ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି: ମସହଦ୍ ସହର ଉପରେ ଆକ୍ରମଣ

Jul 09, 2026 - 18:07
ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି: ମସହଦ୍ ସହର ଉପରେ ଆକ୍ରମଣ

ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଖାମେନେଇଙ୍କ ଗୃହ ସହର ଭାବେ ଜଣାଶୁଣା ଇରାନର ପବିତ୍ର ମଶହଦ୍ ସହରର ଦୁଇଟି ପ୍ରମୁଖ ପୋଲକୁ ଆମେରିକା ଟାର୍ଗେଟ୍ କରି ଉଡ଼ାଇ ଦେଇଛି

ଇରାନର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ଖାମେନେଇଙ୍କ ଶେଷଯାତ୍ରା ଓ ଅନ୍ତିମ ସଂସ୍କାର ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବା ଉଦ୍ଦେଶ୍ୟରେ ଆମେରିକା ଏଭଳି ସମୟରେ ଏହି ଆକ୍ରମଣ କରିଛି। ତେବେ ଆମେରିକା ପକ୍ଷରୁ ଏନେଇ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।

ଟ୍ରମ୍ପଙ୍କ ବିରୋଧରେ ଆକ୍ରୋଶ ଓ ଆମେରିକାକୁ ଚେତାବନୀ

  • ହୋଟେଲରେ ବିବାଦୀୟ ବ୍ୟାନର: ମଶହଦ୍ ସହରର ଏକ ହୋଟେଲରେ ଇଂରାଜୀରେ , ଆମେ ଟ୍ରମ୍ପଙ୍କୁ ହତ୍ୟା କରିବୁ ଲେଖାଥିବା ଏକ ବ୍ୟାନର ଲଗାଯାଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସ୍ଥାନୀୟ ଲୋକଙ୍କ ଆକ୍ରୋଶକୁ ଦର୍ଶାଉଛି।

  • ଆମେରିକାକୁ ସାମରିକ କ୍ଷତି: ଏହି ସଂଘର୍ଷରେ ଆମେରିକା ବଡ଼ ଆର୍ଥିକ ଓ ସାମରିକ କ୍ଷତି ସହିଛି।  ଇରାନ ପକ୍ଷରୁ ଆମେରିକୀୟ ବାୟୁସେନାର ପ୍ରାୟ ୩୦ଟି ରୀପର ଡ୍ରୋନ୍  ମାରି ଖସାଇ ଦିଆଯାଇଛି। ଗୋଟିଏ ଡ୍ରୋନର ଆନୁମାନିକ ମୂଲ୍ୟ ୩୦ ମିଲିଅନ ଡଲାର (ପ୍ରାୟ ୩ କୋଟି ଡଲାର) ହୋଇଥିବାରୁ ଆମେରିକାକୁ ଶହ ଶହ ମିଲିଅନ ଡଲାରର ଝଟକା ଲାଗିଛି।

  • ଜେଡି ଭେନ୍ସଙ୍କ ଚେତାବନୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦେଇ ଆନ୍ତର୍ଜାତୀୟ ଜାହାଜ ଚଳାଚଳକୁ ରୋକିବାକୁ ଚେଷ୍ଟା କରେ, ତେବେ ଆମେରିକା ଏହାର ଦୃଢ଼ ଜବାବ ଦେବ।

ଶିଆ ପରମ୍ପରା ଅନୁଯାୟୀ କିଭଳି ହୁଏ ସର୍ବୋଚ୍ଚ ନେତାଙ୍କ ଅନ୍ତିମ ସଂସ୍କାର?

ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ପରଲୋକର ପ୍ରାୟ ୪ ମାସ ପରେ, ତାଙ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା ଇସଲାମର ଶିଆ ପରମ୍ପରା ଏବଂ ଇରାନ ସରକାରୀ ପ୍ରୋଟୋକଲ୍ ଅନୁଯାୟୀ ସମ୍ପନ୍ନ କରାଯାଉଛି। ଏହାର ମୁଖ୍ୟ ପଦକ୍ଷେପଗୁଡ଼ିକ ହେଲା:

  1. ଆଧିକାରିକ ଘୋଷଣା: ସର୍ବୋଚ୍ଚ ନେତାଙ୍କ କାର୍ଯ୍ୟାଳୟ ଦ୍ୱାରା ମୃତ୍ୟୁର ଆଧିକାରିକ ଘୋଷଣା କରାଯିବା ସହ ଦେଶରେ ବହୁଦିନ ବ୍ୟାପୀ ଜାତୀୟ ଶୋକ ପାଳନ କରାଯାଏ।

  2. ଗୁସଲ୍ (ଶବ ସ୍ନାନ): ଇସଲାମିକ ନିୟମ ଅନୁଯାୟୀ, ପବିତ୍ର ଜଳରେ ଶବକୁ ଧୋଇ ସ୍ନାନ କରାଯାଏ। ଏହି କାର୍ଯ୍ୟ ପାଇଁ କେବଳ ପ୍ରଶିକ୍ଷିତ ଏବଂ ବିଶ୍ୱସ୍ତ ଧାର୍ମିକ ବ୍ୟକ୍ତିମାନଙ୍କୁ ଅନୁମତି ମିଳେ।

  3. କଫନ: ସ୍ନାନ ପରେ ଶବକୁ ସଫେଦ କପଡ଼ା ବା କଫନରେ ଗୁଡ଼ାଯାଏ। ଶିଆ ପରମ୍ପରା ଅନୁସାରେ ଏଥିରେ କିଛି ସ୍ୱତନ୍ତ୍ର ଧାର୍ମିକ ବିଧି ମଧ୍ୟ ସାମିଲ ଥାଏ।

  4. ନମାଜ-ଏ-ଜନାଜା: ଏହା ହେଉଛି ମୃତକଙ୍କ ପାଇଁ ଶେଷ ପ୍ରାର୍ଥନା। ଏଥିରେ ଇରାନର ଶୀର୍ଷ ନେତା, ସାମରିକ ଅଧିକାରୀ, ଧାର୍ମିକ ଗୁରୁ ଏବଂ ବିଦେଶୀ ପ୍ରତିନିଧିମାନେ ସାମିଲ ହୋଇ ଜନାଜା ନମାଜ ପାଠ କରନ୍ତି।

  5. ଅନ୍ତିମ ଦର୍ଶନ: ଜନସାଧାରଣ ଓ ସମର୍ଥକଙ୍କ ଶେଷ ଦର୍ଶନ ପାଇଁ ସରକାରଙ୍କ ପକ୍ଷରୁ କିଛି ସମୟ ଧାର୍ଯ୍ୟ କରାଯାଏ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଥାଏ।

  6. ଦଫନ (ଶବ ସମାଧି): ସାଧାରଣତଃ ଇସଲାମରେ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ଶବ ଦଫନ କରାଯାଏ, ମାତ୍ର ରାଷ୍ଟ୍ରୀୟ ସ୍ତରର ବଡ଼ ଆୟୋଜନ ହେତୁ ଏଥିରେ କିଛି ବିଳମ୍ବ ହୋଇପାରେ। ସରକାର ଓ ପରିବାରର ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଦିଷ୍ଟ ପବିତ୍ର ସ୍ଥାନରେ ତାଙ୍କୁ ସମାଧି ଦିଆଯିବ।

  7. ଶ୍ରଦ୍ଧାଞ୍ଜଳି ସଭା: ସାରା ଦେଶରେ ଶୋକ ସଭାମାନ ଆୟୋଜନ କରାଯିବା ସହ ବିଶ୍ୱର ବିଭିନ୍ନ ଦେଶର ନେତୃବୃନ୍ଦ ଏଥିପାଇଁ ଶୋକ ବାର୍ତ୍ତା ପ୍ରେରଣ କରିଥାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।