Odisha Old-Age Pension ହଟୁନି ବାର୍ଦ୍ଧକ୍ୟଭତ୍ତା ଦେହଗଞ୍ଜ, ମୋବାଇଲ୍‌ ନମ୍ବର ସଂଯୋଗ ପାଇଁ ବୃଦ୍ଧବୃଦ୍ଧା ନୟାନ୍ତ

Jul 15, 2026 - 18:28
Odisha Old-Age Pension ହଟୁନି ବାର୍ଦ୍ଧକ୍ୟଭତ୍ତା ଦେହଗଞ୍ଜ, ମୋବାଇଲ୍‌ ନମ୍ବର ସଂଯୋଗ ପାଇଁ ବୃଦ୍ଧବୃଦ୍ଧା ନୟାନ୍ତ

"ବାଲିଶଙ୍କରା:  ରାଜ୍ୟରେ ବାର୍ଦ୍ଧକ୍ୟଭତ୍ତାକୁ ନେଇ ସମସ୍ୟା ତୁଟୁନାହିଁ।

ରାଜ୍ୟରେ ପ୍ରାୟ ୩ ମାସ ଧରି ବିକଳାଙ୍ଗ, ବାର୍ଦ୍ଧକ୍ୟ ଭତ୍ତା ଆଦି ମିଳିନଥିବା ବେଳେ ବର୍ତ୍ତମାନ ଭତ୍ତା ଆସିବା ବେଳେ "ଡିବିଟି"କୁ ନେଇ ଅଶିକ୍ଷିତ ବୃଦ୍ଧବୃଦ୍ଧା ଅନେକ ସମସ୍ୟାର ସାମ୍ନା କରୁଛନ୍ତି।

ନିଜ ଜମାଖାତା ଓ ଆଧାରକାର୍ଡରେ ମୋବାଇଲ୍‌ ସଂଯୋଗକୁ ନେଇ ଅସୁବିଧା ହେଉଥିବା ଅଭିଯୋଗ ହେଉଛି।

Advertisment ବାର୍ଦ୍ଧକ୍ୟଭତ୍ତା ଆବେଦନକାରୀଙ୍କ ପ୍ରକୃତ ସଂଖ୍ୟା କେତେ?

ଦୁଇ ବିଧାୟକଙ୍କୁ ଭିନ୍ନ ତଥ୍ୟ ଦିଆଯିବା ନେଇ ଦ୍ବନ୍ଦ୍ବ ବାଲିଶଙ୍କରା ବ୍ଲକରେ ୪୯୩୮ ଜଣ ବିକଳାଙ୍ଗ, ବାର୍ଦ୍ଧକ୍ୟ ଭତ୍ତା ଖାତାଧାରୀ ୪ ମାସ ହେବ ଭତ୍ତା ଟଙ୍କା ପାଇଁ ନଥିଲେ।

ସମ୍ପ୍ରତି ସରକାର ୨ ମାସର ଭତ୍ତା ଖାତାଧାରୀଙ୍କୁ ପ୍ରଦାନ କରିଛନ୍ତି।

କେତେକ ହିତାଧିକାରୀଙ୍କ ଖାତାରେ ତ୍ରୁଟି ଥିବା ଯୋଗୁଁ ଭତ୍ତା ଟଙ୍କା ପାଇପାରୁନାହାନ୍ତି,  ବ୍ୟାଙ୍କକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି।

ଏହି ବ୍ଲକରେ ୧୯ଟି ପଂଚାୟତ ଥିବାବେଳେ ସମସ୍ତ ପଂଚାୟତରେ ବ୍ୟାଙ୍କର ସୁବିଧା ନାହିଁ | ପ୍ରମାଣ ସ୍ୱରୂପ, ଶାଗବାହାଲ ପଂଚାୟତର ଦାଣ୍ଡପାନୀ ଗ୍ରାମର ମଧୁରାମ ତନ୍ତୀ, ସ୍ତ୍ରୀ କଳାବତୀ ତନ୍ତୀ ଦୁହେଁ ୪ ମାସ ହେବ ଟଙ୍କା ନପାଇଥିଲେ।

୨ ମାସର ଭତ୍ତା ଟଙ୍କା ସରକାର ପଠାଇଥିବା ଶୁଣି ବ୍ୟାଙ୍କକୁ ଯାଇଥିଲେ।

ବ୍ୟାଙ୍କ ଅଧିକାରୀ ସେହି ସେମାନଙ୍କ ଖାତାରେ ଟଙ୍କା ଜମା ହୋଇନଥିବା କହିଥିଲେ।

ଏହାସହ  ଆଧାରକାର୍ଡ଼ରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ। "୬ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି" ଏହାପରେ ଉଭୟ  ବ୍ୟାଙ୍କ ଓ ବ୍ଲକ୍‌ ଆଧାର କେନ୍ଦ୍ରରେ ମୋବାଇଲ ନମ୍ବର ସଂଯୋଗ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି।

ଭତ୍ତା ପାଇପାରିନଥିବାରୁ ଔଷଧ ସେବନ ଓ ଖାଇବା ପାଇଁ ଅର୍ଥର ଅଭାବ ଥିବା କହିଛନ୍ତି।

କେବଳ ଏହି ଦୁଇଜଣ ନୁହନ୍ତି ବ୍ଲକ୍‌ର ଅନେକ ବୃଦ୍ଧବୁଦ୍ଧା, ଦିବ୍ୟାଙ୍ଗ ଅନୁରୂପ ସମସ୍ୟାର ସାମ୍ନା କରୁଛନ୍ତି।

ଏଣୁ ହିତାଧିକାରୀଙ୍କୁ ମାସକୁ ମାସ ନଗଦ ଆକାରରେ ଟଙ୍କା ଦେବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।