Odisha Faces Widespread Flooding: ପ୍ରଭାବ ଦେଖାଇଛି ଲଘୁଚାପ; ତିନି ଦିନ ଧରି ସାରା ରାଜ୍ୟରେ ହୋଇଥିବା ବର୍ଷାରେ ସ୍ଥିତି ସଙ୍ଗୀନ

Jul 06, 2026 - 14:33
Odisha Faces Widespread Flooding: ପ୍ରଭାବ ଦେଖାଇଛି ଲଘୁଚାପ; ତିନି ଦିନ ଧରି ସାରା ରାଜ୍ୟରେ ହୋଇଥିବା ବର୍ଷାରେ ସ୍ଥିତି ସଙ୍ଗୀନ

ତିନି ଦିନ ଧରି ସାରା ରାଜ୍ୟରେ ହୋଇଥିବା ବର୍ଷାରେ ସ୍ଥିତି ହୋଇଛି ସଙ୍ଗୀନ। ଅବପାତ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷିଛି। ପଶ୍ଚିମ ଓଡ଼ିଶାରେ ଭୀଷଣ ପ୍ରଭାବ ଦେଖାଇଛି ଲଘୁଚାପ। ବିଭିନ୍ନ ଜିଲ୍ଲାରେ ମୂଷଳଧାରାରେ ବର୍ଷିଛି। ସୋନପୁରରେ ୩୦୦ ମିମି ଅତିକ୍ରମ କରିଛି ବର୍ଷା ପରିମାଣ। ସୋନପୁରରେ ରେକରେଡ ହୋଇଛି ୩୨୮.୪ ମିମି ବର୍ଷା। 

ସେହିପରି ହୀରାକୁଦରେ ୨୦୦.୨ମିମି, ସମ୍ବଲପୁରରେ ୧୯୩.୪ମିମି ବର୍ଷା ରେକର୍ଡ ହୋଇଛି। ବରଗଡ଼ ୧୫୮.୬, ବୌଦ୍ଧରେ ୧୩୪, ନୂଆପଡ଼ା ୧୧୧ ଓ ଢେଙ୍କାନାଳରେ ରେକର୍ଡ ହୋଇଛି ୯୧.୪ ମିମି ବର୍ଷା। ... ତିନି ଦିନ ଧରି ସାରା ରାଜ୍ୟରେ ହୋଇଥିବା ବର୍ଷାରେ ସ୍ଥିତି ହୋଇଛି ସଙ୍ଗୀନ। କି ଗାଁ କି ସହର, ସବୁଠୁ ପାଣି ଆଉ ପାଣି। ରାସ୍ତାଘାଟ ବୁଡ଼ିଛି, ଜୀବନ ଜୀବିକା ପାଣିରେ ଭାସୁଛି। 

କେଉଁଠି ରାସ୍ତା ଧୋଇ ଗଲାଣି ତ କେଉଁଠି ଘରେ ପାଣି ପଶିଛି। କୋରାପୁଟରୁ ବାଲେଶ୍ବର, ବଲାଙ୍ଗିରରୁ ଭଦ୍ରକ...ସବୁଠି ପ୍ରାୟ ସମାନ ସ୍ଥିତି। ଭୁବନେଶ୍ବର, କଟକ ଟ୍ବିନ୍ ସିଟିରେ ବି ପ୍ରଭାବ ଦେଖାଇଛି ଲଘୁଚାପ ବର୍ଷା। 

  • ସୋନପୁର ୩୨୮.୪ ମିମି
  • ହୀରାକୁଦ ୨୦୦.୨ ମିମି
  • ସମ୍ବଲପୁର ୧୯୩.୪ମିମି
  • ବରଗଡ଼ ୧୫୮.୬ ମିମି
  • ବୌଦ୍ଧ ୧୩୪ ମିମି
  • ନୂଆପଡ଼ା ୧୧୧ ମିମି
  • ଢେଙ୍କାନାଳ ୯୧.୪ ମିମି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।