Odisha Cabinet: କ୍ୟାବିନେଟ୍‌ରେ ୭ ବିଭାଗର ୧୩ଟି ପ୍ରସ୍ତାବ ପାରିତ

Jul 14, 2026 - 20:02
Odisha Cabinet: କ୍ୟାବିନେଟ୍‌ରେ ୭ ବିଭାଗର ୧୩ଟି ପ୍ରସ୍ତାବ ପାରିତ

"ଭୁବନେଶ୍ୱର: ଆଜି(ମଙ୍ଗଳବାର) ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୪ତମ  ବୈଠକରେ ୭ ବିଭାଗର ୧୩ଟି ପ୍ରସ୍ତାବ ପାରିତ ହୋଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି lAdvertisment Cabinet Reshuffle: କ୍ୟାବିନେଟ୍‌ ଅଦଳବଦଳ: ଅମିତ୍‌ ଶାହଙ୍କୁ ମିଳିପାରେ ଉପ ପ୍ରଧାନମନ୍ତ୍ରୀ ପଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ   ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ  କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l  301 proposals passed in 2 years: ୬୪ ସ୍ଥାନର ଇଂରାଜୀ ବନାନ ସଂଶୋଧନ ହେବ: ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର, ୨ ବର୍ଷରେ ୩୦୧ ପ୍ରସ୍ତାବ ପାରିତ ବୈଠକରେ ୭ ଟି ବିଭାଗର ୧୩ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ଏହିପରି ମୋଟ ୭ଟି ବିଭାଗର ମୋଟ ୧୩ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି  l "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।