Youth Parliament ସିଆଇଆଇର ‘ଯୁବ ଭାରତୀୟ ସଂସଦ’ କାର୍ଯ୍ୟକ୍ରମ: ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ୨୦୦ ଛାତ୍ରଛାତ୍ରୀ

Jul 15, 2026 - 19:08
Youth Parliament ସିଆଇଆଇର ‘ଯୁବ ଭାରତୀୟ ସଂସଦ’ କାର୍ଯ୍ୟକ୍ରମ: ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ୨୦୦ ଛାତ୍ରଛାତ୍ରୀ

"ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟଙ୍କୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧିନରେ ଓଡ଼ିଶା ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରିବା ପାଇଁ ଶିକ୍ଷା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା ।

ଏଥିରେ ୮ଟି ବିଦ୍ୟାଳୟର ନବମରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Advertisment Youth Parliament ଜୋନ୍‌ସ୍ତରୀୟ ଯୁବ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କରିବ ଏଓବି ଛାତ୍ରଛାତ୍ରୀ ଛାତ୍ରଛାତ୍ରୀଙ୍କୁ  ବାଚସ୍ପତି ସୁରମା ପାଢ଼ୀ ଭେଟିଥିଲେ।

ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଓଡ଼ିଶା ବିଧାନସଭାର ଏକ ଗୌରବମୟ ଐତିହ୍ୟ ଓ ପରମ୍ପରା ରହିଛି ।

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର ।

ଏହାର ଗରିମା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ।

ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠ୍ୟକ୍ରମରେ ବିଧାନସଭା ଓ ସଂସଦର କାର୍ଯ୍ୟ, ଧାରା ଓ ପରିସର ସମ୍ପର୍କିତ ଜ୍ଞାନ ଆହରଣ କରୁଥିଲେ ମଧ୍ୟ ଏଭଳି ଶିକ୍ଷାବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନେ ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ବିଷଦ ଭାବେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ ।

ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଧାନସଭାର କାର୍ଯ୍ୟଧାରା ଓ କାର୍ଯ୍ୟକଳାପ ଓ ଏହାର ବ୍ୟାପକ ପରିସର ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ଅବସରରେ ବିଧାନସଭାର ମୁଖ୍ୟ ନିରାପତ୍ତା ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା, ବରିଷ୍ଠ ଗବେଷଣା ଅଧିକାରୀ ପ୍ରଦୀପ କୁମାର କୁଲୁ, ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Odisha Assembly: ଓଡ଼ିଶା ବିଧାନସଭା ପରିଭ୍ରମଣ ଏଠାରେ ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ମଦର୍ସ ପବ୍ଲିକ୍‌ ସ୍କୁଲ, ଡିପିଏସ୍‌ କଳିଙ୍ଗ, ଓଡ଼ିଏମ୍‌ ପବ୍ଲିକ୍‌ ସ୍କୁଲ, ନୁ୍ୟ ଷ୍ଟୁ୍ୟଆର୍ଟ ସ୍କୁଲ, ନାଳନ୍ଦା ପବ୍ଲିକ୍‌ ସ୍କୁଲ, ଡିପିଏସ୍‌ ଢେଙ୍କାନାଳ, କେଟି ଗ୍ଲୋବାଲ ସ୍କୁଲ ଓ ଲୟୋଲା ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।