Odisha Governor Reviews ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ  ମୁକାବିଲାର ସମୀକ୍ଷା କଲେ ରାଜ୍ୟପାଳ

Oct 28, 2026 - 17:23
Odisha Governor Reviews ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ  ମୁକାବିଲାର ସମୀକ୍ଷା କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା 'ଅର୍ଣ୍ଣବ' ର ପ୍ରଭାବ ଓ ମୁକାବିଲା ନେଇ ରାଜ୍ୟସରକାର ନେଇଥିବା ପଦକ୍ଷେପ ଉପରେ ଆଜି (ବୁଧବାର) ରାଜ୍ୟପାଳ ବ୍ରଜ ମୋହନ ରାମ ସମୀକ୍ଷା କରିଛନ୍ତି।

ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ସହ ଫସଲ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।

Advertisment Cyclone Arnab Impact: ବାତ୍ୟା ଅର୍ଣ୍ଣବ ପ୍ରଭାବ: କଲ୍ୟାଣସିଂହପୁରରେ ଉପୁଡ଼ିଲା ଗଛ, ରାସ୍ତା ଅବରୋଧ ବୁଧବାର ଲୋକଭବନଠାରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ରାଜ୍ୟପାଳଙ୍କୁ ଭେଟି ବାତ୍ୟା ସମ୍ପର୍କରେ ତଥ୍ୟ ରଖିଥିଲେ।

ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

ଗଜପତି , ମାଲକାନଗିରି ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ବିଷୟରେ ଶ୍ରୀ ପାଟିଲ ସୂଚନା ଦେଇଥିଲେ।

ଯଦିଓ ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁନାହିଁ, ତଥାପି ପ୍ରବଳ ବର୍ଷା ଓ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି କହିଥିଲେ।

Cyclone Arnab: ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ଏବଂ ମିଳିତ ଜାତିସଂଘ ଓ ବିଶ୍ୱବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଦ୍ୱାରା ଏକ ଆଦର୍ଶ ରାଜ୍ୟ ଭାବେ ଏହାର ସ୍ୱୀକୃତି ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା।

Cyclone Arnab Preparedness ବାତ୍ୟା 'ଅର୍ଣ୍ଣବ' ମୁକାବିଲା, ୮୩ ସେଟ୍ ଜରୁରୀକାଳୀନ ଟାୱାର ଓ ୧୧୧୫ କିମି କଣ୍ଡକ୍ଟର ମହଜୁଦ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ନିରନ୍ତର ସମନ୍ୱୟ ଓ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)