ODRAF to SDRF ଓଡ଼ିଶା ଡିଜାଷ୍ଟଟର ରାପିଡ୍‌ ଆକ୍ସନ୍‌ ଫୋର୍ସରୁ ହଟିବ ଓଡ଼ିଶା, ହେବ ଏସ୍‌ଡିଆର୍‌ଏଫ୍‌

Aug 04, 2026 - 19:03
ODRAF to SDRF ଓଡ଼ିଶା ଡିଜାଷ୍ଟଟର ରାପିଡ୍‌ ଆକ୍ସନ୍‌ ଫୋର୍ସରୁ ହଟିବ ଓଡ଼ିଶା, ହେବ ଏସ୍‌ଡିଆର୍‌ଏଫ୍‌

"ଭୁବନେଶ୍ୱର: ଓଡ଼ିଶା ଡିଜାଷ୍ଟର ରାପିଡ୍‌ ଆକ୍ସନ୍‌ ଫୋର୍ସ (ଓଡିଆର୍‌ଏଏଫ୍‌)ର ନବକଳେବର ହେବ।

ଓଡ୍ରାଫ୍‌ରୁ ଓଡ଼ିଶା କଟି "ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍‌ସ ଫୋର୍ସ" ହେବ।

ଏହାକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ବାହିନୀରେ ପରିଣତ କରିବା ଦିଗରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ।

ସେହିପରି, ଓଡ୍ରାଫ ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ ସହିତ ଏହାର ନେତୃତ୍ୱ ଓ ପରିଚାଳନା ପାଇଁ ଜଣେ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଆଜି (ମଙ୍ଗଳବାର) ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।Advertisment ପାରାଦୀପ ନିକଟ ଅଠରବାଙ୍କୀ ନଦୀକୁ ଡେଇଁ ନାବାଳକ ନିଖୋଜ।

