Odisha's Date Palm Jaggery ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିକ୍ରି ହେଲା ୧୮ଲକ୍ଷ ଟଙ୍କାର ଓଡ଼ିଶାର 'ଖଜୁରୀ ଗୁଡ଼'

Nov 19, 2026 - 18:10
Odisha's Date Palm Jaggery  ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିକ୍ରି ହେଲା ୧୮ଲକ୍ଷ ଟଙ୍କାର ଓଡ଼ିଶାର 'ଖଜୁରୀ ଗୁଡ଼'

ନୂଆଦିଲ୍ଲୀ /ଭୁବନେଶ୍ୱର: ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ର ଓଡ଼ିଶା ପାଭିଲିୟନରେ ଓଡ଼ିଶାର ପାରମ୍ପରିକ 'ଖଜୁରୀ ଗୁଡ଼' ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକଙ୍କୁ ଆକର୍ଷିତ କରୁଛି ।

ଛୋଟ ଛୋଟ ଦାନା ଆକାରରେ ବିକ୍ରି ହେଉଥିବା ଏହି ପାରମ୍ପରିକ ମିଠା ପଦାର୍ଥଟି 'ଭାରତ ମଣ୍ଡପମ୍'ରେ ଅନେକ ନୂଆ ପ୍ରଶଂସକ ସୃଷ୍ଟି କରିଛି।

ଏହାର ପ୍ରାକୃତିକ ସ୍ୱାଦ, ସରଳତା ଏବଂ ଓଡ଼ିଶାର ଗ୍ରାମୀଣ ପରମ୍ପରା ସହ ଥିବା ସମ୍ପର୍କ ଯୋଗୁଁ ଏହା ମେଳାରେ ଏକ ଲୋକପ୍ରିୟ ସାମଗ୍ରୀ ପାଲଟିଛି।

Advertisment ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଉ ୨ ଦିନ: ଚାହିଦାର ଶୀର୍ଷରେ ମିଲେଟ୍‌, ତାଳଗୁଡ଼ ଓ ହସ୍ତକଳା ସାମଗ୍ରୀ 'ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିମିଟେଡ୍' ଦ୍ୱାରା ଉପସ୍ଥାପିତ ଏହି ଖଜୁରୀ ଗୁଡ଼କୁ ଦର୍ଶକଙ୍କ ନିକଟରେ ଏକ ଆଖୁରୁ ପ୍ରସ୍ତୁତ ଗୁଡର ବିକଳ୍ପ ଭାବରେ ପରିଚିତ କରାଯାଉଛି।

ଖଜୁରୀ ରସରୁ ପ୍ରସ୍ତୁତ ଏହି ଗୁଡ଼ରେ କୌଣସି କୃତ୍ରିମ ଉପାଦାନ କିମ୍ବା ସଂରକ୍ଷକ (preservatives) ମିଶାଯାଇ ନଥାଏ।

ଏଥିରେ କୃତ୍ରିମ ସ୍ୱାଦର ମାତ୍ରା ଅତ୍ୟନ୍ତ କମ୍ ଏବଂ ଏହାର 'ଗ୍ଲାଇସେମିକ୍ ଇଣ୍ଡେକ୍ସ' (glycemic index) ମଧ୍ୟ କମ୍ ଥିବାରୁ, ଏହା ବିଭିନ୍ନ ପ୍ରକ୍ରିୟାକୃତ ମିଠା ପଦାର୍ଥର ଏକ ଉତ୍ତମ ବିକଳ୍ପ ହୋଇପାରିଛି।

Trade Fair: ଭୁବନେଶ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା'ରେ ମଳିବ ୨୨ଟି ରାଜ୍ୟ, ୧୦ ଦେଶର ସାମଗ୍ରୀ IITF-2026 ରେ ଓଡ଼ିଶାର ଅଂଶଗ୍ରହଣକୁ ନେଇ ମିଳିଥିବା ପ୍ରତିକ୍ରିୟା ବେଶ୍ ଉତ୍ସାହଜନକ ରହିଛି।

ଓଡ଼ିଶା ପାଭିଲିୟନରେ ଥିବା ସମସ୍ତ ଷ୍ଟଲ୍‌ଗୁଡ଼ିକରେ ମୋଟ ବିକ୍ରି ପରିମାଣ ୧୮ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ, ଏଠାକୁ ଆସିଥିବା ଦର୍ଶକଙ୍କ ସଂଖ୍ୟା ୫୨,୦୦୦ ଅତିକ୍ରମ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)