Old Woman Dies: କାର୍ତ୍ତିକ ବ୍ରତ ପାଳନ କରିବାକୁ ସିମୁଳିଆରୁ ଆସିଥିଲେ ବୃଦ୍ଧା, ଚାଲିଗଲା ଜୀବନ
ପୁରୀ (ଶିବ ପ୍ରସାଦ ଦାଶ): କାର୍ତ୍ତିକ ବ୍ରତ ପାଳନ କରିବାକୁ ଆସିଥିଲେ ବୃଦ୍ଧା , ଶବ ହୋଇ ଘରକୁ ଫେରିଲେ।
ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳି ଙ୍କ ମୃତ୍ୟୁ ହୋଇଛି।
ମୃତା ହବିଷ୍ୟାଳି ହେଉଛନ୍ତି ବାଲେଶ୍ୱର ସିମୁଳିଆର ରଙ୍ଗଲତା ଭଞ୍ଜ (୬୬)।
Advertisment ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ସୂଚନା ମୁତାବକ, କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ରଙ୍ଗଳତା ପୁରୀ ଆସି ଜିଲ୍ଲା ପ୍ରଶାସନ ପକ୍ଷରୁ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିଲେ।
ଗତକାଲି ଦେହ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
The Horticulture Department: ଉଦ୍ୟାନ କୃଷି ବିଭାଗର ଅଜବ ନୀତି: ଦଣ୍ଡ ବଦଳରେ ପଦୋନ୍ନତି!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
