October 13 Connection: ଅଶୋକ କୁମାର ଓ କିଶୋର କୁମାରଙ୍କ ବିଶେଷ ସଂଯୋଗ, ଜଣଙ୍କ ଜନ୍ମଦିନ ତ ଅନ୍ୟ ଜଣଙ୍କ ଶ୍ରାଦ୍ଧବାର୍ଷିକୀ

Oct 13, 2026 - 14:00
October 13 Connection: ଅଶୋକ କୁମାର ଓ କିଶୋର କୁମାରଙ୍କ ବିଶେଷ ସଂଯୋଗ, ଜଣଙ୍କ ଜନ୍ମଦିନ ତ ଅନ୍ୟ ଜଣଙ୍କ ଶ୍ରାଦ୍ଧବାର୍ଷିକୀ

"ମୁମ୍ବାଇ: ହିନ୍ଦୀ ସିନେମାରେ କିଛି ସମ୍ପର୍କର କାହାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

ଏଭଳି ଏକ ବିଡ଼ମ୍ବନା ଅକ୍ଟୋବର ୧୩ ତାରିଖ ସହ ମଧ୍ୟ ଜଡ଼ିତ।

ଏହି ବିଶେଷ ସଂଯୋଗ ବଲିଉଡ୍‌ର ଦିଗ୍ଗଜ ଅଭିନେତା ଅଶୋକ କୁମାର ଏବଂ ଏଭରଗ୍ରିନ୍ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ସହ ଜଡ଼ିତ।

ଜଣେ ନିଜ ଅଭିନୟ ଦ୍ୱାରା ଭାରତୀୟ ସିନେମାକୁ ନୂଆ ପରିଚୟ ଦେଇଥିବା ବେଳେ ଅନ୍ୟ ଜଣେ ନିଜ ସୁମଧୁର କଣ୍ଠସ୍ୱରରେ ପିଢ଼ି ପରେ ପିଢ଼ି ଶ୍ରୋତାଙ୍କ ହୃଦୟରେ ରାଜ୍ କରିଥିଲେ।

ଦୁହେଁ ଭାଇ ଥିଲେ, କିନ୍ତୁ ସେମାନଙ୍କ ବ୍ୟକ୍ତିତ୍ୱ ଓ କାମ କରିବାର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି, ଅଶୋକ କୁମାରଙ୍କ ଜନ୍ମ ଅକ୍ଟୋବର ୧୩ ତାରିଖରେ ହୋଇଥିବା ବେଳେ କିଶୋର କୁମାର ମଧ୍ୟ ଏହି ତାରିଖରେ ହିଁ ଦୁନିଆକୁ ବିଦାୟ ଜଣାଇଥିଲେ।Advertisment ଅକ୍ଟୋବର ୧୩ ସହ ଜଡ଼ିତ ଦୁଇ ଭାଇଙ୍କ କାହାଣୀ ଅଶୋକ କୁମାରଙ୍କ ଜନ୍ମ ୧୩ ଅକ୍ଟୋବର ୧୯୧୧ରେ ବିହାରର ଭାଗଲପୁରରେ ହୋଇଥିଲା।

ତାଙ୍କର ପ୍ରକୃତ ନାମ କୁମୁଦଲାଲ ଗାଙ୍ଗୁଲି ଥିଲା।

ହିନ୍ଦୀ ସିନେମାରେ ସେ "ଦାଦାମୁନି" ନାମରେ ମଧ୍ୟ ପରିଚିତ ଥିଲେ।

ଅନ୍ୟପଟେ, କିଶୋର କୁମାରଙ୍କ ଜନ୍ମ ୪ ଅଗଷ୍ଟ ୧୯୨୯ରେ ମଧ୍ୟପ୍ରଦେଶର ଖଣ୍ଡୱାରେ ହୋଇଥିଲା।

ତାଙ୍କର ପ୍ରକୃତ ନାମ ଆଭାସ କୁମାର ଗାଙ୍ଗୁଲି ଥିଲା।

ସେ ଅଶୋକ କୁମାରଙ୍କ ସାନ ଭାଇ ଥିଲେ।

କିଶୋର କୁମାର ୧୩ ଅକ୍ଟୋବର ୧୯୮୭ରେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଏହିପରି ଭାବେ ଅକ୍ଟୋବର ୧୩ ତାରିଖ ଦୁଇ ଭାଇଙ୍କ ଜୀବନ ସହ ଏକ ବିଶେଷ ଓ ଭାବପ୍ରବଣ ସଂଯୋଗ ଭାବେ ଜଡ଼ିତ ହୋଇ ରହିଛି।

ଅଭିନେତା ଭାବେ ପରିଚୟ ସୃଷ୍ଟି  ଅଶୋକ କୁମାର ୧୯୩୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ "ଜୀବନ ନୈୟା" ଜରିଆରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ସେହି ସମୟରେ ଆସିଥିବା ଫିଲ୍ମ "ଅଛୁତ କନ୍ୟା" ମଧ୍ୟ ତାଙ୍କୁ ବିଶେଷ ପରିଚୟ ଦେଇଥିଲା।

ଅଭିନେତ୍ରୀ ଦେବିକା ରାଣୀଙ୍କ ସହ ତାଙ୍କ ଯୋଡ଼ି ଦର୍ଶକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚିତ ହୋଇଥିଲା।

ଧୀରେ ଧୀରେ ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ତାରକା ଭାବେ ପ୍ରତିଷ୍ଠା ଲାଭ କରିଥିଲେ।

ଇତିହାସ ରଚିଥିଲେ କିଶୋର କୁମାର କିଶୋର କୁମାରଙ୍କ ପରିଚୟ କେବଳ ଜଣେ ଗାୟକ ଭାବେ ସୀମିତ ନଥିଲା।

ସେ ଜଣେ ଅଭିନେତା, ସଙ୍ଗୀତକାର, ଗୀତିକାର ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଥିଲେ।

ଚଳଚ୍ଚିତ୍ରରେ ଅଭିନୟ ଜରିଆରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ତାଙ୍କ ଗାୟକୀ ତାଙ୍କୁ ସାରା ଦେଶରେ ଲୋକପ୍ରିୟ କରିଥିଲା। "ଆରାଧନା", "ଅମର ପ୍ରେମ", "ଚଲ୍‌ତି କା ନାମ ଗାଡ଼ି", "ପଡ଼ୋସନ୍" ଏବଂ "ଝୁମରୁ" ଭଳି ଫିଲ୍ମ ସହ ତାଙ୍କର ସମ୍ପୃକ୍ତି ତାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦିଏ।

ସେହିପରି "ମେରେ ସପ୍‌ନୋ କି ରାନୀ", "ରୂପ ତେରା ମସ୍ତାନା", "କୁଛ୍ ତୋ ଲୋଗ୍ କହେଙ୍ଗେ", "ଜିନ୍ଦେଗୀ ଏକ ସଫର ହୈ ସୁହାନା" ଏବଂ "ୟେ ଶାମ ମସ୍ତାନୀ" ଭଳି ତାଙ୍କର ଅନେକ ଗୀତ ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ।

Headmaster Arrested: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଘାଗି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)