Nuapada Sub-Jail Escape: ନୂଆପଡ଼ା ସବ୍‌ଜେଲ୍‌ରୁ କଏଦୀ ଫେରାର୍‌

Sep 07, 2026 - 18:06
Nuapada Sub-Jail Escape:  ନୂଆପଡ଼ା ସବ୍‌ଜେଲ୍‌ରୁ କଏଦୀ ଫେରାର୍‌

"ସଫେଇ କାମ ବେଳେ ସୁଯୋଗ ନେଇ ଚମ୍ପଟ, ୨୦ ବର୍ଷ ଜେଲ୍‌ଦଣ୍ଡ ଭୋଗୁଥିଲା ନୂଆପଡ଼ା: ନୂଆପଡ଼ା ସବ୍‌ଜେଲ୍‌ରୁ ଆଜି (ସୋମବାର) ପୂର୍ବାହ୍‌ଣରେ ଜଣେ କଏଦୀ ଫେରାର ହୋଇଯାଇଛି।

ଫେରାର କଏଦୀ ଜଣକ ହେଲେ ସିନାପାଲି ଥାନା ଅଧୀନ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ସିଂ ମାଝୀ (୩୦)।

ସେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ବର୍ଷ ଜେଲ୍‌ ଦଣ୍ଡ ଭୋଗୁଥିଲେ।

Advertisment Choudwar jail escape case ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଥାନାରେ ଏତଲା ଦେଲେ ସାଂସଦ ସୁଜିତ କୁମାର ପୂର୍ବାହ୍‌ଣ ପ୍ରାୟ ୮ଟା ସମୟରେ ଜେଲ୍‌ ପରିସର ସଫେଇ କାମ ଚାଲିଥିବା ବେଳେ ବିଶ୍ୱବିହାରୀ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗରେ ଜେଲ୍‌ ପରିସରରୁ ଚମ୍ପଟ ମାରିଥିଲା।

Police enter Chaudhary Jail: ଚୌଦ୍ବାର ଜେଲ୍‌ରେ ପଶିଲା ପୁଲିସ: ଜେଲ୍ ଅଧୀକ୍ଷକଙ୍କୁ ଜେରା, ମିନିଟ୍ ବୁକ୍ ଗାଏବ ଘଟଣା ସମ୍ପର୍କରେ ନୂଆପଡ଼ା ସବ୍‌ଜେଲ୍‌ ଜେଲର୍‌ ବଳରାମ ମାଝୀ ସୂଚନା ଦେଇ କହିଛନ୍ତି, ୨୦୨୧ ମସିହାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବିଶ୍ୱବିହାରୀ ଗିରଫ ହୋଇ ଜେଲ୍‌ ଯାଇଥିଲା।

ଫେରାର୍‌ କଏଦୀ ବିଶ୍ବବିହାରୀ ସିଂ ପରବର୍ତ୍ତୀ ସମୟରେ ମାମଲାର ବିଚାର କରି ନୂଆପଡ଼ା ଅଦାଲତ ୨୦୨୩ ମସିହାରେ ତାକୁ ୨୦ ବର୍ଷ ପାଇଁ ଜେଲ୍‌ଦଣ୍ଡାଦେଶ ଦେଇଥିଲେ।

ଫେରାର କଏଦୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଓ ତଲାସୀ ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)