Theft: ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍, ପୁଲିସର ତଦନ୍ତ ଆରମ୍ଭ

Jul 02, 2026 - 12:39
Theft: ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍, ପୁଲିସର ତଦନ୍ତ ଆରମ୍ଭ

"କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ଥାନା ସୁନାଖଣ୍ଡି ପଞ୍ଚାୟତ ଆଲଜିନଗୁଡ଼ା ଛକ ଶିବ ମନ୍ଦିର ସାହିରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଦେଖିବାକୁ ମିଳିଛି।

ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।

ସ୍ଥାନୀୟ ବାସିନ୍ଦା ବୀରେନ୍ଦ୍ର ନାଗ ଓ ତାଙ୍କ ସ୍ତ୍ରୀ ସୁଜାତା ନାଗଙ୍କ ଘର ପରିବାର ସମସ୍ତେ ମିଶି ବୁଧବାର ଦିନ ରାୟଗଡ଼ାରେ ରହୁଥିବା ଝିଅ ଘରକୁ କୌଣସି କାମରେ ଯାଇ ରାତିରେ ରହି ଆଜି ସକାଳ ୮ଟାରେ ଘରେ ପହଞ୍ଚି ଦେଖିଲା ବେଳକୁ କଳା କନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ।ଦୁର୍ବୃତ୍ତମାନେ ଘର ପଛପଟ ପାଚେରୀ ଡେଇଁ ସିସି କ୍ୟାମେରାକୁ ଜୋତା ସାହାଯ୍ୟରେ ଅକାମୀ କରି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।Advertisment Odisha Mining Sector: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଞ୍ଜନିବେଶ ଲାଗି ବୁଝାମଣାପତ୍ର ସ୍ବାକ୍ଷରିତ ପଡ଼ୋଶୀ ଦୁଇ ଯୁବକଙ୍କୁ ପୁଲିସର ପଚରାଉଚରା ଘର ଭିତରେ ଥିବା ଆଲମାରୀକୁ ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଗହଣା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ସୁନା ଚେନ୍,ଦୁଇଟି ମୁଦି,କାନ ଫୁଲ,ସାତ ତୁଳା ରୂପା କାଠ ବିକ୍ରି କରି ରଖିଥିବା ନଗଦ ୨ ଲକ୍ଷ ଟଙ୍କା ସହ ଏଲ୍ ସିଡି ଟିଭି,ଏହା ସହିତ ଟଙ୍କା ରଖିଥିବା ମାଟି ପିତୁଳାକୁ ମଧ୍ୟ ଭାଙ୍ଗି ସବୁତକ ଟଙ୍କା ସୁନା ରୁପା ଚୋରି ହୋଇଥିବା ବେଳେ ପଡ଼ୋଶୀ ଦୁଇ ଯୁବକଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା ନିମନ୍ତେ ଆଣି ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଦଳକୁ ଖବର ଦେଇ ତଦନ୍ତ କରୁଥିବା ସୂଚନା ମିଳିଛି ।

"