No End to Parliament Logjam: ଆଜି ବି ସଂସଦରେ ଅଚଳାବସ୍ଥା, ଉଭୟ ଲୋକସଭା ଓ ରାଜ୍ୟସଭା ମୁଲତବି
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଆଜି ବି ସଂସଦରେ ଅଚଳାବସ୍ଥା ଜାରି ରହିଛି। ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବିରୋଧୀ ସାଂସଦମାନେ। ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ପରେ ଏ ବିଷୟରେ ଆଲୋଚନା କରିବାକୁ କହିଥିଲେ ହେଁ ବିରୋଧୀ ଦଳ ଶୁଣି ନଥିଲେ । ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ସେହିପରି ରାଜ୍ୟସଭାରେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବୀ ରଖିଛନ୍ତି ଅଧ୍ୟକ୍ଷ ।
ପାର୍ଲାମେଣ୍ଟ ବାହାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସଂସଦର ମକର ଦ୍ବାର ସାମ୍ନାରେ ପ୍ରତିବାଦ ଚାଲିଛି । ବିରୋଧୀ ସାଂସଦମାନେ ନିଟ୍ ପ୍ରଶ୍ନପତ୍ର ଲିକକୁ ନେଇ ପ୍ରତିବାଦ କରୁଥିବା ବେଳେ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ରାହୁଲ ଗାନ୍ଧୀଙ୍କ ଧାରଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅନ୍ୟପକ୍ଷରେ ସରକାର ଏହି ପ୍ରସଙ୍ଗରେ ଆଲୋଚନା ଲାଗି ପ୍ରସ୍ତୁତ ଥିବା କହି ଆସିଛନ୍ତି ।
ଗୃହରେ ହଟ୍ଟଗୋଳ କଲେ ବିରୋଧୀ ସାଂସଦ
ସଂସଦ ବାହାରେ ଶାସକ ଓ ବିରୋଧୀଙ୍କ ପ୍ରଦିବାଦ
ସଂସଦର ମକର ଦ୍ବାର ସାମ୍ନାରେ ପ୍ରତିବାଦ
ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀ ସାଂସଦଙ୍କ ପ୍ରତିବାଦ
ରାହୁଲଙ୍କ ଧାରଣା ବିରୋଧରେ ଶାସକ ଦଳ ସାଂସଦଙ୍କ ବିକ୍ଷୋଭ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।