Odisha-Services match: ଓଡ଼ିଶା-ସର୍ଭିସେସ୍‌ ମ୍ୟାଚ ଅମୀମାଂସିତ: ପଏଣ୍ଟ ବାଣ୍ଟିଲେ ଦୁଇ ଦଳ

Oct 30, 2026 - 05:17
Odisha-Services match: ଓଡ଼ିଶା-ସର୍ଭିସେସ୍‌ ମ୍ୟାଚ ଅମୀମାଂସିତ: ପଏଣ୍ଟ ବାଣ୍ଟିଲେ ଦୁଇ ଦଳ

ଭୁବନେଶ୍ବର: ଘୂର୍ଣ୍ଣିଝଡ଼ 'ଅର୍ଣ୍ଣବ' ପ୍ରଭାବରେ ଦ୍ବିତୀୟ ଓ ତୃତୀୟ ଦିନର ଖେଳ ସଂପୂର୍ଣ୍ଣ ବାତିଲ ହେବା ସହ ଚତୁର୍ଥ ଦିନରେ ମାତ୍ର ୭ ଓଭରର ଖେଳ ସମ୍ଭବ ହୋଇଥିଲା।

ତେବେ ସ୍ଥାନୀୟ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଓଡ଼ିଶା-ସର୍ଭିସେସ୍‌ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ୍‌ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି।

ଫଳରେ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିଛନ୍ତି।

ଏହି ଡ୍ର' ମ୍ୟାଚ୍‌ରୁ ମଧ୍ୟ ଓଡ଼ିଶା ଓ ସର୍ଭିସେସ୍‌ ଚଳିତ ଋତୁରେ ନିଜନିଜର ପଏଣ୍ଟ୍‌ ଖାତା ଖୋଲିଛନ୍ତି।

ଦୁଇଟି ଯାକ ଦଳ ନିଜ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜିତ ହେବା ପରେ କିଟ୍‌ରେ ପ୍ରଥମ ବିଜୟ ସନ୍ଧାନରେ ଥିଲେ।

ହେଲେ ଲଗାଣ ବର୍ଷା ଏହା କରାଇ ଦେଇ ନଥିଲା।

ମୋଟ ଉପରେ ମାତ୍ର ୯୯.୩ ଓଭର ଖେଳ ସମ୍ଭବ ହୋଇ ପାରିଥିବା ଏହି ମ୍ୟାଚ୍‌ରେ ସର୍ଭିସେସ୍‌ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ପ୍ରଥମ ଦିନରେ ଓଡ଼ିଶା ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୨.୩ ଓଭରରେ ମାତ୍ର ୧୯୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ସର୍ଭିସେସ୍‌ ପ୍ରଥମ ଦିନ‌ରେ ମାତ୍ର ୫ ଓଭର ଖେଳି ବିନା କ୍ଷତିରେ ୧୩ ରନ୍‌ କରିଥିଲା।

Advertisment Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ ପରବର୍ତ୍ତୀ ଦୁଇ ଦିନରେ କିନ୍ତୁ ଗୋଟିଏ ହେଲେ ବି ବଲ୍‌ ଗଡ଼ି ପାରି ନଥିଲା।

ଗୁରୁବାର ଚତୁର୍ଥ ତଥା ଶେଷ ଦିନରେ ପାଗ ସାମାନ୍ୟ ଭଲ ରହିବାରୁ କିଏ ପ୍ରଥମ ପାଳି ଅଗ୍ରଣୀ ଲାଭ କରିବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ହେଲେ ଦୁର୍ଭାଗ୍ୟଜନକ ଭାବେ ଆଜି ମଧ୍ୟ କେବଳ କିଛି ସମୟର ଖେଳ ହୋଇ ପାରିଥିଲା।

ସେଥିରେ ସର୍ଭିସେସ୍‌ ନିଜ ଦଳୀୟ ସ୍କୋର୍‌ରେ ଆଉ ମାତ୍ର ୨୭ ରନ୍‌ ଯୋଡ଼ି ପାରି ଥିଲା।

ଖରାପ ଆଲୋକ ପାଇଁ ଅମ୍ପାୟାର ଷ୍ଟମ୍ପ୍‌ସ ଘୋଷଣା କରିବା ବେଳକୁ ସର୍ଭିସେସ୍‌ ୧୨ ଓଭରରେ କୌଣସି ୱିକେଟ୍‌ ନହରାଇ ୪୦ ରନ୍‌ କରିଥିଲା।

ଦୁଇ ଓପନର୍‌ ଶୁଭମ ରୋହିଲା ୧୭ ଏବଂ ନିତିନ ତନୱାର ୨୩ ରନ୍‌ରେ ଅପରାଜିତ ଥିଲେ।

ଓଡ଼ିଶା ତା'ର ପରବର୍ତ୍ତୀ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିବ।

ଏହି ମ୍ୟାଚ୍‌ ନଭେମ୍ବର ୨ରୁ କିଟ୍‌ ଷ୍ଟାଡିୟମ୍‌ରେ ହିଁ ଖେଳାଯିବ।

ଅନ୍ୟପକ୍ଷରେ ସର୍ଭିସେସ୍‌ ତା'ର ପରବର୍ତ୍ତୀ ମ୍ୟାଚ୍‌ରେ ଦିଲ୍ଲୀକୁ ଦିଲ୍ଲୀରେ ଭେଟିବ।

Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)