Rahul Gandhi Raises Three Demands: ରାହୁଲ ରଖିଲେ ୩ଟି ଦାବି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରଖାସ୍ତ ସହିତ କ୍ଷମା ମାଗନ୍ତୁ ସରକାର
ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ପରେ ପାଲଟା ଜବାବ ଦେଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସୋସିଆଲ ମିଡିଆ ଏକ୍ସରେ ରାହୁଲ କହିଛନ୍ତି, ଯୁବପିଢ଼ିଙ୍କ ଭବିଷ୍ୟତକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛନ୍ତି ସରକାର। ଦେଶର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ସୁଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ତିନି ଦଫା ଦାବି ଦୋହରାଇଛନ୍ତି ରାହୁଲ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରଖାସ୍ତ ସହିତ ଛାତ୍ରଛାତ୍ରୀଙ୍କ ନିକଟରେ ସରକାର କ୍ଷମା ମାଗନ୍ତୁ। ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାହୁଲ ଦାବି କରିଛନ୍ତି। ...
ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି । ଯୁବପିଢିଙ୍କ ଭବିଷ୍ୟତ ସହ ଖେଳୁଥିବା ଲୋକଙ୍କୁ ଛଡ଼ାଯିବନି। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ଘୋଷଣା ସହିତ ଯୁବପିଢିଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତ କରିବା ସହ ଦୋଷୀଙ୍କୁ ଦେଇଛନ୍ତି କଡ଼ା ଚେତାବନୀ । ସୋସିଆଲ ମିଡିଆ ଏକ୍ସରେ ପିଏମ୍ କହିଛନ୍ତି, ଯୁବପିଢ଼ିର କଲ୍ୟାଣ ଓ ଭବିଷ୍ୟତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ । ଦୋଷୀମାନଙ୍କୁ ଶୀଘ୍ର ଓ କଠୋର ଦଣ୍ଡ ଦିଆଯିବ ।
ମାମଲାର ଶୀଘ୍ର ଶୁଣାଣି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ହେବ। ଏଥିପାଇଁ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୋଦି ଆହୁରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କ୍ରମାଗତ ପଦକ୍ଷେପ ନିଆଯାଉଛି । ଯୁବପିଢ଼ିଙ୍କ ଭବିଷ୍ୟତ ସହ ଯେଉଁମାନେ ଖେଳିବାକୁ ଚେଷ୍ଟା କରିବେ, ସେମାନଙ୍କୁ କୌଣସି ପରିସ୍ଥିତିରେ ଛାଡ଼ି ଦିଆଯିବ ନାହିଁ।
ମୋଦିଙ୍କ ପୋଷ୍ଟ ପରେ ଘେରିଲେ ରାହୁଲ ଗାନ୍ଧୀ
୩ ଦଫା ଦାବି ଦୋହରାଇଲେ ରାହୁଲ
ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବି
ଛାତ୍ରଛାତ୍ରୀଙ୍କୁ ସରକାରଙ୍କ କ୍ଷମା ପ୍ରାର୍ଥନା ଦାବି
ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।