15 JUNE 2026

Welcome!

Unlock your personalized experience.
Sign Up

Niraj : ପ୍ରତିଯୋଗିତାକୁ ଫେରିବେ ନୀରଜ

Jun 15, 2026 - 17:19
Niraj : ପ୍ରତିଯୋଗିତାକୁ ଫେରିବେ ନୀରଜ

ନୂଆଦିଲ୍ଲୀ: ଦୁଇ ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ପ୍ରତିଯୋଗିତାକୁ ଫେରି‌ବେ। ଏହି ପୂର୍ବ ବିଶ୍ବ ବିଜେତା ଜାଭ୍‌ଲିନ୍‌ ଫିଙ୍ଗାଳି ଚଳିତ ମାସ ୧୯ ତାରିଖରେ ହେବାକୁ ଥିବା ଦୋହା ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରି‌ବେ। ସଂପ୍ରତି ସ୍ବିଜରଲାଣ୍ଡରେ ଅଭ୍ୟାସ କରୁଥିବା ନୀରଜ ୨୦୨୫ ବିଶ୍ବ ଚାମ୍ପିଅନ୍‌ସିପ୍ସ ପରେ ଆଉ ପ୍ରତିଯୋଗିତାକୁ ଓହ୍ଲାଇ ନାହାନ୍ତି। ସେ ପିଠି ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକୁଳିବାକୁ କିଛି ଦିନ ପ୍ରତିଯୋଗିତାରୁ ଦୂରେଇ ରହିଥିଲେ।

ଆହୁରି ପଢନ୍ତୁ: SanchitaUgale: ‘କୁମ୍‌କୁମ୍‌ ଭାଗ୍ୟ’ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା

 ଆହତ ଜନିତ କାରଣରୁ ନୀରଜଙ୍କୁ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ରବିବାର ଘୋଷିତ ଭାରତୀୟ ଦଳରେ ସର୍ତ୍ତମୂଳକ ଭାବେ ସ୍ଥାନ ମିଳିଛି। ଦଳରେ ସ୍ଥାନ ପକ୍କା କରିବାକୁ ହେଲେ ତାଙ୍କୁ ଭାରତୀୟ ଦୌଡ଼କୁଦ ଦ୍ବାରା ରଖାଯାଇଥିବା ଯୋଗ୍ୟତା ମାନଦଣ୍ଡ ୮୨.୬୧ ମିଟର ଜାଭ୍‌ଲିନ୍‌ ଫିଙ୍ଗିବାକୁ ପଡ଼ିବ। ଗ୍ଲାସ୍‌ଗୋ ହେବାକୁଥିବା ରାଜ୍ୟଗୋଷ୍ଟୀ କ୍ରୀଡ଼ା ଲାଗି ଭାରତୀୟ ଦଳରେ ୩ ଜଣ ଜାଭ୍‌ଲିନ୍‌ ଫିଙ୍ଗାଳିଙ୍କୁ ସ୍ଥାନ ମିଳିଛି। ନୀରଜଙ୍କ ବାଦ୍‌ ଦଳରେ ସ୍ଥାନ ପାଇଥିବା ରୋହିତ ଯାଦବ ଓ ଯଶବୀର ଇଣ୍ଡିଆନ୍‌ ଆଥ୍‌ଲେଟିକ୍‌ ସିରିଜ୍‌ ୯ରେ ମାନଦଣ୍ଡ ପୂରଣ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।