OCA election: ହାଇକୋର୍ଟରେ ଓସିଏ ନିର୍ବାଚନ ବିଳମ୍ବିତ ପ୍ରସଙ୍ଗ: ସେପ୍ଟେମ୍ବର ୧ରେ ପରବର୍ତ୍ତୀ ଶୁଣାଣି
"କଟକ: ନିର୍ବାଚନ ସ୍ଥଗିତ ରଖିବା ଏକ ମିଳିତ ନିଷ୍ପତ୍ତି ଥିଲା।
ଏହା ସାଧାରଣ ପରିଷଦ ଦ୍ବାରା ଅନୁମୋଦିତ ଥିଲା ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ହାଇକୋର୍ଟରେ ଆଜି ଦର୍ଶାଯାଇଛି।
ଏଥି ସହିତ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ ପ୍ରସଙ୍ଗରେ ଓମ୍ବୁଡସମ୍ୟାନ୍ ଦେଇଥିବା ମତାମତର କପି ଓସିଏ ତରଫରୁ ହାଇକୋର୍ଟରେ ଉପସ୍ଥାପନ କରାଯାଇଛି।
କ୍ଲବ୍ର ନିର୍ବାଚନ ୧୦ ବର୍ଷ ହେବ ହୋଇ ନଥିବା ବେଳେ ଓସିଏ ନିର୍ବାଚନ ପ୍ରସଙ୍ଗ ନେଇ ଦାୟର ମାମଲା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟରେ ଦର୍ଶାଯାଇଛି।
ମାମଲାର ଶୁଣାଣି ଅସଂପୂର୍ଣ୍ଣ ରହିଥିବା ବେଳେ ସେପ୍ଟେମ୍ବର ୧ ତାରିଖ ଦିନ ୩ଟା ବେଳେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ୍ କ୍ଲବ୍ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।Advertisment Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା ଓସିଏ ସଂପାଦକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ନିର୍ବାଚନ ଓ ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରଖିବା ପ୍ରସଙ୍ଗ ୨୦୨୫ ଅଗଷ୍ଟ ୩୧ ଏବଂ ୨୦୨୬ ଫେବ୍ରୁଆରି ୨୨ର ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା।
ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରହିବା ପ୍ରସଙ୍ଗକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲା।
ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ର ପ୍ରଭାବ ଅନୁଧ୍ୟାନ କରିବା ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ସାଧାରଣ ପରିଷଦରେ ମତ ପ୍ରକାଶ ପାଇଥିଲା।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁବିର ପାଲିତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶଶାଙ୍କ ଶେଖର ଦାସ, ଅମିତାଭ ମିଶ୍ର ସହାୟତା କରୁଛନ୍ତି।
Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
