ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାର ଯାଞ୍ଚ କରିବ SIT, ସପ୍ତାହକ ମଧ୍ୟରେ ରିପୋର୍ଟ ମାଗିଲେ ଯୋଗୀ ସରକାର
ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ପରିସରରେ ଥିବା ମନ୍ଦିରଙ୍କ ଦାନ ଚୋରି ହେବା ମାମଲାରେ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହଯୋଗ ଲୋଡିଛି।
ଟ୍ରଷ୍ଟ ଦାନରେ ମିଳିଥିବା ବିପୁଳ ରାଶି ଚୋରି ଉପରୁ ପର୍ଦ୍ଦା ହଟାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିବେଦନ କରିଛି।
ଟ୍ରଷ୍ଟର ଅନୁରୋଧ ଅନୁସାରେ ଯୋଗୀ ସରକାର ମାମଲାର ତଦନ୍ତ ନିମନ୍ତେ ଏସଆଇଟି ଗଠନ କରିଛନ୍ତି।
ଏଥିରେ ଆଇଏଏସ୍ ବିଜୟ ବିଶ୍ୱାସ ପନ୍ତ, ରେଞ୍ଜ ଆଇଜି କିରଣ ଏସ୍.
ଏବଂ ସ୍ୱତନ୍ତ୍ର ସଚିବ (ଅର୍ଥ)ଙ୍କୁ ସାମିଲ କରାଯାଇଛି।ଏସଆଇଟିକୁ ୭ ଦିନ ମଧ୍ୟରେ ଅନ୍ତରୀଣ ରିପୋର୍ଟ ଓ ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।
ଦାନ ଚୋରିର ଲଗାତାର ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମୁଖ୍ୟମନ୍ତ୍ରୀଙ୍କ ସହାୟତା କାମନା କରିଛି।
ଅଯୋଧ୍ୟା ରାମ ମନ୍ଦିରରୁ କୋଟି କୋଟି ଟଙ୍କା ଦାନ ରାଶି ଚୋରି ହୋଇଥିବା ସନ୍ଦେହ କରାଯାଉଛି।
ମନ୍ଦିର ଟ୍ରଷ୍ଟ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖି ଚୋରି ଅଭିଯୋଗର ଯାଞ୍ଚ ଏସଆଇଟି ଦ୍ୱାରା କରିବାକୁ ଅନୁରୋଧ କରିଛି।
ଏହା ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ଅନ୍ତରୀଣ ଯାଞ୍ଚ ଓ ଅଡିଟ କଥା କୁହାଯାଉଥିଲା।ଟ୍ରଷ୍ଟର କହିବା କଥା ହେଉଛି ଏକ ଉଚ୍ଚସ୍ତରୀୟ ଏସଆଇଟି ଯାଞ୍ଚ ଦ୍ୱାରା ନା କେବଳ ଏହି ପୁରା ପ୍ରୋପାଗଣ୍ଡା ପଛର ଚେହେରାଙ୍କ ପର୍ଦ୍ଦାଫାଶ ହେବ ବରଂ ଦେଶର ଜନତାଙ୍କ ସାମ୍ନାକୁ ଏହି ସତ୍ୟ ଆସିବ ଯେ ରାମ ମନ୍ଦିରକୁ ଦିଆଯାଉଥିବା ଦାନ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପୁରା ପାରଦର୍ଶିତାର ସହିତ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି।
ଟ୍ରଷ୍ଟର କହିବା କଥା ହେଉଛି ଏହା ରାମ ମନ୍ଦିରର ଛବି ଓ କୋଟିକୋଟି ଭକ୍ତଙ୍କ ଆସ୍ଥା କୁ ଠେସ୍ ପହଞ୍ଚାଇବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଯାହା ଉପରୁ ପର୍ଦ୍ଦା ହଟିବା ନିତ୍ୟାନ୍ତ ଆବଶ୍ୟକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।