Odisha tourism: ଓଡ଼ିଶାର ପର୍ଯ୍ୟଟନ ବିକାଶ ଅର୍ଥନୀତି ଓ ସାଂସ୍କୃତି ସମୃଦ୍ଧିକୁ ଶୀର୍ଷରେ ପହଞ୍ଚାଇବ: ରାଜ୍ୟପାଳ

Oct 23, 2026 - 21:57
Odisha tourism: ଓଡ଼ିଶାର ପର୍ଯ୍ୟଟନ ବିକାଶ ଅର୍ଥନୀତି ଓ ସାଂସ୍କୃତି ସମୃଦ୍ଧିକୁ ଶୀର୍ଷରେ ପହଞ୍ଚାଇବ: ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ସହ ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବାକୁ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଆହ୍ୱାନ ଦେଇଛନ୍ତି।

ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ନୂଆ ନିବେଶର ସୁଯୋଗ ସୃଷ୍ଟି ଏବଂ ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କୁ ଏହାର ସୁଫଳ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସପ୍ତମ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ନିଜସ୍ୱ ପର୍ଯ୍ୟଟନ ସମ୍ଭାବନା, ପ୍ରାକୃତିକ ସମ୍ପଦ, ଐତିହାସିକ କୀର୍ତ୍ତିରାଜି ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି।

ଏହି ସମ୍ପଦଗୁଡ଼ିକୁ ଚିହ୍ନଟ କରି ସୁଚିନ୍ତିତ ଭାବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର କରିବା ଆବଶ୍ୟକ।

Advertisment ପର୍ଯ୍ୟଟନକୁ ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଓ ଉଦ୍ୟମିତାର ଏକ ପ୍ରମୁଖ ମାଧ୍ୟମ ଭାବେ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ଏହି କ୍ଷେତ୍ର ଆତିଥ୍ୟ ଶିଳ୍ପ, ପରିବହନ, ହସ୍ତଶିଳ୍ପ, ସ୍ଥାନୀୟ ଖାଦ୍ୟପେୟ, କୃଷି ଓ କ୍ଷୁଦ୍ର ବ୍ୟବସାୟ ଭଳି ଅନେକ ଆନୁଷଙ୍ଗିକ କ୍ଷେତ୍ରର ବିକାଶରେ ସହାୟକ ହୋଇଥାଏ।

ପର୍ଯ୍ୟଟନର ବିକାଶ ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି ହେବା ସହ ସେମାନଙ୍କ ସାଂସ୍କୃତିକ ପରିଚୟ ଓ ପରମ୍ପରାର ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବା ଆବଶ୍ୟକ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ, କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ପ୍ରାଚୀନ ମନ୍ଦିର, ଚିଲିକା ହ୍ରଦ, ରାଜ୍ୟର ବିସ୍ତୃତ ସମୁଦ୍ରତଟ, ବୌଦ୍ଧ ଐତିହ୍ୟ, ଜନଜାତି ପରମ୍ପରା ଓ ବନ୍ୟଜନ୍ତୁ ସମ୍ପଦ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି।

ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତି, ନିବେଶ ଆକର୍ଷଣ ଓ ନୂତନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏହି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ।

ଓଡ଼ିଶାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନର ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ଉନ୍ନତମାନର ରହଣି ସୁବିଧା, ଆଧୁନିକ ମୌଳିକ ସୁବିଧା, ଦକ୍ଷ ମାନବ ସମ୍ବଳ ଏବଂ ପ୍ରଭାବଶାଳୀ ଡିଜିଟାଲ୍ ପ୍ରଚାରର ଆବଶ୍ୟକତା ରହିଛି।

ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ଆଧ୍ୟାତ୍ମିକ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ ଏବଂ ସମ୍ମିଳନୀ, ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ, କନ୍ଫରେନ୍ସ ଓ ପ୍ରଦର୍ଶନୀ ଆଧାରିତ ଏମ୍ଆଇସିଇ ପର୍ଯ୍ୟଟନର ବିକାଶ ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।

Hotel: ହୋଟେଲ୍‌ ମାଲିକ ଓଡ଼ିଶାମୁହାଁ: ଓଡ଼ିଶା ପର୍ଯ୍ୟଟନ ଉପରେ ଆଖି, ରାଜ୍ୟରେ ୭୪ ନୂଆ ହୋଟେଲ୍‌ ପର୍ଯ୍ୟଟନର ଅଭିବୃଦ୍ଧି ସହ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଜୋର ଦେଇଥିଲେ।

ବିକାଶ ପ୍ରକ୍ରିୟାରେ ସ୍ଥାନୀୟ ସମୁଦାୟଙ୍କୁ ସକ୍ରିୟ ଅଂଶୀଦାର କରିବା ଉପରେ ସେ ଜୋର୍ ଦେଇଥିଲେ।

ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବ୍ୟାପକ ପରିଚିତି ପ୍ରଦାନ କରିବ।

ଏହା ଦ୍ୱାରା ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସଂକଳ୍ପ ପୂରଣ ଦିଗରେ ଅବଦାନ ମିଳିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ସମାରୋହରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଆକଲାଣ୍ଡସ୍ଥିତ ଭାରତର କନ୍ସୁଲ୍ ଜେନେରାଲ୍ ଡଃ ମଦନ ମୋହନ ସେଠୀ ଏବଂ ରାଜ୍ୟ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ।

ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଡଃ ଜେ.

କେ.

ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)