କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା, ଗାମୁଛାକୁ ଭିଡ଼ି ମାରିଲେ ଯୁବକ

Jun 16, 2026 - 09:14
କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା, ଗାମୁଛାକୁ ଭିଡ଼ି ମାରିଲେ ଯୁବକ

ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଜୟପୁରରେ ଚାଲିଥିବା ପ୍ରତିବାଦ ସମୟରେ ଏହି ଘଟଣା ଘଟିଥିଲା ।ଖବର ମୁତାବକ, ସୋମବାର ଦିନ ଜୟପୁରର ସହିଦ ସ୍ମାରକୀରେ କୋକରୋଚ ଜନତା ପାର୍ଟିର କର୍ମୀମାନେ ପ୍ରତିବାଦ କରୁଥିଲେ ।

ଏହି ସମୟରେ ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ସଭାସ୍ଥଳରେ ପହଞ୍ଚିଲେ ।

ସେ ପ୍ରବେଶ କରିବା ମାତ୍ରେ ଜଣେ ଯୁବକ ଅଭିଜିତଙ୍କ ବେକରେ ଥିବା ଗାମୁଛାକୁ ଭିଡ଼ି ଚାପୁଡ଼ା ମାରି ପଳାଇଗଲେ।

ଏହି ସମୟରେ ସିଜେଆଇ ସମର୍ଥକମାନେ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ଧରି ପାରିନଥିଲେ ।ଏହି ଘଟଣା ପରେ କର୍ମୀଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଥିଲା ।

ଅଭିଜିତ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ ।

ପୋଲିସ ଏବେ ଅଭିଯୁକ୍ତ ଯୁବକଙ୍କୁ ଖୋଜୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।