El Nino: ‘ଗଡ୍‌ଜିଲା’ଠାରୁ ମାତ୍ର ୦.୦୨ ଡିଗ୍ରି ସେଲ୍‌ସିୟସ୍‌ ଦୂରରେ ଏଲ୍‌ନିନୋ

Sep 16, 2026 - 19:24
El Nino: ‘ଗଡ୍‌ଜିଲା’ଠାରୁ ମାତ୍ର ୦.୦୨ ଡିଗ୍ରି ସେଲ୍‌ସିୟସ୍‌ ଦୂରରେ ଏଲ୍‌ନିନୋ

"ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଛି।

ନିଓ ୩.୪ ନାମକ ଗୁରୁତ୍ୱପୂର୍ଣ୍ଣ ନିରୀକ୍ଷଣ ଅଞ୍ଚଳରେ ସମୁଦ୍ର ପତ୍ତନର ତାପମାତ୍ରା ହାରାହାରିଠାରୁ ପ୍ରାୟ ୩ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ରହିଛି।

ଫଳରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଏଲ୍‌ନିନୋ "ଗଡ୍‌ଜିଲା"ର ମାନଦଣ୍ଡଠାରୁ ଏହା ମାତ୍ର ୦.୦୨ ଡିଗ୍ରି ସେଲ୍‌ସିୟସ୍‌ ଦୂରରେ ରହିଛି।Advertisment ବିଶ୍ୱରେ ବଢ଼ିପାରେ ଉତ୍ତାପ, ମରୁଡ଼ି ଓ ବନ୍ୟା ବିପଦ ନିଓ ୩.୪ ଅଞ୍ଚଳ ମଧ୍ୟ-ପୂର୍ବ ଭୂମଧ୍ୟରେଖୀୟ ପ୍ରଶାନ୍ତର ଏକ ବଡ଼ ଅଂଶକୁ ନେଇ ଗଠିତ।

ଏହି ଅଞ୍ଚଳର ତାପମାତ୍ରା ଏଲ୍‌ନିନୋର ସ୍ଥିତି ମାପିବାର ଏକ ପ୍ରମୁଖ ସୂଚକ।

ମେ"ରୁ ଜୁଲାଇ ମଧ୍ୟରେ ଏଠାରେ ତାପମାତ୍ରା ହାରାହାରିଠାରୁ ପ୍ରାୟ ୧.୫ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ଥିଲା।

ଜୁଲାଇରେ ଏହା ପ୍ରାୟ ୨ ଡିଗ୍ରିରେ ପହଞ୍ଚିଥିବା ବେଳେ ଅଗଷ୍ଟରେ ତାପମାତ୍ରା ଆହୁରି ବଢ଼ିଥିଲା।

ପ୍ରଶାନ୍ତ ମହାସାଗରର ଉପରିଭାଗ ତଳେ ମଧ୍ୟ ଅସାଧାରଣ ଭାବେ ଉଷ୍ମ ଜଳ ଜମା ହେଉଛି।

ଜୁଲାଇ ଓ ଅଗଷ୍ଟ ଆରମ୍ଭରେ କେତେକ ଅଞ୍ଚଳରେ ଭୂପୃଷ୍ଠ ତଳ ଜଳର ତାପମାତ୍ରା ହାରାହାରିଠାରୁ ୮ ଡିଗ୍ରିରୁ ଅଧିକ ଥିଲା।

ଏହି ଉଷ୍ମ ଜଳ ଆଗାମୀ ଦିନରେ ଏଲ୍‌ନିନୋକୁ ଆହୁରି ଶକ୍ତିଶାଳୀ କରିପାରେ।

ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) କହିଛି, ଏଲ୍‌ନିନୋ ଏବେ ସକ୍ରିୟ ରହିଛି ଏବଂ ୨୦୨୬ ଶେଷ ଆଡ଼କୁ ଏହା ସର୍ବୋଚ୍ଚ ତୀବ୍ରତାରେ ପହଞ୍ଚିପାରେ।

ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ ନିଓ ୩.୪ ଅଞ୍ଚଳର ତାପମାତ୍ରା ବିଚ୍ୟୁତି ହାରାହାରି ୩.୬ ଡିଗ୍ରି ସେଲ୍‌ସିୟସ୍‌ ରହିବାର ଆକଳନ କରାଯାଇଛି।

ନଭେମ୍ବର-ଡିସେମ୍ବରରେ ଏହା ସର୍ବାଧିକ ହେବାର ଆଶଙ୍କା ରହିଛି।

ଫେବ୍ରୁଆରି ୨୦୨୭ ପର୍ଯ୍ୟନ୍ତ ଏଲ୍‌ନିନୋ ଜାରି ରହିବାର ସମ୍ଭାବନା ପ୍ରାୟ ୧୦୦ ପ୍ରତିଶତ ବୋଲି ଡବ୍ଲ୍ୟୁଏମ୍‌ଓ କହିଛି।

ଏଲ୍‌ନିନୋର ପ୍ରଭାବ କେବଳ ପ୍ରଶାନ୍ତ ଅଞ୍ଚଳରେ ସୀମିତ ରହେ ନାହିଁ।

ସମୁଦ୍ରର ତାପମାତ୍ରା ଓ ବାୟୁମଣ୍ଡଳୀୟ ପ୍ରବାହରେ ପରିବର୍ତ୍ତନ ଯୋଗୁଁ ଦୂରଦୂରାନ୍ତ ଅଞ୍ଚଳରେ ବର୍ଷା, ମରୁଡ଼ି, ଅତ୍ୟଧିକ ଉତ୍ତାପ ଓ ଝଡ଼ବାତ୍ୟାର ଢାଞ୍ଚା ପ୍ରଭାବିତ ହୋଇପାରେ।

ତେଣୁ ବିଶ୍ୱର ବିଭିନ୍ନ ଦେଶରେ ବନ୍ୟା, ମରୁଡ଼ି ଓ ଅତ୍ୟଧିକ ଉତ୍ତାପର ବିପଦ ବଢ଼ିପାରେ।

ଡବ୍ଲ୍ୟୁଏମ୍‌ଓ ବିଭିନ୍ନ ଦେଶକୁ ଆଗୁଆ ସତର୍କତା ଓ ପ୍ରସ୍ତୁତି ବ୍ୟବସ୍ଥା ମଜବୁତ କରିବାକୁ କହିଛି।

Tukaram Mundhe: ୧୧ ଟଙ୍କା ମୂଲ୍ୟର ଆଇଭି ସେଟ୍‌ ୩୨୫ ଟଙ୍କାରେ ବିକ୍ରି; କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ତୁକାରାମ ମୁଣ୍ଢେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)