Old Woman: ପରିତ୍ୟକ୍ତ ଝୁମ୍ପୁଡ଼ି ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ
"ଏରସମା: ଏରସମା ବ୍ଲକ ଅନ୍ତର୍ଗତ ଶଙ୍ଖା ଗାଁର ଏକ ପରିତ୍ୟକ୍ତ ଝୁମ୍ପୁଡ଼ିଘରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଖବର ପାଇ ଏରସମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।Advertisment ଦୈନନ୍ଦିନ କାମ କରି ଜୀବିକା ନିର୍ବାହ କରୁଥିଲେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମୃତ ବୃଦ୍ଧା ମେନକା ମଣ୍ଡଳ ଦୀର୍ଘ ବର୍ଷ ଧରି ଶଙ୍ଖା ଗାଁର ନରି ମଣ୍ଡଳଙ୍କ ଘରେ ରହି କାମ କରୁଥିଲେ।
ମହାବାତ୍ୟା ପରଠାରୁ ସେ ଉକ୍ତ ପରିବାର ସହିତ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ପାରିବାରିକ କାରଣରୁ ତାଙ୍କୁ ଅଲଗା ସ୍ଥାନରେ ରଖିବା ବ୍ୟବସ୍ଥା କରାଯାଇଥିଲା।
ନରି ମଣ୍ଡଳ ଗାଁର ଅନ୍ୟ ଏକ ସ୍ଥାନରେ ତାଙ୍କ ପାଇଁ ଏକ ଝୁମ୍ପୁଡ଼ି ଘର ନିର୍ମାଣ କରି ଦେଇଥିଲେ।
ସେ ସେଠାରେ ରହି ଦୈନନ୍ଦିନ କାମ କରି ଜୀବିକା ନିର୍ବାହ କରୁଥିଲେ।
ତେବେ ହଠାତ୍ ଉକ୍ତ ଝୁମ୍ପୁଡ଼ି ଘର ଭିତରୁ ତାଙ୍କ ମୃତଦେହ ମିଳିବା ପରେ ଗାଁ ଲୋକମାନେ ଏରସମା ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
ମୃତ୍ୟୁରପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଘଟଣାକୁ ନେଇଏରସମା ବ୍ଲକ ଅନ୍ତର୍ଗତ ଶଙ୍ଖା ଗାଁର ଏକ ପରିତ୍ୟକ୍ତ ଝୁମ୍ପୁଡ଼ି ଘରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଆହୁରି ପଢ଼ନ୍ତୁ:Sri Lanka A vs India A: ଶ୍ରୀଲଙ୍କାରେ ବୈଭବଙ୍କୁ କ୍ରିଜ୍ରୁ ବାହାରକୁ ପଠାଇଲେ ମହମ୍ମଦ ସିରାଜ ଆହୁରି ଦେଖନ୍ତୁ...
"