IFSଙ୍କ ସ୍ଥାନ ନେଲେ ରାଜନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ ହେଲେ ବାଂଲାଦେଶରେ ଭାରତର ଉଚ୍ଚାୟୁକ୍ତ

Jun 14, 2026 - 22:46
IFSଙ୍କ ସ୍ଥାନ ନେଲେ ରାଜନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ ହେଲେ ବାଂଲାଦେଶରେ ଭାରତର ଉଚ୍ଚାୟୁକ୍ତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିନେଶ ତ୍ରିବେଦୀ ପେଟ୍ରାପୋଲ-ବେନାପୋଲ ସୀମା ଦେଇ ସଡ଼କ ମାର୍ଗରେ ବାଂଲାଦେଶ ପହଞ୍ଚିଛନ୍ତି ଓ ସେଠାରେ ଭାରତର ନୂଆ ଉଚ୍ଚାୟୁକ୍ତ ଭାବେ ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି।

ସାଧାରଣତଃ ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ଅବସ୍ଥାପିତ ହେଉଥିବା ଏହି ପଦବୀରେ ନିଯୁକ୍ତ ହେବାରେ ତ୍ରିବେଦୀ ପ୍ରଥମ ଭାରତୀୟ ରାଜନେତା ।

ଦିନେଶ ତ୍ରିବେଦୀ ସୀମାରେ ଫାଟକ ଖୋଲିବାମାତ୍ରେ ନିଜ ଟ୍ରଲି ବ୍ୟାଗ୍ ନିଜେ ଉଠାଇ ବାଂଲାଦେଶକୁ ପ୍ରବେଶ କରୁଥିବା ଦେଖା ଯାଇଛନ୍ତି।ତେବେ କେବଳ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ନୁହନ୍ତି ତାଙ୍କ ସହ ପତ୍ନୀ ମୃଣାଳ ତ୍ରିବେଦୀ ମଧ୍ୟ ବାଂଲାଦେଶ ଯାଇଛନ୍ତି।

ସଡ଼କ ମାର୍ଗରେ ଯାଇ ସୀମା ପାର କରି ବାଂଲାଦେଶ ପହଞ୍ଚିବା ପରେ ଏଠାକୁ ଆସି ଭଲ ଲାଗୁଥିବା ଦିନେଶ ତ୍ରିବେଦୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିନେଶ ତ୍ରିବେଦୀ ଭାରତୀୟ ବିଦେଶ ସେବାର ୧୯୯୪ ବ୍ୟାଚ୍ ଅଧିକାରୀ ପ୍ରଣୟ କୁମାର ବର୍ମାଙ୍କ ସ୍ଥାନ ନେଇଛନ୍ତି।

ପ୍ରଣୟ ବର୍ମାଙ୍କ କାର୍ଯ୍ୟକାଳ ଗତମାସରେ ସମାପ୍ତ ହୋଇଥିଲା।ବାଂଲାଦେଶ ଉଚ୍ଚାୟୁକ୍ତ ଭାବେ ପ୍ରଣୟଙ୍କ କାର୍ଯ୍ୟକାଳ ୪ ବର୍ଷର ଥିଲା।

ତାଙ୍କ କାର୍ଯ୍ୟକାଳରେ ଅଗଷ୍ଟ ୨୦୨୪ ବାଂଲାଦେଶ ଛାତ୍ର ଆନ୍ଦୋଳନ, ଶେଖ ହସିନା ସରକାରଙ୍କ ପତନ ଓ ମହମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ଭାରତ-ବାଂଲାଦେଶ ସମ୍ପର୍କରେ ହୋଇଥିବା ହ୍ରାସର ସେ ସାକ୍ଷୀ ଥିଲେ।

ତେବେ ଦିନେଶ ତ୍ରିବେଦୀଙ୍କ ନିଯୁକ୍ତି ଏପରି ସମୟରେ ହୋଇଛି ଯେତେବେଳେ ଅଗଷ୍ଟ ୨୦୨୪ରେ ଶେଖ ହସିନା ସରକାରଙ୍କ ପତନ ଓ ନିକଟରେ ଶେଷ ହୋଇଥିବା ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ହୋଇଥିବା ତାରିକ ରହମାନଙ୍କ ନେତୃତ୍ୱରେ ଭାରତ-ବାଂଲାଦେଶ ସମ୍ପର୍କ ପଡ-ଉଠ ହେଉଛି।

ଏପରି ଏକ ସମ୍ବେଦନଶୀଳ ସମୟରେ ଦିନେଶ ତ୍ରିବେଦୀଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା କୂଟନୀତିକୁ ନୂଆ ଆଧାର ଦେଇ ପାରିବତ ଏହା ଉପରେ ଏବେ ପୁରା ଦକ୍ଷିଣ ଏସିୟାର ନଜର ରଖିଛି।ବାଂଲାଦଶ ପହଞ୍ଚିବା ପରେ ସୀମାବର୍ତ୍ତି କ୍ଷେତ୍ରରେ ଦିନେଶ ତ୍ରିବେଦୀ ବାଂଲାଦେଶ ସାମ୍ବାଦିକଙ୍କ ସହ ସଂକ୍ଷିପ୍ତ ଆଲୋଚନା କରିଛନ୍ତି।

ଏଥିରେ ସେ କହିଛନ୍ତି ଯେ ଭାରତ ଓ ବାଂଲାଦେଶ ଦୁଇ ଦେଶର ପ୍ରତିଭା ଓ ସଂସାଧନ ଲାଭ ଉଠାଇ ଭାବୀ ପିଢୀଙ୍କ ଲାଗି କ୍ରିଡା, ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ମିଳିତ କାମ କରିବା ଆବଶ୍ୟକ।

ସେ କହିଛନ୍ତି ଯେ କେବଳ ଗୋଟିଏ ଶକ୍ତି ପର୍ଯ୍ୟାପ୍ତ ନୁହେଁ।

ଦୁଇ ଦେଶ ଏକାଠି ହେଲେ ଯେଉଁ ଶକ୍ତି ସୃଷ୍ଟି ହେବ ତାହା ହିଁ ବାସ୍ତବିକ ଶକ୍ତି।

ସାରା ବିଶ୍ୱ ସେହି ଶକ୍ତିକୁ ଏବେ ଦେଖୁ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।