Lord Jagannath: ଦେବଗଡ଼ ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

Jun 29, 2026 - 20:24
Lord Jagannath: ଦେବଗଡ଼ ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

"ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ଦେବଗଡ଼ ସହରର ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି।Advertisment ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପରୁ ଅଣାଯାଇ ନାନାଦି ନୀତି ଯଥାରୀତି ପାଳନପୂର୍ବକ ସ୍ନାନ ଯାତ୍ରା ଅନୁଷ୍ଟିତ ହୋଇଥିଲା।

ଠାକୁରଙ୍କ ସ୍ନାନଯାତ୍ରାରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ।

ସ୍ନାନଯାତ୍ରାରେ ବଡପଣ୍ଡା ସନ୍ତୋଷ ନାୟକ, ଅର୍ଜୁନ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ପାଢୀ ଠାକୁରଙ୍କ ରୀତିନୀତି କାର୍ଯ୍ୟ ତୁଲାଇ ଥିଲେ।

ସ୍ନାନଯାତ୍ରାରେ ବଜରଙ୍ଗୀ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।

ସଂଧ୍ୟାରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାପରେ ଚାରି ବିଗ୍ରହଙ୍କୁ ପହଣ୍ଡିରେ ନିଆଯାଇ ଅଣସର ଘରେ ପ୍ରବେଶ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଗୋପାଳଜୀୟ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା।

ପୁରୁଷୋତ୍ତମ ଦାଶ, ରାଜେଶ ରାଉତ ପୂଜାକାର୍ଯ୍ୟ ତୁଲାଇଥିଲେ।

ଏହାପରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ।

ବାରକୋଟସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା।

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ "