Indian Women's Chess: ବାପା ଚାକିରି ଛାଡ଼ି ଆପାର୍ଟମେଣ୍ଟ୍‌ ବିକିଲେ, ମା’ ସୁନା ବନ୍ଧା ପକାଇଲେ: ଝିଅ ଦେଶର ଗୌରବ

Oct 13, 2026 - 14:15
Indian Women's Chess: ବାପା ଚାକିରି ଛାଡ଼ି ଆପାର୍ଟମେଣ୍ଟ୍‌ ବିକିଲେ, ମା’ ସୁନା ବନ୍ଧା ପକାଇଲେ: ଝିଅ ଦେଶର ଗୌରବ

"ନୂଆଦିଲ୍ଲୀ: ୭ ବର୍ଷ ତଳେ ଦେଶର ଜଣେ ପ୍ରଭାବୀ ପ୍ରଶିକ୍ଷକ ତଥା ଆଇଏମ୍‌ ସାଗର ସାହା ପୂର୍ବାନୁମାନ କରିଥିଲେ "କୋନେରୁ ହମ୍ପି ଓ ହାରିକା ଦ୍ରୋଣାବଳିଙ୍କ ଭଳି ଦିନେ ସାହିତି ବର୍ଷିନୀ ଓ ସବିତା ଭାସ୍କର ବିଶ୍ବ ଦରବାରରେ ଭାରତୀୟ ମହିଳା ଚେସ୍‌ର ଗୌରବ ବଢ଼ାଇବେ"।

ଏହି କଥା ଏବେ ସତ ପ୍ରମାଣିତ ହୋଇଛି।

ଗତମାସରେ ସବିତା ସମରକାଣ୍ଡ ଚେସ୍‌ ଅଲିମ୍ପିଆଡ୍‌ରେ କାଂସ୍ୟ ପଦକ ଜିତି ବିଶ୍ବ ପଦାର୍ପଣ କରିଛନ୍ତି।

ସେହିଭଳି ସାହିତି ବର୍ଷିନୀ ଦେଶର ସଦ୍ୟତମ ଡବ୍‌ଲ୍ୟୁଜିଏମ୍‌ ଟାଇଟଲ୍‌ ବିଜେତା ହୋଇଛନ୍ତି।

ଉଭୟଙ୍କ ବୟସ ଏବେ ୧୯ ବର୍ଷ ହୋଇଥିବାରୁ ସାଗର ସାହାଙ୍କ ସ୍ବର ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ବଡ଼ ପ୍ରତିଶ୍ରୁତି ରଖିଛି।Advertisment ସବିତା ବର୍ଷିନୀଙ୍କ ସଂଘର୍ଷମୟ କାହାଣୀ କିନ୍ତୁ ବେଶ ଲୋମଟାଙ୍କୁରା ଓ ଉତ୍କଣ୍ଠାଭରା।

ବିଜୟୱାଡା ଜନ୍ମିତ ସାହିତିଙ୍କ ପାଇଁ ତାଙ୍କ ପିତାମାତାଙ୍କ ତ୍ୟାଗ ମାପିଲେ ମାଇଲଖୁଣ୍ଟ ହୋଇଯିବ। "ଏ ପର୍ଯ୍ୟନ୍ତ ସାହିତି ତା ଦକ୍ଷତା ମୁକାବକ ସଫଳତା ଅର୍ଜନ କରିନାହିଁ" ବୋଲି କହିଛନ୍ତି ତାଙ୍କ ପିତା ତଥା ଏକମାତ୍ର ପ୍ରଶିକ୍ଷକ ଲୋକେଶ୍ବର ମୁଗି ରାଓ।

ଗତ ମାସରେ ସାହିତି ସର୍ବିୟାରେ ତାଙ୍କ ତୃତୀୟ ତଥା ଶେଷ ଡବ୍‌ଲ୍ୟୁଜିଏମ୍‌ ନର୍ମ ଅର୍ଜନ କରିବା ସହ ୨୪୦୮ ରେଟିଂ ପରଫର୍ମାନ୍ସ ପାଇଥିଲେ।

ଡବ୍‌ଲ୍ୟୁଜିଏମ୍‌ ଟାଇଟଲ୍‌ ବିଜେତା ୨୦୨୫ ସେପ୍ଟେମ୍ବର ଓ ୨୦୨୬ ଅଗଷ୍ଟ ମାସରେ ସେ ତାଙ୍କ ପ୍ରଥମ ଦୁଇ ନର୍ମ ହଙ୍ଗେରୀରେ ଅର୍ଜନ କରିଥିଲେ।

