Nuakhai Bhetghat: ରାଷ୍ଟ୍ରପତି ଭବନ ଠାରେ ଲାଞ୍ଜିଆ ସଉରାଙ୍କ ନୂଆଖାଇ ଭେଟଘାଟ

Sep 16, 2026 - 19:24
Nuakhai Bhetghat: ରାଷ୍ଟ୍ରପତି ଭବନ ଠାରେ ଲାଞ୍ଜିଆ ସଉରାଙ୍କ ନୂଆଖାଇ ଭେଟଘାଟ

"ରାୟଗଡା: ନୂଆଖାଇ ଭେଟଘାଟ ଅବସରରେ ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ୍ ପୁଟାସିଂ ଅଞ୍ଚଳରୁ ବିଶେଷ ଭାବେ ଅନୁନ୍ନତ  ଜନଜାତି (ପିଭିଟିଜି) ଲାଞ୍ଜିଆ ସଉରାଙ୍କ ଏକ ୧୫ ଜଣିଆ ସାଂସ୍କୃତିକ ଦଳ ରାଷ୍ଟ୍ରପତି ଭବନରେ ହୋଇଥିବା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣ ପରେ ରାୟଗଡା ଜିଲ୍ଲାର ଏହି ପିଭିଟିଜି ଦଳ କାର୍ଯ୍ୟକ୍ରମ‌ରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ   ପୁଟାସିଂ ଅଞ୍ଚଳର ବୀର ଦଳବେହେରା ଏବଂ ଜୁନେଶ ଶବରଙ୍କ ନେତୃତ୍ଵରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ lAdvertisment ଇଡିତାଲ୍ ଚିତ୍ରକଳା ଉପହାର ଦେଲେ ଏହି ଅବସରରେ ଲାଞ୍ଜିଆ ସଉରାଙ୍କ ବିଶେଷ  ଇଡିତାଲ୍ ପେଣ୍ଟିଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲାଞିଆ ସୌରା  ଦଳ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଲାଞ୍ଜିଆ ସଉରାଙ୍କ ପାରମ୍ପାରିକ ବାଜା ନୃତ୍ୟ ଏବଂ ଜଣେ ବୃଦ୍ଧା ଙ୍କ ଦ୍ଵାରା ହୁଇସିଲ୍ ମାରି ରାଷ୍ଟ୍ରପତି ଙ୍କୁ ମନମୁଗ୍ଧ କରିଥିବା ସୂଚନାରୁ ଜଣାପଡିଛି l ଗୁଣପୁର ଭଲି ଆଦିବାସୀ ବହୁଳ ପଛୁଆ ଅଞ୍ଚଳରୁ ବିରଳ ଜନଜାତିଙ୍କ ରାଷ୍ଟ୍ରପତି ଭବନରେ ନୂଆଖାଇ ପାଳନ କରିବା ଅଞ୍ଚଳ ପାଇଁ ଏକ ଗୌରବ ଆଣିଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l ଏଠାରେ ସୂଚନାଯୋଗ୍ୟଯେ ଲଞିଆ ସ‌ୌରାଙ୍କ ଇଡିତାଲ ଜିଆଇ ଟ୍ୟାଗ ପାଇଛି।

ରାୟଗଡା ଜିଲ୍ଲାରେ ରହିଥିବା ୨ଟି ପିଭିଟିଜିଙ୍କ ମଧ୍ୟରୁ ଲାଞିଆ ସୌରା ଅନ୍ୟତମ।

ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ୮ଜଣ ପୁରୁଷ ଓ ୭ ଜଣ ମହିଳା ଲାଞିଆ ସୌରା ଯୋଗଦାନ କରିଥିଲେ।

Puri Beach Rescue: ପୁରୀ ସମୁଦ୍ରର ଓଟାରୁଣୀ ସ୍ରୋତରୁ ଦୁଇ ନାବାଳକ ପର୍ଯ୍ୟଟକ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)