EPFO: ୭ ଲକ୍ଷ ଅଚଳ ଇପିଏଫ୍‌ ଖାତାରେ ହଜାରେରୁ କମ୍‌ ବାଲାନ୍ସ

Jul 26, 2026 - 21:19
EPFO: ୭ ଲକ୍ଷ ଅଚଳ ଇପିଏଫ୍‌ ଖାତାରେ ହଜାରେରୁ କମ୍‌ ବାଲାନ୍ସ

"ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ୭ ଲକ୍ଷ ୧୧ ହଜାର ଅଚଳ ଖାତା ରହିଛି ଯେଉଁଥିରେ କୌଣସି କାରବାର ହେଉନାହିଁ।

ଏହି ଖାତାଗୁଡ଼ିକ‌ରେ ୧୦୦୦ ଟଙ୍କାରୁ କମ୍‌ ବାଲାନ୍ସ ରହିଛି।

ସେହି ସଦସ୍ୟମାନଙ୍କୁ ପରିଚୟ ସନ୍ଧାନ ପ୍ରକ୍ରିୟା ଜାରି ରହିଛି।

ସେଥିରୁ ୧ ଲକ୍ଷ ୧୮ ହଜାର ସଦସ୍ୟଙ୍କ ପରିଚୟ ମିଳିପାରିଛି।

ଅଚଳ ଖାତାର ହିତାଧିକାରୀମାନଙ୍କୁ ସେମାନଙ୍କ ଟଙ୍କା ଫେରାଇବାକୁ ନିଷ୍ପତ୍ତି ହୋଇଛି।Advertisment ଆହୁରି ପଢନ୍ତୁ:Adharapana 2026: ପଣା ରୂପକ ଅମୃତକୁ ପାନ କରାଇ ଶରୀରୀ ଓ ଅଶରୀରୀଙ୍କୁ ତୋଷ କରାଇବେ ମହାପ୍ରଭୁ  ସେଥିପାଇଁ ସେମାନଙ୍କୁ କୌଣସି ଆବେଦନ କରିବାକୁ ପଡ଼ିବ ନାହିଁ।

ସ୍ବୟଂକ୍ରିୟ ପ୍ରକ୍ରିୟାରେ ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେବ।

ସେନେଇ କାମ ଜାରି ରହିଛି।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସଂସ୍ଥା ସି-ଡାକ୍‌ ସହଯୋଗରେ କାମ ଚାଲିଛି।ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସୂଚନା ଅନୁସାରେ ୭.୧୧ ଲକ୍ଷ ଅଚଳ ଖାତାରେ ୩୦.୫୨ କୋଟି ଟଙ୍କା ରହିଛି।

ଆହୁରି ପଢନ୍ତୁ:Gen Z: ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାରେ ଭାରତୀୟ "ଜେନ୍‌ ଜେଡ୍‌"ଙ୍କୁ ପ୍ରବଳ ପ୍ରଶଂସା ୨୦୧୪ରେ ସାର୍ବଜନୀନ ଖାତା ସଂଖ୍ୟା (ୟୁଏଏନ୍‌) କାର୍ଯ୍ୟକାରୀ କରାଯିବା ପରେ ଅଚଳ ଖାତାର ହିତାଧିକାରୀମାନଙ୍କୁ ଖୋଜିବା ସମ୍ଭବ ହୋଇଛି।

ବିଭିନ୍ନ ବ୍ୟାଙ୍କରେ ସେମାନଙ୍କ ନାମରେ ଆଧାର ଲିଙ୍କ୍‌ ହୋଇଥିବା ଖାତାକୁ ଚିହ୍ନଟ କରି ସେହି ତଥ୍ୟ ସଂଗ୍ରହ କରାଯାଉଛି।

ଅଚଳ ଖାତାର କିଛି ହିତାଧିକାରୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି।

ଅଚଳ ଖାତାର ହିତାଧିକାରୀଙ୍କୁ ଟଙ୍କା ଫେରାଇବା ଲାଗି ପ୍ରକ୍ରିୟା ଚଳିତ ବର୍ଷ ଫେବ୍ରୁଆରିରୁ ଆରମ୍ଭ ହୋଇଥିଲା।

ଆହୁରି ପଢନ୍ତୁ:China: ଦକ୍ଷିଣ ଚୀନ୍‌ ସାଗରରେ ଭିଏତନାମ ଜାହାଜ ବୁଡ଼ିଲା, ୨୩ ନିଖୋଜ  ଅଗଷ୍ଟ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ଆଶା କରାଯାଉଛି।

ଏହା ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୨୪ ଲକ୍ଷ ୭୬ ହଜାର ଅଚଳ ଖାତାର ସଦସ୍ୟଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ, ଯେଉଁମାନଙ୍କ ଖାତାରେ ୧୦୦୦ ଟଙ୍କାରୁ ଅଧିକ ରାଶି ରହିଛି।

ମୋଟ୍‌ ଉପରେ ଇପିଏଫ୍‌ଓରେ ଥିବା ୩୧.୮୬ ଲକ୍ଷ ଖାତାରେ ୧୦,୯୦୩ କୋଟି ଟଙ୍କା ରହିଛି ଯାହାର କେହି ଦାବିଦାବର ନାହାନ୍ତି।

ବିଗତ ୨୦ ବର୍ଷ ମଧ୍ୟରେ ଏହି ଖାତାଗୁଡ଼ିକ ଖୋଲାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।