋର୍‌ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।

ଭୁବନେଶ୍ବର ଆସିଥିବାବେଳେ ତାଙ୍କୁ ଭେଟିଥିଲେ 'ସମ୍ବାଦ' ପ୍ରତିନିଧି ତପନ ମହାରଣା Advertisment  ତାମିଲନାଡୁର ଏକ ଗାଁରୁ ଏସୀୟ କ୍ରୀଡ଼ା ପୋଡିୟମ୍‌ ପର୍ଯ୍ୟନ୍ତ ଯାତ୍ରା କେତେ ଆହ୍ବାନଭରା ଥିଲା?

ମୁଁ ପ୍ରାୟ ୧୯ରୁ ୨୧ ବର୍ଷ ବୟସରେ ଏହି କ୍ରୀଡ଼ାରେ ଅଭ୍ୟାସ କରିବା ଆରମ୍ଭ କରିଥିଲି।

ପୋଲ୍‌ଭଲ୍ଟ ଏକ ବହୁତ ଟେକ୍ନିକାଲ୍ ଇଭେଣ୍ଟ।

ସାଧାରଣତଃ ୧୩-୧୪ ବର୍ଷ ବୟସରୁ ଏଥିରେ ପ୍ରଶିକ୍ଷଣ ଆରମ୍ଭ କରାଯାଏ, ଯାହାଦ୍ୱାରା ୨୧-୨୨ ବର୍ଷ ବୟସରେ ଜଣେ ଆଥଲେଟ୍ ଭଲ ପ୍ରଦର୍ଶନ କରିପାରିବେ।

ନଚେତ୍ ଏଥିପାଇଁ ବହୁତ ସମୟ ଲାଗେ, କାରଣ ଏଥିରେ ପ୍ରାୟ ୧୦ଟି ଟେକ୍‌ନିକ୍‌ ରହିଛି।

ମୁଁ ଯେତେବେଳେ ଆରମ୍ଭ କରିଥିଲି, ସେତେବେଳେ ମୋର ଓଜନ ମାତ୍ର ୪୨ କିଲୋଗ୍ରାମ ଥିଲା।

ଏହି ଇଭେଣ୍ଟ ପାଇଁ ସମଗ୍ର ଫିଟନେସ୍ ଆବଶ୍ୟକ।

ଉଭୟ ମାନସିକ ଓ ଶାରୀରିକ ଭାବେ ମଧ୍ୟ ଫିଟ୍ ରହିବାକୁ ପଡ଼େ।

କାରଣ ଆପଣଙ୍କୁ ହାତରେ ଏକ ପୋଲ୍ ଧରି ଦୌଡ଼ିବାକୁ ପଡ଼େ।  ପୋଲ୍‌ଭଲ୍ଟକୁ କିପରି ଆସିଥିଲେ?

ମୁଁ ଏଥିରାଜ୍ କଲେଜରେ ପଢ଼ୁଥିଲି ଏବଂ କ୍ରୀଡ଼ାରେ ନିଜକୁ ପ୍ରମାଣ କରିବାକୁ ଚାହୁଁଥିଲି।

ମୋତେ ବିଶେଷ କରି ଟ୍ରିପଲ୍ ଜମ୍ପ୍ ପସନ୍ଦ ଥିଲା।

ତେଣୁ ଚେନ୍ନାଇରେ ଜଣେ ଟ୍ରିପଲ୍ ଜମ୍ପ୍ ପ୍ରଶିକ୍ଷକଙ୍କୁ ଖୋଜୁଥିଲି।

କଲେଜର ଶାରିରୀକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏ ବିଷୟରେ ପଚାରିଥିଲି।

ସେ ମୋତେ କହିଲେ ଯେ ପୋଲ୍‌ଭଲ୍ଟ ପ୍ରଶିକ୍ଷକ ମିଲବର ବର୍ଟାଣ୍ଡ ରସେଲ୍ ଆମ କଲେଜକୁ ଆଥଲେଟ୍ ଖୋଜିବା ପାଇଁ ଆସୁଛନ୍ତି।

ମୁଁ ପୁଣି ପ୍ରଶ୍ନ କରିଥିଲି, “ମୁଁ କିପରି ଗୋଟିଏ ବାଡ଼ି ଧରି ଦୌଡ଼ିବି?

