Odisha ganja seizure ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୨ କିଗ୍ରା ଗଞ୍ଜେଇ ଜବତ, ୫ ଗିରଫ
"କଟକ: ଆନ୍ତଃରାଜ୍ୟ ବେଆଇନ ଗଞ୍ଜେଇ ଚାଲାଣ ବିରୋଧରେ ଗଞ୍ଜାମ ଓ ସୁବର୍ଣ୍ଣପୁର ପୁଲିସକୁ ବଡ଼ ସଫଳତା ମିଳିଛି।
ପୃଥକ ପୃଥକ ଚଢ଼ାଉରେ ପ୍ରାୟ ୧୨୨ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି।Advertisment ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଜାରି ସୂଚନାନୁସାରେ, ଗଞ୍ଜାମ ବଡ଼ଗଡ଼ ଥାନା ପୁଲିସ ଏକ ଫର୍ଡ ଏଣ୍ଡେଓଭର ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା।
ଗାଡ଼ିରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ଗୁପ୍ତ ଚାମ୍ବର ଭିତରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା।
ଏଥିରୁ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
କାର୍ ସହ ଘଟଣାରେ ବ୍ୟବହୃତ ଦୁଇଟି ଆପାଚି ମୋଟରସାଇକେଲ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ମୁରଲୀଧର ସେଠୀ (୪୦), ଗୋପାଳ ଗମାଙ୍ଗ (୫୪), ମିଖାଲ ଗମାଙ୍ଗ (୪୦) ଏବଂ ଈଶା ଜାନି (୨୮)।
ଏହି ଘଟଣାରେ ବଡ଼ଗଡ଼ ଥାନାରେ ମାମଲା ନଂ-୨୪୪, ତାରିଖ ୨୮.୦୬.୨୦୨୬ ଅନୁଯାୟୀ ଏନ୍ଡିପିଏସ୍ ର ଧାରା ୨୦(B)(ii)(C) ଓ ୨୯ ରେ ମାମଲା ରୁଜୁ କରାଯାଇଛି।
ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ପଠାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇ ଗଞ୍ଜାମ ଜିଲ୍ଲାର ନାକଟିରି ଗ୍ରାମରୁ ସଂଗ୍ରହ କରାଯାଇଥିଲା ଏବଂ ବ୍ରହ୍ମପୁର ଦେଇ ଗୁଜରାଟକୁ ଚୋରାଚାଲାଣ କରାଯାଉଥିଲା।
ପୋଲିସ ଏହି ଆନ୍ତଃରାଜ୍ୟ ଚୋରାଚାଲାଣ ଚକ୍ରର ସମ୍ପୂର୍ଣ୍ଣ ନେଟୱର୍କ, ଯୋଗାଣକାରୀ, ଗୁଜରାଟରେ ଥିବା ଗ୍ରହଣକାରୀ ଏବଂ ଏଥିରେ ସଂପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।
ସେହିଭଳି, ୨୮ ଜୁନରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଓ ବେଆଇନ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଡୁଙ୍ଗୁରିପାଲି ଥାନା ମାମଲା ନଂ-୧୬୩, ତା.
୨୮.୦୬.୨୦୨୬, ଧାରା ୨୦(ବି)(ii)(ସି)/୨୫/୨୯ ଏନ୍ଡିପିଏସ୍ ଆଇନ ଅନୁଯାୟୀ ୨୨.୫୭୮ କିଲୋଗ୍ରାମ ଗଞ୍ଜେଇ ଏବଂ ଏକ ମହିନ୍ଦ୍ରା ସ୍କର୍ପିଓ ଗାଡ଼ି ଜବତ କରାଯାଇଛି।
ଏହି ଘଟଣାରେ ବଲାଙ୍ଗିର ଜିଲ୍ଲା ଅଗଲପୁର ଥାନା ଉଚ୍ଛବାହାଲ ଗ୍ରାମର ମୋହନ ସାହୁ (୪୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ତରଭା ଥାନା ମାମଲା ନଂ-୨୪୩, ତା.
୨୮.୦୬.୨୦୨୬, ଧାରା ୫୨(ଏ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଇଳାଚୂଆଁ ଗ୍ରାମର ଖଗେଶ୍ୱର ରଣା (୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ତାଙ୍କଠାରୁ ୮୫ ଲିଟର ଦେଶୀ ମଦ ଏବଂ ଏକ ହିରୋ ଗ୍ଲାମର ମୋଟରସାଇକେଲ ଜବତ କରାଯାଇଛି।
ସେହିପରି ଉଲୁଣ୍ଡା ଥାନା ମାମଲା ନଂ-୧୨୮, ତା.
୨୮.୦୬.୨୦୨୬, ଧାରା ୫୨(ଏ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ବାଦଲି ଗ୍ରାମର ବାସୁଦେବ ସେଠ (୪୫)ଙ୍କୁ ଅନୁରୋଧ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ତାଙ୍କ ନିକଟରୁ ରବର ଟ୍ୟୁବରେ ଥିବା ୯୦ ଲିଟର ଦେଶୀ ମଦ ଏବଂ ନମ୍ବର ପ୍ଲେଟ୍ ନଥିବା ଧୂସର ରଙ୍ଗର ହିରୋ ହୋଣ୍ଡା ପ୍ୟାସନ୍ ପ୍ଲସ୍ ମୋଟରସାଇକେଲ ଜବତ କରାଯାଇଛି।
"