Odisha SIR 2026 ଏସ୍ଆଇଆର୍: ଜୁଲାଇ ୫ ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା
"ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚିଠା ତାଲିକା ଜୁଲାଇ ୫ରେ ପ୍ରକାଶ ପାଇବ।
ଏହା ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ ତେବେ ୪ ଅଗଷ୍ଟ ଯାଏଁ ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ।Advertisment SIR: ୯୯.୬୨% ଭୋଟରଙ୍କୁ ବଣ୍ଟାଗଲାଣି ପରିଗଣନା ଫର୍ମ ଏହି ପ୍ରସଙ୍ଗରେ ଆଜି (ବୁଧବାର) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଲନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଜ୍ୟର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଏହି ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟର ସଫଳ ସମାପ୍ତି, ଡିଜିଟାଇଜେସନର ପ୍ରଗତି ଏବଂ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।
SIR in Odisha ଓଡ଼ିଶାରେ "ଏସ୍ଆଇଆର୍": ୩ କୋଟି ୧୬ ଲକ୍ଷ ଭୋଟରଙ୍କ ମ୍ୟାପିଂ ସଫଳ କୌଣସି ମଧ୍ୟ ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ଏବଂ ଭୋଟର ତାଲିକା ଯେପରି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ରହେ, ତାହା ନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି।
ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଲନ ,ଅତିରିକ୍ତି ସିଇଓ ସୁଶାନ୍ତ କୁମାର ମିଶ୍ର ,ଡେ଼ପୁଟି ସିଇଓ ଡ଼ ଲକ୍ଷ୍ମୀପ୍ରସାଦ ସାହୁ, ଅନାମିକା ସିଂ ଙ୍କ ସମେତ ରାଜନୈତିକ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ପକ୍ଷରୁ ମଧୁସୂଦନ ଯାଦବ, ସିପିଆଇ(ଏମ୍) ପକ୍ଷରୁ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି) ପକ୍ଷରୁ ପ୍ରକାଶ ମିଶ୍ର, ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ସନ୍ଦିପ୍ତ ଦାସ ଏବଂ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦେବୀ ପ୍ରସାଦ ମିଶ୍ର ଓ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।"