ମୋତେ ପୋଲ୍‌ଭଲ୍ଟ ପସନ୍ଦ ନୁହେଁ, ମୁଁ କେବଳ ଜଣେ ଟ୍ରିପଲ୍ ଜମ୍ପ୍ ପ୍ରଶିକ୍ଷକ ଚାହୁଁଛି।” ସେ ମୋତେ କେବଳ ଥରେ ଯାଇ ରସେଲଙ୍କୁ ଭେଟିବାକୁ କହିଥିଲେ।

ଯେତେବେଳେ ମୁଁ ତାଙ୍କୁ ଭେଟିଲି, ତାଙ୍କର ଜଣେ ବରିଷ୍ଠ ଆଥଲେଟ୍ ଜମ୍ପ୍ କରୁଥିଲେ।

ସେ ଆକାଶରେ ଉଡ଼ୁଥିବା ଭଳି ଲାଗୁଥିଲେ।

ମୋତେ ଲାଗିଲା, 'ଏହା ତ ବହୁତ ଭଲ!' ଏବଂ ମୁଁ ନିଜେ ଏହାକୁ ଚେଷ୍ଟା କରିବାକୁ ଚାହିଁଲି।

ସେହିଠାରୁ ମୋର ପୋଲ୍‌ଭଲ୍ଟ ଯାତ୍ରା ଆରମ୍ଭ ହେଲା।

ପ୍ରାରମ୍ଭରେ ମୋର ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାର କୌଣସି ବଡ଼ ଲକ୍ଷ୍ୟ ନଥିଲା।  ଫିଟନେସ୍ ପାଇଁ କେତେ ସମୟ ଲାଗିଥିଲା?

କେବଳ ଫିଟନେସ୍ ସ୍ତରକୁ ଆସିବାକୁ ମୋତେ ତିନି ବର୍ଷ ଲାଗିଥିଲା।

ସେହି ସମୟରେ ମୁଁ ବରିଷ୍ଠ ଅଲ୍‌ରାଉଣ୍ଡ ଇଭେଣ୍ଟରେ କୌଣସି ପଦକ ଜିତିପାରିନଥିଲି।

କିନ୍ତୁ ମୁଁ ଲଗାତାର ପ୍ରତିଯୋଗିତାରେ ଭାଗ ନେଉଥିଲି।

ଅନେକ ବିଫଳତା ଦେଖିଛି, କିନ୍ତୁ ମୋ ମନରେ ଗୋଟିଏ କଥା ଥିଲା-ମୋତେ ଏହି ଖେଳ ସହ ରହିବାକୁ ହେବ ଏବଂ ଦିନେ ନା ଦିନେ ନିଜକୁ ପ୍ରମାଣ କରିବାକୁ ହେବ।  ପରିବାର କିପରି ସମର୍ଥନ କରିଛି?

ଆରମ୍ଭରୁ ହିଁ ମୋ ପରିବାର ମୋତେ ବହୁତ ସମର୍ଥନ କରି ଆସିଛନ୍ତି।

କେବେ ବି କୌଣସି କଥା ପାଇଁ 'ନା' ଶୁଣିବାକୁ ପଡ଼ିନାହିଁ।

ସେମାନେ ଭାବୁଥିଲେ, “ପାଠପଢ଼ାରେ ଯଦି ଭଲ କରୁଛି, ତେବେ କ୍ରୀଡ଼ାରେ କାହିଁକି ଭଲ କରିପାରିବ ନାହିଁ?”  ଆପଣଙ୍କ ପରବର୍ତ୍ତୀ ଲକ୍ଷ୍ୟ କ'ଣ?

ଅଲିମ୍ପିକ୍ସ।

ନିଶ୍ଚିତ ଭାବେ ଏହା ମୋର ଲକ୍ଷ୍ୟ ତାଲିକାରେ ରହିଛି।

କିନ୍ତୁ ତା' ପୂର୍ବରୁ ମୋତେ ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜ ପ୍ରଦର୍ଶନର ସ୍ତର ବଢ଼ାଇବାକୁ ହେବ।

ସେଥିପାଇଁ ମୁଁ ଏବେଠାରୁ ହିଁ ପ୍ରସ୍ତୁତି ଚଳାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)