Odisha Police: ଟ୍ୱିନ୍ ସିଟିରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ: ମୋଟ ୩୩୬ ଜଣ କ୍ୟାଡେଟ୍‌ ସବ୍‌-ଇନ୍ସପେକ୍ଟର ନିୟୋଜିତ

Aug 27, 2026 - 15:33
Odisha Police: ଟ୍ୱିନ୍ ସିଟିରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ: ମୋଟ ୩୩୬ ଜଣ କ୍ୟାଡେଟ୍‌ ସବ୍‌-ଇନ୍ସପେକ୍ଟର ନିୟୋଜିତ

"ଭୁବନେଶ୍ୱର: ଓଡ଼ିଶା ପୁଲିସ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସଂଗଠିତ ଅପରାଧର ସିଣ୍ଡିକେଟ୍‌କୁ ଭାଙ୍ଗିବା ସହ ନିଶାଦ୍ରବ୍ୟ ଓ ବେଆଇନ ମଦ ବିରୋଧରେ ନିରନ୍ତର ଅଭିଯାନ ଜାରି ରଖିଛି।Advertisment ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୨୬ ରାତିରେ କଟକ ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ କରାଯାଇଥିଲା।

ଏହି ଅଭିଯାନରେ ବେଆଇନ ଅସ୍ତ୍ରଶସ୍ତ୍ର, ବେଆଇନ ମଦ, ନିଶାଦ୍ରବ୍ୟ, ଅପରାଧିକ କାର୍ଯ୍ୟକଳାପ, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଅନ୍ୟାନ୍ୟ ଟ୍ରାଫିକ୍‌ ଉଲ୍ଲଂଘନ ରୋକିବା ଓ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ରାତ୍ରିକାଳୀନ ପାଟ୍ରୋଲିଂ ଓ ଯାଞ୍ଚକୁ ମଧ୍ୟ ଜୋରଦାର କରାଯାଇଥିଲା।

ଏହି ସ୍ୱତନ୍ତ୍ର ଅଭିଯାନରେ ମୋଟ ୩୩୬ ଜଣ କ୍ୟାଡେଟ୍‌ ସବ୍‌-ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଥିଲା।

କଟକ • ୯୦ଟି ମଦ୍ୟପାନ କରି ଗାଡ଼ି ଚାଳନା ମାମଲା ଚିହ୍ନଟ • ୯୦ଟି ଗାଡ଼ି ଜବତ।

ଏଥିରେ ୨୧ଟି ଚାରିଚକିଆ ଓ ୬୯ଟି ଦୁଇଚକିଆ ଯାନ ରହିଛି• ୨ଟି ଅବକାରୀ ମାମଲା ଚିହ୍ନଟ ଏବଂ ୩୫ ଲିଟର ମଦ ଜବତ • ପରିବର୍ତ୍ତିତ ସାଇଲେନ୍ସର୍ ସମ୍ବନ୍ଧୀୟ ୨ଟି ମାମଲା ଚିହ୍ନଟ •  ୪ଟି ମୋବାଇଲ୍ ଫୋନ୍ ଜବତ ଭୁବନେଶ୍ୱର • ୧୨୨ଟି ମଦ୍ୟପାନ କରି ଗାଡ଼ି ଚାଳନା ମାମଲା ରୁଜୁ ଏବଂ ୧୨୨ଟି ଯାନ ଜବତ।

ଏଥିରେ ୪୯ଟି ଚାରିଚକିଆ, ୮ଟି ତିନିଚକିଆ ଓ ୬୫ଟି ଦୁଇଚକିଆ ଯାନ ରହିଛି • ମୋଟର ଯାନ ଓ ଅନ୍ୟାନ୍ୟ ଉଲ୍ଲଂଘନ ବାବଦରେ ୭୯,୫୦୦ ଟଙ୍କା ଜରିମାନା ଆଦାୟ• ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ଟି ବାଲି ବୋଝେଇ ହାଇୱା ଜବତ କରିଛି • ମଞ୍ଚେଶ୍ୱର ଥାନା ପୁଲିସ ୨ଟି ଅବକାରୀ ମାମଲା ଏବଂ ପରିବର୍ତ୍ତିତ ସାଇଲେନ୍ସର୍ ସମ୍ବନ୍ଧୀୟ ୨ଟି ମାମଲା ଚିହ୍ନଟ କରିଛି •ଖଣ୍ଡଗିରି ଥାନା ପୁଲିସ ପାଟ୍ରୋଲିଂ ସମୟରେ ନିଛାଟିଆ ସ୍ଥାନରେ ମଦ୍ୟପାନ କରୁଥିବା ୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିଛି  ସାମଗ୍ରିକ ଫଳାଫଳ ଏହି ସ୍ୱତନ୍ତ୍ର ଅଭିଯାନରେ ମଦ୍ୟପାନ କରି ଗାଡ଼ି ଚାଳନା, ପରିବର୍ତ୍ତିତ ସାଇଲେନ୍ସର୍‌, ବେଆଇନ କାର୍ଯ୍ୟକଳାପ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି।

ତେଜରାତି ଦୋକାନରୁ ଚୋରା ମଦ ଜବତ, ୨ ଯୁବକ ଗିରଫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)