NSAI Fellow ପ୍ରଫେସର ହିମାଂଶୁ ଶେଖର ବିଶ୍ୱାଳଙ୍କୁ ସମ୍ମାନଜନକ 'ନାସି' ଫେଲୋ
"ବରୀ(ସଞ୍ଜୟ କୁମାର ବେହେରା): ଓଡ଼ିଶାର ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ବଡ଼ ସଫଳତା ଯୋଡ଼ିହୋଇଛି।
ଓଡ଼ିଶାରେ ରହି ଗବେଷଣା କରୁଥିବା କୌଣସି ରସାୟନ ବିଜ୍ଞାନୀ ୩୫ ବର୍ଷ ପରେ ଏହି ଜାତୀୟ ସ୍ତରର ସମ୍ମାନ ହାସଲ କରିଛନ୍ତି।
ଭୁବନେଶ୍ୱରସ୍ଥିତ 'ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ' (ନାଇଜର)ର ରସାୟନ ବିଜ୍ଞାନ ସଂସ୍ଥାନର ପ୍ରଫେସର ହିମାଂଶୁ ଶେଖର ବିଶ୍ୱାଳ ଦେଶର ଅଗ୍ରଣୀ ବିଜ୍ଞାନ ଅନୁଷ୍ଠାନ 'ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସେସ୍, ଇଣ୍ଡିଆ'(ନାସି)ର 'ଫେଲୋ' ଭାବେ ନିର୍ବାଚିତ ହୋଇଛନ୍ତି।
Advertisment NISER's 15th Convocation ବିକଶିତ ଭାରତ ଗଠନରେ ଯୁବବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି ଏହି ସମ୍ମାନଜନକ ଫେଲୋ ଜାନୁଆରି ୨୦୨୭ରୁ କାର୍ଯ୍ୟକାରୀ ହେବ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଅସାଧାରଣ ତଥା ଯୁଗାନ୍ତକାରୀ ଗବେଷଣା ପାଇଁ ପ୍ରଦାନ କରାଯାଉଥିବା 'ନାସି' ଫେଲୋ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ସମ୍ମାନଗୁଡ଼ିକ ମଧ୍ୟରୁ ଅନ୍ୟତମ।
ପୂର୍ବରୁ ୧୯୯୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନାଦି ଚରଣ ଦାସ ନାସିର ଫେଲୋ ଭାବେ ନିର୍ବାଚିତ ହୋଇଥିଲେ।
ନାଇଜର ନିଜର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ଏହି ସଫଳତା ଅନୁଷ୍ଠାନ ପାଇଁ ଆଣିଦେଇଛି ଅପୂର୍ବ ଗୌରବ।
ନାଇଜରରୁ ନିଜର ଶିକ୍ଷାଦାନ ଓ ଗବେଷଣା ଜୀବନ ଆରମ୍ଭ କରି ଜାତୀୟ ବିଜ୍ଞାନ ଏକାଡେମୀର ଫେଲୋ ପାଇବାରେ ପ୍ରଫେସର ବିଶ୍ୱାଳ ହେଉଛନ୍ତି ପ୍ରଥମ ଗବେଷକ।
Education: ଶିକ୍ଷାରେ ପ୍ରୟୋଗ ହେବ ଏଆଇ: ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍କୁ ଗୁରୁତ୍ବ 'ହାଇଡ୍ରୋଜେନ୍ ବଣ୍ଡିଂ' (Hydrogen Bonding) ଏବଂ 'ନନ୍-କୋଭାଲେଣ୍ଟ ଇଣ୍ଟରାକ୍ସନ୍' ସମ୍ପର୍କରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଛନ୍ତି, ଯାହା ଜୀବବିଜ୍ଞାନ, ପଦାର୍ଥ ବିଜ୍ଞାନ (Materials Science) ଏବଂ ଔଷଧ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହେଉଛି।
ସେ ନାଇଜରଠାରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ସ୍ୱତନ୍ତ୍ର ଲାବୋରେଟରୀ ଉପକରଣ ନିର୍ମାଣ କରିବା ସହ ଏକ ଉଚ୍ଚକୋଟୀର 'ଲେଜର ସ୍ପେକ୍ଟ୍ରୋସ୍କୋପି' ଗବେଷଣାଗାର ପ୍ରତିଷ୍ଠା କରିଛନ୍ତି।ଏହାପୂର୍ବରୁ ପ୍ରଫେସର ବିଶ୍ବାଳ ରୋୟାଲ ସୋସାଇଟି ଅଫ୍ କେମିଷ୍ଟ୍ରି (FRSC)ର ଫେଲୋସିପ୍, କେମିକାଲ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (CRSI) ବ୍ରୋଞ୍ଜ ପଦକ-୨୦୨୬ ଏବ କେନ୍ଦ୍ର ସରକାରଙ୍କ DST-INSPIRE ଫެଲୋସିପ୍ ହାସଲ କରି ସାରିଛନ୍ତି।
ଓଡ଼ିଶା ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ର ପୁଅ କ୍ରୀଷ୍ଣଚନ୍ଦ୍ର : ଭାବା ଆଣବିକ ଗବେଷଣା କେନ୍ଦ୍ରକୁ ମନୋନୀତ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ରାମ୍ପା ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ବିଶ୍ୱାଳ।
ସେ ସ୍ବର୍ଗତ ହୃଷିକେଶ ବିଶ୍ବାଳ ଓ ମାତା ସୁଶମା ବିଶ୍ବାଳଙ୍କ ବଡ଼ ପୁତ୍ର ।
ଓଡ଼ିଶାରେ ନିଜର ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ।
ପରବର୍ତ୍ତୀ ସମୟରେ ମୁମ୍ବାଇସ୍ଥିତ ଟିଆଇଏଫଆର, ଫ୍ରାନ୍ସର CEA-Saclay ଏବଂ ଆମେରିକାର ମିଚିଗାନ୍ ବିଶ୍ୱବିଦ୍ୟାଳୟ ଭଳି ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନରୁ ଉଚ୍ଚ ଗବେଷଣା ତାଲିମ ନେବା ପରେ, ସେ ନିଜ ମାଟି ଓଡ଼ିଶାରେ ରହି ଗବେଷଣା କରିବାକୁ ଶ୍ରେୟସ୍କର ମଣିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
