Odisha CM Cyclone Review: ଜିରୋ କାଜୁଆଲିଟି ଲକ୍ଷ୍ୟରେ ସରକାର: ବାତ୍ୟା ମୁକାବିଲା ପାଇଁ ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର
ସମ୍ଭାବ୍ୟ ବାତ୍ୟା ଅକ୍ବାନ ବେଳେ ଜିରୋ କାଜୁଆଲିଟିକୁ ପ୍ରାଥମିକତା।
ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।
SRCଙ୍କ କାର୍ଯ୍ୟାଳୟରେ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା 'ସମ୍ଭାବ୍ୟ ବାତ୍ୟା ଗତି ବଦଳାଇ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ'।
'ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ'।
ଆଜି ଆଉଥରେ ଆକଳନ ପରେ ସ୍ପଷ୍ଟଚିତ୍ର ମିଳିବ ।
Advertisment ଆକଳନ ପରେ ପବନର ବେଗ ଆଉଥରେ ନିର୍ଦ୍ଧାରଣ କରାଯିବ।
ବାତ୍ୟା ପ୍ରଭାବରେ 'ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା' ହେବ।
ସେପଟେ ବାତ୍ୟା ପୂର୍ବରୁ ପ୍ରଭାବିତ ଅଞ୍ଚଳରେ ୪୬୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି।
ଆଉ ୩ ହଜାରରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ।
ବର୍ତ୍ତମାନ ସୁଦ୍ଧା ୪୬ ହଜାର ୭୦୧ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର।
ଜଗତସିଂହପୁରରେ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ବିଭିନ୍ନ ଜିଲ୍ଲାକୁ ଆଗୁଆ ବାତ୍ୟା ସହାୟତା ପାଣ୍ଠି ଦିଆଯାଇଛି।
ବାତ୍ୟା ମୁକାବିଲା ପାଇଁ ୭ IASଙ୍କୁ ବିଭିନ୍ନ ଜିଲ୍ଳାର ଦାୟିତ୍ବ ଦିଆଯାଇଛି।
ବିଦ୍ୟୁତ ଓ ପାନୀୟ ଜଳ ବ୍ୟବସ୍ଥାର ପୁନରୁତ୍ଥାନ ପାଇଁ ପ୍ରସ୍ତୁତି ହୋଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