ସମଗ୍ର ପ୍ରଦର୍ଶନ ଦେଖିଲେ ସାହିତିଙ୍କ ପ୍ରଦର୍ଶନରେ ତାଙ୍କ ପିତା ଖୁସି ‌ହୋଇନପାରନ୍ତି।

କିନ୍ତୁ ଏହି ସଫଳତା କିଛି କମ୍‌ ଉପଲବ୍‌ଧି ନୁହେଁ, ଏଥି ପାଇଁ ବି ସେ ଅନେକ ସଂଘର୍ଷ କରିଛନ୍ତି।

ସାହିତିଙ୍କୁ ମାତ୍ର ୬ ବର୍ଷ ହୋଇଥିବାବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ସପ୍ତାହକ ପାଇଁ ଭେଣ୍ଟିଲେଟରରେ ଥିଲେ।

ସେ ବଞ୍ଚିଯାଇଥିଲେ।

ସେଥି ପାଇଁ ସାହିତିଙ୍କୁ ସେ ସବୁବେଳେ ଦ୍ବିତୀୟ ଜୀବନରେ ଦେଖିଥାନ୍ତି।

ଲୋକେଶ୍ବରଙ୍କ ସାହିତ୍ୟ ପ୍ରୀତି ଓ ଲେଖାଲେଖି କାରଣରୁ ସେ ଝିଅର ନାମ ସାହିତି ରଖିଥିଲେ।

ସେହିଭଳି କଳାକାର ପୃଷ୍ଠଭୂମି ପରିବାରରୁ ଆସିଥିବାରୁ ‌ସେ ବଡ଼ଝିଅର ନାମ ଫାଲଗୁନି ରଖିଛନ୍ତି।

ଉଭୟଙ୍କ ନାମରେ ସାହିତ୍ୟ, କଳା, ସଂଗୀତ ଆଦିର ଅର୍ଥ ରହିଛି।

ଉଭୟ ଚଉଷଠି ବର୍ଗ ଖେଳର ଖେଳ ଚେସ୍‌ ସହ ସମ୍ପୃକ୍ତ ନଥିଲେ ବି ଏବେ ସାହିତିଙ୍କୁ ଚେସ ଅନେକ ପରିଚୟ ଦେଇସାରିଛି।

ୟାରାଦା ହିଲ୍ସ ନିକଟରେ ବିଦ୍ୟୁତ ସଂଯୋଗ ନଥିବା ଏକ ନିପଟ ଗାଁରେ ଏମାନଙ୍କ ପରିବାର।

ମତ୍ସ୍ୟଜୀବି ପରିବାରରୁ ଆସିଥିବା ଲୋକେଶ୍ବର କିନ୍ତୁ କ୍ରମେ ସ୍କୁଲ ଟପ୍ପର ଓ ରାଜ୍ୟର ଅଗ୍ରଣୀ ଇଂଜିନିୟରିଂ ଛାତ୍ର ହୋଇପାରିଥିଲେ।

ଚେସ ଦେଇଛି ପରିଚୟ ଆର୍ଥିକ ସଂକଟ କାରଣରୁ ସେ ପାଠ ସମ୍ପୂର୍ଣ୍ଣ କରିନପାରି ଏକ ଛୋଟ ଚାକିରି କରି ଡିପ୍ଲୋମା କରିଥିଲେ।

ଶେଷରେ ପତ୍ରବିନିମୟ ଜରିଆରେ ଇଂଜିନିୟରିଂ ଡିଗ୍ରୀ ଅର୍ଜନ କରିଥିଲେ।

ବର୍ଷକ ପରେ ଏଚ୍‌ପିସିଏଲ୍‌ରେ ଜଣେ ଅଫିସର ଭାବେ ଯୋଗ ଦେଇଥିଲେ।

ଲୋକେଶ ଚଳାଉଥିବା ଏକ ସାହିତ୍ୟ କ୍ଲବ୍‌ର ଜଣେ ସଦସ୍ୟ ଦିନେଶ ଥରେ ଆନ୍ଧ୍ରପ୍ରଦେଶ ବିଶ୍ବବିଦ୍ୟାଳୟ ଚେସ୍‌ ଚାମ୍ପିଅନ୍‌ ହୋଇ ଚେସ୍‌ ଟ୍ରଫି ଆଣି ଫେରିଥିଲେ।

