Fraud: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟ୍ରୁ ୧୫ଲକ୍ଷ ଚଳୁ: କୋଲକାତାରୁ ବନ୍ଧା ହେଲା ଠକ
"ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟ୍ରୁ ୧୫ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ ଅଭିଯୁକ୍ତ କୋଲକାତା ହାଵାଡାର ଅରିତ ରୟ(୪୧)କୁ ଗିରଫ କରିଛି।
ତା" ନିକଟରୁ ଠକେଇ ପାଇଁ ବ୍ୟବହୃତ ମୋବାଇଲ୍ ଫୋନ୍, ସିମ୍ ଓ ଅନ୍ୟାନ୍ୟ ଦଲିଲ ଜବତ କରିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ରୢାକେଟ୍ରେ ଏକାଧିକ ଅନ୍ତଃରାଜ୍ୟ ସାଇବର ଠକ ଥିବା ପୁଲିସ ଜାଣିବାକୁ ପାଇଛି।
ତେଣୁ ସେମାନଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଆଇଟି ଟିମ୍ ସହଯୋଗରେ ଟ୍ରାକିଂ କରିବାକୁ ଉଦ୍ୟମ ଚଳାଇଛି।Advertisment Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା ଅଭିଯୋଗ ଅନୁସାରେ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ(୮୨)ଙ୍କର ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍ର ଭୁବନେଶ୍ବର ଶାଖାରେ ଏକ ଏଫ୍ଡି ଆକାଉଣ୍ଟ୍ ରହିଛି।
କୃଷ୍ଣଚନ୍ଦ୍ରଙ୍କ ସାମାଜିକ ଗଣମାଧ୍ୟମ ଫିଡ୍କୁ ବ୍ୟବହାର କରି ଠକ ଅରିତ ତାଙ୍କୁ ହ୍ବାଟ୍ସଆପ୍ରେ ଏକ ମେସେଜ୍ ପଠାଇଥିଲା।
ପରେ ତାଙ୍କୁ ବନ୍ଧନ ବ୍ୟାଙ୍କ୍ରେ ଟଙ୍କା ବିନିଯୋଗ କରିବା ପାଇଁ ପ୍ରବର୍ତ୍ତାଇଥିଲା।
କୃଷ୍ଣଚନ୍ଦ୍ର ରାଜି ହେବା ପରେ ଠକ ତାଙ୍କ ହ୍ବାଟ୍ସଆପ୍ ଜରିଆରେ ଏକ ଏପିକେ ଫାଇଲ୍ ପଠାଇଥିଲା।
ଏହି ଫାଇଲ୍ ଖୋଲିବା ପରେ ଠକ ଏହାକୁ ବ୍ୟବହାର କରି କୃଷ୍ଣଚନ୍ଦ୍ରଙ୍କ ମୋବାଇଲ୍ ହ୍ୟାକ୍ କରିଥିଲା।
ପରେ ବିଭିନ୍ନ ପର୍ଯ୍ୟାୟରେ କୃଷ୍ଣଚନ୍ଦ୍ରଙ୍କ ଏହି ଏଫ୍ଡି ଆକାଉଣ୍ଟ୍ରୁ ପ୍ରାୟ ୧୫ଲକ୍ଷ ଟଙ୍କା ଠକି ନେଇଥିଲା।
ତେବେ ଗତ ୮ଜୁନ୍ରେ ତାଙ୍କ ଏଫ୍ଡି ଆକାଉଣ୍ଟ୍ରୁ ଟଙ୍କା ଉଠାଣ ନେଇ କୃଷ୍ଣଚନ୍ଦ୍ରଙ୍କୁ ମେସେଜ୍ ଆସିବା ପରେ ସେ ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ କେନ୍ଦ୍ର କରି ସାଇବର ଥାନା ପୁଲିସର ଏସ୍ଆଇ ମାନସ ରଞ୍ଜନ ତ୍ରିପାଠୀ ଘଟଣାର ତଦନ୍ତ କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ କିଛି ମ୍ୟୁଲ୍ ଆକାଉଣ୍ଟ୍ ବ୍ୟବହାର କରି କୃଷ୍ଣଚନ୍ଦ୍ରଙ୍କ ଆକାଉଣ୍ଟ୍ରୁ ଟଙ୍କା ଗାଏବ୍ କରାଯାଇଛି।
ଫଳରେ ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିବା ଏବଂ ଟଙ୍କା ରିକଭରି କରିବା ସାଇବର ପୁଲିସ ପାଇଁ ଏକ ଆହ୍ବାନ ଥିଲା।
ପରେ ଉକ୍ତ ଆକାଉଣ୍ଟ୍ରୁ କାରବାର ହୋଇଥିବା ଟଙ୍କା ଓ ସିମ୍ ଡିଟେଲ୍ସ ଆଧାରରେ ପୁଲିସ ଧୂର୍ତ୍ତ ଅରିତର ଲୋକେସନ୍ ଠାବ କରାଯାଇଥିଲା।
Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି ସେହିଭଳି ସାଇବର ଥାନା ପୁଲିସ ତଦନ୍ତ କରି ଆହୁରି ସୂଚନା ଦେଇଛି ଯେ ଅରିତ ଏକୁଟିଆ ନୁହେଁ ବରଂ ତା" ଗ୍ୟାଙ୍ଗ୍ରେ ଏକ ଚେନ୍ ସିଷ୍ଟମ୍ କାର୍ଯ୍ୟ କରୁଛି।
ରୢାକେଟ୍ର କିଛି ସଦସ୍ୟ ଲୋକଙ୍କୁ ଟଙ୍କା ଲୋଭ ଦେଖାଇ ନଚେତ୍ ମିଛ କଥା କହି ସେମାନଙ୍କ ଆକାଉଣ୍ଟ୍ ନେଉଛନ୍ତି।
ପରେ ଟଙ୍କା ବିନିଯୋଗ କରିବାର ଲୋଭ ଦେଖାଇ ଉକ୍ତ ଆକାଉଣ୍ଟ୍ ମାଧ୍ୟମରେ କାରବାର କରାଯାଉଛି।
କେବଳ ସେତିକି ନୁହେଁ, ଏଥିପାଇଁ କମିସନ୍ କାରବାର ଚାଲୁଥିବ ନେଇ ପୁଲିସ ସୂଚନା ଦେଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