ଓଡ୍ରାଫ୍‌ ଟିମ୍‌ର ଖୋଜାଖୋଜି ଜାରି।

ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସାମ୍ପ୍ରତିକ ବନ୍ୟା ପରିପ୍ରେକ୍ଷୀରେ ପ୍ରତିକୂଳ ପରିସ୍ଥିତିରେ ଓଡ୍ରାଫ୍ ଦ୍ଵାରା ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ପ୍ରଦତ୍ତ ସେବା ଏବଂ ସମ୍ମୁଖୀନ ହୋଇଥିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l  ସମ୍ଭାବ୍ୟ ବନ୍ୟାସ୍ଥିତି ନେଇ ସମୀକ୍ଷା: ଖୋର୍ଦ୍ଧାର ଦୁଇଟି ବ୍ଲକରେ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ଅଗଷ୍ଟ ୪ ତାରିଖ ସୁଦ୍ଧା ୯ଟି ଜିଲ୍ଲାରେ ପ୍ରାୟ ୫୮ ଘଣ୍ଟାର ରାତ୍ରିକାଳୀନ ଉଦ୍ଧାର ଅଭିଯାନ ସହ ପ୍ରାୟ ୫୯ଟି ବୋଟ୍ ବ୍ୟବହୃତ ହୋଇଛି l ଏଥିରେ ୮୫୨ ଜଣ ପୁରୁଷ ଏବଂ ୫୪୧ ଜଣ ମହିଳାଙ୍କୁ ଓଡ୍ରାଫ୍ ଦ୍ଵାରା ସୁରକ୍ଷିତ ଉଦ୍ଧାର କରାଯାଇଛି l ପ୍ରାୟ ୫୯ଟି ଓଡ୍ରାଫ୍ ଟିମରେ ୬୭୪ ଜଣ ଉଦ୍ଧାରକାର୍ଯ୍ଯରେ ନିୟୋଜିତ ହୋଇ ଦିନ ରାତି ଏକ କରି ସମର୍ପିତ ହୋଇ ଜନସାଧାରଣଙ୍କୁ ସେବା ଏବଂ ସହାୟତା ଯୋଗାଇ ଦେଇଛନ୍ତି l ୧୯ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯିବା ସହ ୬ଜଣ ସାପ କାମୁଡ଼ିଥିବା ରୋଗୀଙ୍କୁ ଉଚିତ୍ ସମୟରେ ଉଦ୍ଧାର କରାଯାଇଛି l ସେହିପରି ଜରୁରୀକାଳୀନ ଡାକ୍ତରୀ ସେବା ନିମନ୍ତେ ୨୫ଟି ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ୨୧୩ ପଶୁସମ୍ପଦଙ୍କୁ ମଧ୍ଯ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି l ଏଥିସହିତ ପ୍ରଭାବିତ ଅଞ୍ଚଳରେ ଟଳିପଡ଼ିଥିବା ୧୮ଟି ବିଶାଳ ଗଛକୁ କାଟି ଯାତାୟତ ପଥ ସୁଗମ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସର୍ବମୋଟ୍ ୪୯୦ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଓଡ୍ରାଫ୍ ଟିମ୍ ସଫଳତାର ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେବା ପ୍ରଦାନ କରିଛନ୍ତି l  ସମ୍ଭାବ୍ୟ ବନ୍ୟାସ୍ଥିତି ନେଇ ସମୀକ୍ଷା: ଖୋର୍ଦ୍ଧାର ଦୁଇଟି ବ୍ଲକରେ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ଓଡ୍ରାଫ୍ ଦ୍ଵାରା ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଦତ୍ତ ବ୍ୟାପକ ସେବା କାର୍ଯ୍ୟର ସମୀକ୍ଷା କରି ମାନ୍ୟବର ମନ୍ତ୍ରୀ ଉଦ୍ଧାରକାରୀ ଦଳର ପ୍ରଶଂସା କରିବା ସହ ଏପରି ପ୍ରତିକୂଳ ପରିସ୍ଥିତିରେ ଓଡ୍ରାଫ୍ ଟିମର ସାହସିକତା ଏବଂ ସମର୍ପିତ ମନୋଭାବ ଆମକୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆହୁରି ସଶକ୍ତ କରିବା ସହ ଆତ୍ମବିଶ୍ଵାସ ଯୋଗାଇଛି ବୋଲି ମତବ୍ୟକ୍ତ କରିଥିଲେ l  ସୂଚନାଯୋଗ୍ୟ ଯେ, ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ଆଇନ୍, ୨୦୨୫ ଅଧୀନରେ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ /ଷ୍ଟେଟ୍ ଡିଜାଷ୍ଟର୍ ରେସପନ୍ସ୍ ଫୋର୍ସ୍ (SDRF) ସ୍ଥାପନ ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବ୍ୟାପକ କରିବା ନିମନ୍ତେ ଅଧ୍ୟାଦେଶ ରହିଛି l ଏହି ପରିପ୍ରେକ୍ଷୀରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରତ୍ୟେକ ରାଜ୍ୟରେ SDRF ଗଠନ ସହ ଏହାର କାର୍ଯ୍ୟପ୍ରଣାଳୀ, ତାଲିମ୍ ପ୍ରକ୍ରିୟା, ପରିଚାଳନା ସମ୍ପର୍କିତ ବିସ୍ତୃତ ରୂପରେଖ ମଧ୍ଯ ଗୃହୀତ ହୋଇଛି l ଏହି କ୍ରମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ପରିଚାଳନା କମିଟିର ବୈଠକରେ ଓଡ୍ରାଫକୁ ରାଜ୍ୟର SDRF ଭାବେ ଉନ୍ନୀତ କରିବା ନିମନ୍ତେ ଆଲୋଚନା ହୋଇଛି l  ବୋଟ୍‌ ମରାମତି ନାମରେ ରଙ୍ଗବୋଳା: ୩ ବର୍ଷରେ ଖର୍ଚ୍ଚ ୧.୮୩କୋଟି, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ଅନିୟମିତତା ଆଗାମୀ ଦିନରେ ନିର୍ମିତ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଭବନରେ ଏହାର ମୁଖ୍ୟାଳୟ ଅବସ୍ଥାପିତ ହେବାକୁ ଥିବା ବେଳେ ନୂତନ ୧୦ଟି ୟୁନିଟ୍ ସହ ସମୁଦାୟ ୩୦ଟି ୟୁନିଟ୍ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ l ସେହିପରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ପୁଲିସ ବିଭାଗର ପରାମର୍ଶ ତଥା ସହଯୋଗ କ୍ରମେ ଓଡ୍ରାଫର କାର୍ଯ୍ୟ, ପ୍ରଶିକ୍ଷଣ, ଆବଶ୍ୟକ ଭିତ୍ତିଭୂମି, ସରଞ୍ଜାମ ଏବଂ ନିଯୁକ୍ତି ତଥା ମାନବସମ୍ବଳ ପରିଚାଳନାକୁ ଆଧାର କରି ଏକ ସମ୍ପୂର୍ଣ୍ଣ ଏସଓପି ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l  ବୈଠକରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍, OSDMAର ପରାମର୍ଶଦାତା ଡ.

କମଳ ଲୋଚନ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା, ଅର୍ଥନୈତିକ ପରାମର୍ଶଦାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।