Nutrition: କିମାଶ୍ଚର୍ଯ୍ୟମ୍: ଗେଣ୍ଡୁ ଫୁଲରୁ ପୁଷ୍ଟିସାର
"ଗେଣ୍ଡୁ ଫୁଲ ଓ ଭାରତୀୟ ସଂସ୍କୃତି ଓତପ୍ରୋତ ଭାବେ ଜଡ଼ିତ।
ପୂଜାର୍ଚ୍ଚନାରୁ ଆରମ୍ଭ କରି ରାଜନୈତିକ ସଭା ଓ ବୈବାହିକ ସାଜସଜ୍ଜାରେ ଗେଣ୍ଡୁ ଫୁଲ ହେଉଛି ଏକ ଅତ୍ୟାବଶ୍ୟକ ଜିନିଷ।
ତେବେ ବ୍ୟବହାର କରିବାର କିଛି ଘଣ୍ଟା ପରେ ଗେଣ୍ଡୁ ଫୁଲଗୁଡ଼ିକ ଅନାବଶ୍ୟକ ହୋଇଯାଏ।
ପ୍ରତି ବର୍ଷ ଶହ ଶହ କୋଟି ଡଲାର ମୂଲ୍ୟର ଫୁଲ ଫିଙ୍ଗି ଦିଆଯାଏ।
ତେବେ ଏହା ଏକ ଉତ୍କୃଷ୍ଟ ଖାଦ୍ୟ ସାମଗ୍ରୀ ହୋଇପାରିବ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି।
ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଜର୍ଜିଆ ବିଶ୍ବବିଦ୍ୟାଳୟର ଏକ ଗବେଷଣା ଅନୁସାରେ ଶୁଖିଲା ଗେଣ୍ଡୁ ପାଖୁଡ଼ାରେ ଓଜନର ୧୦ ପ୍ରତିଶତ ପ୍ରୋଟିନ୍ ବା ପୁଷ୍ଟିସାର ଥାଏ।
ଏହି ପୁଷ୍ଟିସାର ପରିମାଣ ଗହମ, ମକା ଓ ଓଟ୍ସ ସହିତ ତୁଳନୀୟ।
ଏହି ପୁଷ୍ଟିସାରର ଅଧିକାଂଶ ଭାଗ ହେଉଛି ଦ୍ରବଣୀୟ ପର୍ଯ୍ୟାୟର "ଆଲ୍ବ୍ୟୁମିନ୍"।Advertisment Vedanta: 'ବେଦକ୍ଷତା" ଦକ୍ଷତା ତାଲିମ କେନ୍ଦ୍ରରେ ନାମ ଲେଖାଇଲେ ୩୧୮ଜଣ ଗେଣ୍ଡୁ ଫୁଲରେ ଥିବା ପୁଷ୍ଟିସାର ଯୌଗିକଗୁଡ଼ିକ ମଟର ଓ ବୁଟରେ ଥିବା ପୁଷ୍ଟିସାର ତୁଳନାରେ ଅଧିକ ତାପମାତ୍ରା ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହୁଥିବାରୁ ଏହା ରୋଷେଇ କାର୍ଯ୍ୟରେ ଅଧିକ ଉପଯୋଗୀ ହୋଇପାରିବ।
ଗେଣ୍ଡୁ ଫୁଲ ପାଖୁଡ଼ାରେ ତନ୍ତୁ ସମେତ କ୍ୟାଲ୍ସିଅମ୍, ପୋଟାସିଅମ୍ ଓ ଲୌହ ପରି ଖଣିଜ ମଧ୍ୟ ଥାଏ।
ଏହିସବୁ କାରଣରୁ ଗେଣ୍ଡୁ ଫୁଲକୁ ଭବିଷ୍ୟତରେ ଉତ୍କୃଷ୍ଟ ଉଦ୍ଭିଦଜାତ ପୁଷ୍ଟିସାର ଉତ୍ସ ଭାବେ ଗ୍ରହଣ କରାଯାଇପାରିବ ବୋଲି ଏହି ଗବେଷଣାରୁ ପ୍ରକାଶ ପାଇଛି।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ସବୁ ପ୍ରଜାତିର ଗେଣ୍ଡୁ ଫୁଲ ଆହାରଯୋଗ୍ୟ ନୁହେଁ।
ଏହି ଗବେଷଣା ପାଇଁ "କେଲେଣ୍ଡୁଲା ଓଫିସିନାଲିସ୍" ପ୍ରଜାତିର ଗେଣ୍ଡୁ ଫୁଲ ବ୍ୟବହାର କରାଯାଇଥିଲା।
Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ"