Obstructing police: ପୁଲିସକୁ ବାଧା ଦେଇ ଦୁଇ ଆନ୍ଧ୍ର ଏଜେଣ୍ଟ ଗିରଫ: ମହଙ୍ଗା ପଡ଼ିଲା କୋଟିଆରେ ବିଶୃଙ୍ଖଳା

Nov 22, 2026 - 08:01
Obstructing police: ପୁଲିସକୁ ବାଧା ଦେଇ ଦୁଇ ଆନ୍ଧ୍ର ଏଜେଣ୍ଟ ଗିରଫ: ମହଙ୍ଗା ପଡ଼ିଲା କୋଟିଆରେ ବିଶୃଙ୍ଖଳା

କୋରାପୁଟ/ସେମିଳିଗୁଡ଼ା: କୋଟିଆ ପ୍ରସଙ୍ଗରେ ଓଡ଼ିଶା ପୁଲିସ ଓ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଓଡ଼ିଶାରେ ରହି ଆନ୍ଧ୍ରର ଗୁଣଗାନ କଲେ ଆଉ ମିଳିବନି କ୍ଷମା।

ପୁଲିସକୁ ଡ୍ୟୁଟିରେ ବାଧାଦେବା ଅଭିଯୋଗରେ ଦୁଇ ଜଣ ଆନ୍ଧ୍ର ଏଜେଣ୍ଟଙ୍କୁ ଆଜି ଗିରଫ କରାଯାଇଛି।

ଏହା ଆନ୍ଧ୍ର ସମର୍ଥକଙ୍କୁ ବିଶୃଙ୍ଖଳାର ଜବାବ ବୋଲି କୁହାଯାଇଛି।

Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ଆନ୍ଧ୍ର ଜିଲ୍ଲା ପରିଷଦ ଓ ସମିତିସଭ୍ୟ ନିର୍ବାଚନ ପୂର୍ବରୁ ନଭେମ୍ବର ୪ତାରିଖ ଦିନ କୋଟିଆ ପଞ୍ଚାୟତର ମାଡ଼କାର ଓ ଡୋଲିଆମ୍ବ ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ଆନ୍ଧ୍ର ଏଜେଣ୍ଟ।

ଓଡ଼ିଶା ପୁଲିସ ଓ ପ୍ରଶାସନକୁ ରୋକିବା ଉଦ୍ଦେଶ୍ୟରେ ଏଭଳି ବେଆଇନ କାମ କରିଥିଲେ।

ଖବର ପାଇ ପୁଲିସ ପାଟ୍ରୋଲିଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅଗ୍ନିଶମ ବିଭାଗ ସହାୟତାରେ ଗଛକାଟି ରାସ୍ତାରୁ ଅବରୋଧ ହଟାଇଥିଲେ।

ଏହାପରେ ପୁଲିସ ଟିମ୍‌ ଫାଟୁସିନେରି ଯାଇଥିଲା।

ଷଡ଼୍‌ଯନ୍ତ୍ର ବିଫଳ ହେବାରୁ ଫାଟୁସିନେରିରେ ସ୍ଥାନୀୟ ଲୋକଙ୍କୁ ମତାଇ ଓଡ଼ିଶା ପୁଲିସ ବିରୋଧରେ ନାରାବାଜି କରିଥିଲେ ଆନ୍ଧ୍ର ଏଜେଣ୍ଟ୍‌।

ଏପରିକି ଆଇନ ହାତକୁ ନେବା ପାଇଁ ପଛାଇ ନଥିଲେ।

ପୁଲିସର ତମ୍ବୁ ଉପାଡ଼ିବା ସହ ଓଡ଼ିଶା ସରକାରଙ୍କ ଫଳକ ଓ ଅନ୍ୟ ସରଞ୍ଜାମ ନଷ୍ଟ କରିଥିଲେ।

ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ଏନେଇ କୋଟିଆ ଥାନାରେ ପୁଲିସ ମାମଲା ରୁଜୁ କରିଥିଲା।

Education: ବନ୍ୟା ବାତ୍ୟା ପାଠପଢା ବାଧାପ୍ରାପ୍ତ କେମିତି ହେବ ଭରଣା; ବାର୍ଷିକ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ତ?

ନିର୍ବାଚନ ସରଗରମ ଥମିବା ପରେ ପୁଲିସ ସେହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ତଦନ୍ତରୁ ଫାଟୁସିନେରି ଗାଁର ବିଶୁ ପାଙ୍ଗି ଓ ଲିବ୍ରି ହାରେକା ସଂପୃକ୍ତ ରହିଥିବାରୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୁନାବେଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ଅତିରିକ୍ତ ଏସ୍‌ପି ମନୋଜ ପୂଜାରୀ ଏହି ସୂଚନା ଦେଇଛନ୍ତି।

ବିଶୃଙ୍ଖଳାରେ ଆଉ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଥିବା କହିଛନ୍ତି।

ଉଭୟ ଅଭିଯୁକ୍ତ ଆନ୍ଧ୍ରକୁ ସମର୍ଥନ କରି ଓଡ଼ିଶାର ସମସ୍ତ କାର୍ଯ୍ୟକଳାପ ସଂପର୍କରେ ଆନ୍ଧ୍ରକୁ ସୂଚନା ଦେଉଥିବା ନେଇ ରହିଥିବା ଅଭିଯୋଗର ତଦନ୍ତ ଚାଲିଛି।

କୋଟିଆରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୁମିତ୍ରା ଜେନା, କୋଟିଆ ଥାନା ଆଇଆଇସି ମଧୁସୂଦନ ଭୋଇ, ସେମିଳିଗୁଡ଼ା ଥାନା ଆଇଆଇସି ଅନିତା କୁଜୁର, ସୁନାବେଡ଼ା ଥାନା ଆଇଆଇସି ସୁଷମା କଅଁର ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)