Nirav Modi:ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୧୦୦ କୋଟି ଫେରାଇବେ ନିରବ
"ଲଣ୍ଡନ: ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୧୦୦ କୋଟି ଟଙ୍କା ଫେରାଇବାକୁ ପଳାତକ ଅର୍ଥନୈତିକ ଅପରାଧୀ ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ଅଭିଯୁକ୍ତ ନିରବ ମୋଦୀଙ୍କୁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦୁବାଇରେ ତାଙ୍କର ଥିବା ସଂସ୍ଥା ଫାୟାରଷ୍ଟାର ଟାଇମଣ୍ଡ୍ ଜେଏଫ୍ଇକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଇଥିବା ଋଣ ପାଇଁ ନିରବ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ।Advertisment ଆହୁରି ପଢନ୍ତୁ: Crude Oil: ୭୫ ଡଲାର ତଳେ ଅଶୋଧିତ ତେଲ; ଯୁଦ୍ଧ ପରଠାରୁ ସର୍ବନିମ୍ନ ସେହି ଋଣ ନ ଫେରିବାରୁ ଉକ୍ତ ଗ୍ୟାରେଣ୍ଟି ଆଧାରରେ ଟଙ୍କା ଫେରିପାଇବାକୁ ବ୍ୟାଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।
ଉକ୍ତ ମାମଲାର ଶୁଣାଣି କରି ଲଣ୍ଡନ ସର୍କିଟ କମର୍ସିଆଲ କୋର୍ଟ ନିରବଙ୍କୁ ଟଙ୍କା ଫେରାଇବାକୁ କହିଛନ୍ତି।
ଏହି ଆବେଦନକୁ ବିରୋଧ କରି ନିରବ ଯେଉଁ ତିନିିଟି ଯୁକ୍ତି ଉପସ୍ଥାପନ କରିଥିଲେ କୋର୍ଟ ତାହାକୁ ଖାରଜ କରିଦେଇଛନ୍ତି।
୨୦୧୩ରେ ଏହି ଋଣ ଦିଆଯାଇଥିଲା।
ପିଏନ୍ବି ଠକେଇ ସମ୍ପର୍କରେ ୨୦୧୮ରେ ଜଣାପଡ଼ିବା ପରେ ବ୍ୟାଙ୍କ ଋଣ ରାଶି ଫେରିପାଇବାକୁ ଉଦ୍ୟମ କରିଥିଲା।
କିନ୍ତୁ ସେତେବେଳକୁ ନିରବ ଦେଶ ଛାଡ଼ି ଚାଲିଯାଇଥିଲେ।
"