Odisha Taekwondo Association: ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ରେଫରି ଦାୟିତ୍ୱ ତୁଲାଇଲେ ଓଡ଼ିଶାର ଏହେସାସ

Oct 27, 2026 - 16:16
Odisha Taekwondo Association: ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ରେଫରି ଦାୟିତ୍ୱ ତୁଲାଇଲେ ଓଡ଼ିଶାର ଏହେସାସ

ଭୁବନେଶ୍ୱର: ଜମ୍ମୁ କାଶ୍ମୀର ରେ ଆୟୋଜିତ ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ମ୍ୟାଚ୍ ପରିଚାଳନା କରି ଓଡ଼ିଶା ର ଜାତୀୟ ରେଫରି ଏହେସାସ୍‌ ହୋତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ଚଳିତ ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଗାନ୍ଦରବଲ୍‌ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ (ବାଳକ ଓ ବାଳିକା) ଟାଏକୋଣ୍ଡୋ ଇଭେଣ୍ଟ୍‌ରେ ସେ ଏହି ଦାୟିତ୍ୱ ତୁଲାଇଥିଲେ।

ତାଙ୍କୁ ରେଫରି ଦାୟିତ୍ବ ଦେବା ଲାଗି ଓଡ଼ିଶା ଟାଏକୋଣ୍ଡୋ ସଂଘର ସଭାପତିଙ୍କ ନିକଟକୁ କାଶ୍ମୀର ଯୁବ ସେବା ଓ କ୍ରୀଡ଼ା ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ ପତ୍ର ଆସିଥିଲା।

ଅନୁରୋଧ ରକ୍ଷା କରି ଓଡ଼ିଶା ସଂଘ ତାଙ୍କୁ ଜମ୍ମୁ କାଶ୍ମୀର ପଠାଇଥିଲା।

ସେ ସଫଳତା ସହ ନିଜ ଦାୟିତ୍ବ ତୁଲାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ସୁଯୋଗ ଦେଇଥିବାରୁ ଓଡ଼ିଶା ସଂଘ, ଏସ୍‌‌ଜେଏଫ୍‌ଆଇ ଓ ଜମ୍ମୁ କାଶ୍ମୀର ଯୁବ ସେବା ବିଭାଗକୁ ଧନ୍ୟବାଦ ଦେଇଛନ୍ତି।

Advertisment ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)