ଏହାକୁ ଦେଖି ଲୋକେଶ୍ବର ତାଙ୍କ ପିଲାଦିନର ଚେସ ଖେଳକୁ ମନେ ପକାଇଥିଲେ।

ତାଙ୍କ ସହ ଖେଳିଥିବା ୩ଟି ମ୍ୟାଚ୍‌ ହାରିଯିବା ପରେ ଥରୁଟିଏ ହରାଇବାକୁ ମନେ ମନେ ଜିଦ୍‌ କରିଥିଲେ।

ଏହିଠାରୁ ତାଙ୍କ ନିଶା ଆରମ୍ଭ ହୋଇଥିଲା।

ଏକ ଚେସ୍‌ ବହି ପଢ଼ିବା ପରେ ଦିନେଶଙ୍କୁ ବାରମ୍ବାର ହରାଇବା ତାଙ୍କ ପାଇଁ ମାମୁଲି କଥା ‌ହୋଇଥିଲା।

ମାତ୍ର ୩ ମାସ ଭିତରେ ସେ ଏଚ୍‌ପିସିଏଲ୍‌ ଦଳରେ ସାମିଲ ହୋଇଯାଇଥିଲେ ଏବଂ ଝିଅ ସାହିତିଙ୍କ ଚେସ୍‌ ଗୁରୁ ଭାବେ ପ୍ରତିଜ୍ଞା କରିଛନ୍ତି ତାଙ୍କୁ କାସ୍କାରୋଭ ଓ ଫିଶରଙ୍କ ଭଳି ଗଢ଼ିତୋଳିବାକୁ।

ଜନତାଙ୍କ ସଞ୍ଚୟ ମଧ୍ୟ ଲୁଟୁଛନ୍ତି ବୋଲି ଅଭିଯୋଗ କ୍ରମେ ଚେସ୍‌ ଖେଳିବା ଲୋକେଶ୍ବର ଓ ତାଙ୍କ କନ୍ୟା ସାହିତିଙ୍କ ପାଗଳାମିରେ ପରିଣତ ହୋଇଯାଇଥିଲା।

ଝିଅର ଆଗ୍ରହ ଦେଖି ସେ ବିପିସିଏଲ୍‌ ଚାକିରି ଛାଡ଼ି ତାଙ୍କ ପଛରେ ଲାଗିପଡ଼ିଥିଲେ।

ସଫଳତାର ଶୀର୍ଷରେ ଥିବାବେଳେ କୋଭିଡ୍‌ ତାଙ୍କ ଗତିରୋଧ କରିଥିଲା।

ତଥାପି ଅନ୍‌ଲାଇନ୍‌ ମାଧ୍ୟମରେ ସେ ଚେସ୍‌କୁ ଛାଡ଼ିପାରିନଥିଲେ।

କୋଭିଡ୍‌ ପରେ ବିଦେଶ ଗସ୍ତ ପାଇଁ ଏଚ୍‌ପିସିଏଲ୍‌ ୧୦ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶ ସରକାର ୧୦ ଲକ୍ଷ ଦେଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା।

ଫଳରେ ବିକଳ୍ପ ନପାଇ ନିଜ ଆପାର୍ଟମେଣ୍ଟ୍‌ ବିକ୍ରୀ କରି ଦେଇଥିଲେ ଏବଂ ପତ୍ନୀଙ୍କ ସୁନା ବନ୍ଧକ ରଖି ଆଗକୁ ବଢ଼ିଥିଲେ।

ଚାକିରି ଛାଡ଼ିବା ପରେ ସେ ଏକ ଚେସ୍‌ ଏକାଡେମୀ ଗଢ଼ିଥିଲେ।

କିନ୍ତୁ ନିଜର ବାଇପାସ୍‌ ସର୍ଜରୀ କାରଣରୁ ସେ ପ୍ରାୟ ୧୦ ମାସ ଦୂରେଇ ରହିବା ସ‌ତ୍ତ୍ବେ ଝିଅର ଖେଳ ଜୀବନକୁ ପ୍ରଭାବିତ ହେବାକୁ ଦେଇନଥିଲେ।

ଟ୍ରମ୍ପ ଜୋର ଦେଇଥିଲେ ଯେ ଉଭୟ ଦେଶ ଅସ୍ତ୍ରବିରତି ପଦକ୍ଷେପକୁ ସମର୍ଥନ କରନ୍ତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)